Posted inଜାତୀୟ

ଶହ ଶହ କଂଗ୍ରେସକର୍ମୀଙ୍କୁ ହତ୍ୟା କରିଥିବା କମ୍ୟୁନିଷ୍ଟ ସହିତ ଏବେ ଇଲୁ-ଇଲୁ କରୁଛି କଂଗ୍ରେସ: ଶାହା…

ଅଗରତାଲା,୧୨।୨ : ତ୍ରିପୁରା ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଜୋରଦାର ପ୍ରଚାର ଅଭିଯାନ ଜାରି ରଖିଛି। ରାଜ୍ୟରେ କ୍ରମାଗତ ଭାବେ ବଡ ବଡ ଭାଜପା ନେତାଙ୍କ ନିର୍ବାଚନ ରାଲି ଅନୁଷ୍ଠିତ ହେଉଛି। ରବିବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଚାନ୍ଦିପୁରରେ ବିଜୟ ସଂକଳ୍ପ ରାଲିରେ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ ଯଦି ତ୍ରିପୁରାରେ ବିକାଶ ଆସିଛି, ତେବେ କେବଳ ଭାଜପାର ୫ବର୍ଷ ଶାସନ ମଧ୍ୟରେ ହୋଇଛି।

ଭାଜପା ସରକାର ରାଜ୍ୟର ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ବୀମା ଦେବା କାମ କରିଛନ୍ତି। ସମସ୍ତ ଘରେ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯାଇଛି। ଗ୍ୟାସ ସିଲିଣ୍ଡର ଯୋଗାଣ, ଶୌଚାଳୟ ନିର୍ମାଣ କାର୍ଯ୍ୟ ଏବଂ ମାଗଣାରେ ଖାଦ୍ୟ ଦେବା କାମ କରାଯାଇଛି। ସମସ୍ତଙ୍କୁ ସମ୍ମାନ ଅଧିକାର ପ୍ରଦାନ କରିବାର କାର୍ଯ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନେତୃତ୍ୱରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମାଣିକ ସାହା ସରକାର କରିଛନ୍ତି।

ଗତ ୫ ବର୍ଷ ମଧ୍ୟରେ ଭାଜପା ଏହି ଅଞ୍ଚଳରେ ଶାନ୍ତି ଆଣିଛି। କମ୍ୟୁନିଷ୍ଟ ଏବଂ କଂଗ୍ରେସ ମଧ୍ୟରେ ରାଜ୍ୟରେ ଏକ ମିଳିତ ମଞ୍ଚ ଗଠନ କରାଯାଇଛି। ମିଳିତ ମଞ୍ଚ ଗଠନ ହେବା ମାତ୍ରେ କମ୍ୟୁନିଷ୍ଟମାନେ ସ୍ବୀକାର କରିଛନ୍ତି ଯେ ଭାଜପା ସହିତ ଏକା ଲଢ଼ିବା ସମ୍ଭବ ନୁହେଁ। ଶହ ଶହ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିଥିବା କମ୍ୟୁନିଷ୍ଟମାନେ ଆଜି କଂଗ୍ରେସ ସହ ଇଲୁ-ଇଲୁ କରୁଛନ୍ତି।

ଶାହା କହିଛନ୍ତି ଯେ କଂଗ୍ରେସ ସହ ମେଣ୍ଟ କରି ସିପିଆଇ (ଏମ) ପ୍ରମାଣ କରିଛି ଯେ ସେମାନେ ନିର୍ବାଚନରେ ହାରିଯିବେ। ଏକୁଟିଆ ଭାଜପାର ସାମ୍ନା ସେମାନେ ପଛଘୁଞ୍ଚା ଦେଉଛନ୍ତି। କଂଗ୍ରେସକୁ ଲଜ୍ଜା ଲାଗିବା କଥା। ସେମାନେ ସିପିଆଇ (ଏମ) ସହିତ ମିଳିତ ହୋଇଛନ୍ତି। କମ୍ୟୁନିଷ୍ଟ ସେମାନଙ୍କର ଅନେକ ସଦସ୍ୟଙ୍କୁ ହତ୍ୟା କରିଥିଲା। ଏକଥା କଂଗ୍ରେସ ବୋଧେ ଭୁଲି ଯାଇଛି ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣ ଏସିଆ ପିଲାଙ୍କ ବିକାଶରେ ବାଧକ ଜଳବାୟୁ ପରିବର୍ତ୍ତନ

ନୂଆଦିଲ୍ଲୀ,୨୩ା୧୨: ଜଳବାୟୁ ପରିବର୍ତ୍ତନ ଯୋଗୁ ଉତ୍ତାପ ଏବଂ ଆର୍ଦ୍ରତା ବଢ଼ୁଥିବାବେଳେ ଏହା ଦକ୍ଷିଣ ଏସୀୟ ପିଲାମାନଙ୍କ ଉପଯୁକ୍ତ ବିକାଶକୁ ପ୍ରଭାବିତ କରୁଛି। ୨୦୫୦ ସୁଦ୍ଧା ଉପଯୁକ୍ତ...

ଆମେରିକାରେ ପ୍ରବାସୀଙ୍କୁ ବଡ଼ ଅଫର!

ଓ୍ବାଶିଂଟନ,୨୩।୧୨: ଆମେରିକାର ଗୃହ ସୁରକ୍ଷା ବିଭାଗ (DHS) ଅବୈଧ ପ୍ରବାସୀମାନଙ୍କ ପାଇଁ ଆତ୍ମ-ନିର୍ବାସ ପାଇଁ ଆର୍ଥିକ ପ୍ରୋତ୍ସାହନ ୧୦୦୦ ଡଲାରରୁ ୩୦୦୦ ଡଲାରକୁ ବୃଦ୍ଧି କରିଛି।...

ମଧ୍ୟପ୍ରଦେଶରୁ ଏୟାରଲିଫ୍ଟ ହେଲା ବାଘୁଣୀ

ସେଓନି,୨୩ା୧୨: ମଧ୍ୟପ୍ରଦେଶର ସେଓନିସ୍ଥିତ ପେଞ୍ଚ ରିଜର୍ଭର ଏକ ବାଘୁଣୀ ୨୪ ଦିନ ପରେ ବନ ବିଭାଗ ଅଧିକାରୀଙ୍କ ହାତରେ ଧରାଦେଇଛି। ରବିବାର ଏହାକୁ ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟର...

୨୪ରେ ରାଜ୍ୟ କ୍ୟାବିନେଟ: ୭ଟି ପ୍ରସ୍ତାବକୁ ମିଳିପାରେ ଅନୁମୋଦନ

ଭୁବନେଶ୍ୱର,୨୩।୧୨(ରବିନାରାୟଣ ଜେନା): ରାଜ୍ୟର ସର୍ବାଙ୍ଗୀନ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୨୪ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି।...

Bangladesh Violence: ବାଂଲାଦେଶ ହିଂସା ଭିତରେ ବଡ଼ ଘୋଷଣା କଲେ ୟୁନୁସ୍, କହିଲେ ନିର୍ବାଚନ…

ନୂଆଦିଲ୍ଲୀ,୨୩।୧୨: ଦୁଇ ଦୁଇଟି ହତ୍ୟା ପରେ ଜଳୁଛି ବାଂଲାଦେଶ । ଏହାରି ଭିତରେ  ବାଂଲାଦେଶର ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ଫେବୃଆରୀ ୧୨ ତାରିଖରେ ସାଧାରଣ...

ବାଂଲାଦେଶର ଆଉଜଣେ ଛାତ୍ରନେତାଙ୍କ ମୁଣ୍ଡକୁ ଗୁଳି

ଢାକା,୨୩ା୧୨(ପି.ଟି.): ବାଂଲାଦେଶର ଖ୍ୟାତନାମା ଯୁବନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ହତ୍ୟା ଘଟଣାର ୪ ଦିନ ପରେ ସୋମବାର ଆଉ ଜଣେ ଛାତ୍ରନେତାଙ୍କ ମୁଣ୍ଡକୁ ଗୁଳି କରାଯାଇଛି। ମୋତାଲେବ...

ଆଜି ପାଇଁ ମେଷ ସମେତ ଏହି 3 ରାଶି ଲକି, ମିଳିପାରେ ଖୁସି ଖବର

ନୂଆଦିଲ୍ଲୀ,୨୩/୧୨: ଆଜି ମକର ରାଶିରେ ଚନ୍ଦ୍ର ଗଠନ, ଦାୟିତ୍ୱ ଏବଂ ଦୀର୍ଘକାଳୀନ ଚିନ୍ତାଧାରାକୁ ପ୍ରୋତ୍ସାହିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ ଏବଂ ଶୁକ୍ର ଆତ୍ମବିଶ୍ୱାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri