ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ ଜାରି ରହିଛି। ଓଡ଼ିଶା ବନ୍ଦ ପରିପ୍ରେକ୍ଷୀରେ ସମସ୍ତ
ସରକାରୀ, ବେସରକାରୀ ଅଫିସ, ବ୍ୟାଙ୍କ, ଡାକ, ବୀମା ପ୍ରତିଷ୍ଠାନ, ସମସ୍ତ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ଗାଡ଼ିମୋଟର ଚଳାଚଳ ବନ୍ଦ ରହିଛି। କଂଗ୍ରେସର କର୍ମୀ ଓ ନେତାମାନେ ପିକେଟିଂ କରି ଅଫିସ, ଦୋକାନ ବଜାର ଆଦି ବନ୍ଦ କରିଥିଲେ। ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।

ଜିଲା ମୁଖ୍ୟାଳୟରେ ବନ୍ଦ ଶାନ୍ତିପୂର୍ଣ୍ଣ ଆରମ୍ଭ ହୋଇଥିବାବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବ୍ୟତୀତ କିଛି କିଛି ଦୋକାନ ଖୋଲା ରହିଥିଲା। ସିଟି ବସ୍‌ ସକାଳୁ କିଛି ସମୟ ଧରି ଚାଲିଥିଲା, ପରେ ବନ୍ଦ ରହିଥିଲା। ସେହିପରି ଘରୋଇ ବସ୍‌ ଚଳାଚଳ ବନ୍ଦ ରହିଥିଲା। ସେହିପରି ଅତ୍ୟାବଶ୍ୟକୀୟ ଯାନ ବ୍ୟତୀତ ଟ୍ରକ ଓ ଅନ୍ୟାନ୍ୟ ଗାଡ଼ି ଚଳାଚଳ ବନ୍ଦ ହୋଇଥିଲା। ଆଇନଶୃଙ୍ଖଳା ରକ୍ଷା କରିବା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ବହୁ ସଂଖ୍ୟାରେ କଂଗ୍ରେସ, ବାମପନ୍ଥୀ ଦଳର ନେତା ଓ କର୍ମୀମାନେ ସାମିଲ ହୋଇଛନ୍ତି। ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ, ଇଂ ବିନୋଦ ନାୟକ, ସଦର କଂଗ୍ରେସ ସଭାପତି ଉତ୍ତମ ସାହୁ, ସୁଢୋଳ ସେଠୀ, ସମେତ ବହୁ ନେତା ଗାନ୍ଧୀ ଛକରେ ରାସ୍ତା ଉପରେ ପ୍ରତିବାଦ କରିଥିଲେ।

Dharitri – Odisha’s No.1 Odia Daily

Share