ବୀରମହାରାଜପୁର ୧ ନଂ ଜୋନ୍‌ରେ କଂଗ୍ରେସ ଆଗରେ

ଅମରପାଲି,୨୬ା୨(ଡି.ଏନ୍‌.ଏ.): ଶନିବାର ଆରମ୍ଭ ହୋଇଯାଇଛି ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନର ଭୋଟ ଗଣତି। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ୧ ନଂ. ଜୋନ୍‌ରେ ଚତୁର୍ଥ ରାଉଣ୍ଡ ପରେ କଂଗ୍ରେସର ଲବ କୁମାର ସାହୁ ବିଜେଡିର ରଞ୍ଜିତ ରଥଙ୍କ ଠାରୁ ୬୬ଖଣ୍ଡ ଭୋଟ ଆଗରେ ରହିଛନ୍ତି। ଚତୁର୍ଥ ରାଉଣ୍ଡ ପରେ ବିଜେଡିର ରଞ୍ଜିତ ରଥ ମୋଟ୍‌ ୨୭୧୩ ଖଣ୍ଡ ଭୋଟ ପାଇଥିବା ବେଳେ ଲବକୁମାର ସାହୁ ୨୭୭୯ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଭାଜପାର ରାଧାକାନ୍ତ ପଣ୍ଡା ୭୦୨ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ଆମ୍‌ ଆଦମୀ ପାର୍ଟିର ସୁରେଶ କଲତା ୫୯ଖଣ୍ଡ ପାଇଥିବା ବେଳେ୨୮୭ ଖଣ୍ଡ ଭୋଟ୍‌ ନାକଚ ହୋଇଛି।