ବିଆଇପିଏଫ୍‌ ପକ୍ଷରୁ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୨୪।୧୦: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେଶନ୍‌ (ବିଆଇପିଏଫ୍‌) ଏବଂ ଇଣ୍ଡିଆନ୍‌ ମେଟାଲ୍‌ ଆଣ୍ଡ ଫେରୋ ଆଲଏଜ୍‌ ଲିମିଟେଡ୍‌ (ଇମ୍ଫା) ଦ୍ବାରା ଉଚ୍ଚଶିକ୍ଷା ପାଇଁ ପ୍ରଫେସର ଘନଶ୍ୟାମ ଦାଶ ଛାତ୍ର ବୃତ୍ତି (ପିଜିଡିଏସ୍‌)-୨୦୨୧ ପ୍ରାପ୍ତ କରିଥିବା ବିଦ୍ୟାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏପରିକି ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ବିଭିନ୍ନ ବିଷୟରେ ବୃତ୍ତିଗତ ଡିଗ୍ରୀ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ୬ଜଣ ମେଧାବୀ ଛାତ୍ର (କୃତୀ ବିଦ୍ୟାର୍ଥୀ)ଙ୍କୁ ଏହି ସମ୍ମାନଜନକ ଛାତ୍ରବୃତ୍ତି ପ୍ରଦାନ କରାଯାଇଛି। ବିଶେଷ କରି ବୃତ୍ତି ପାଇଁ ମନୋନୀତ ପ୍ରାର୍ଥୀମାନଙ୍କୁ ଶିକ୍ଷାଶୁଳ୍କର ୯୦% ଏବଂ ୪ବର୍ଷର ଡିଗ୍ରୀ କୋର୍ସ ପାଇଁ ଉପଯୁକ୍ତ ଖର୍ଚ୍ଚ ମଧ୍ୟ ପ୍ରଦାନ କରାଯିବ। ଏପରିକି ବିଆଇପିଏଫ୍‌ ପକ୍ଷରୁ ନିକଟରେ ଏକ ପୁରସ୍କାର ସମାରୋହର ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଆଇପିଏଫର ଟ୍ରଷ୍ଟି ପାରମିତା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ୬ କୃତୀ ବିଦ୍ୟାର୍ଥୀଙ୍କୁ ମେଧାବୃତ୍ତି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଇମ୍ଫାର ସିଓଓ ବିଜୟାନନ୍ଦ ମହାପାତ୍ରଙ୍କ ସମେତ ବିଆଇପିଏଫ୍‌ର ଉପସଭାପତି ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ସ୍ବର୍ଗତା ଇଲା ପଣ୍ଡାଙ୍କ ପିତା, ଆନ୍ତର୍ଜାତିକ ବାଗ୍ମୀ ତଥା ବିଶିଷ୍ଟ ଇତିହାସବିତ୍‌ ସ୍ବର୍ଗତ ପ୍ରଫେସର ଘନଶ୍ୟାମ ଦାଶଙ୍କ ସ୍ମୃତିରେ ଇମ୍ଫା ଦ୍ୱାରା ୨୦୦୫ଠାରୁ ଏହି ସ୍କଲାରଶିପର ପ୍ରତିଷ୍ଠା କାଯାଇଥିଲା।

ଏ ସମ୍ପର୍କରେ ପାରମିତା ପଣ୍ଡା କହିଛନ୍ତି, ଭାରତରେ ଇଞ୍ଜିନିୟରିଂ, ମେଡିସିନ୍‌ ଏବଂ ଲିବରାଲ୍‌ ଆର୍ଟ କ୍ଷେତ୍ରରେ ଉଚ୍ଚଶିକ୍ଷାକୁ ସୁଗମ କରିବା ପାଇଁ ଆଇଆଇଟି, ଏନ୍‌ଆଇଟି, ଏମ୍ସ ସମେତ ଏସ୍‌ସିବି, ଏମ୍‌କେସିଜି, ଏଏଫ୍‌ଏମ୍‌ସି ଏବଂ ଅନ୍ୟାନ୍ୟ ସରକାରୀ ଶିକ୍ଷାନୁଷ୍ଠାନରେ ପଢୁଥିବା ୬ ଜଣ ଯୋଗ୍ୟ ବିଦ୍ୟାର୍ଥୀଙ୍କୁ ପ୍ରତି ବର୍ଷ ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରଶିପ୍‌ ପ୍ରଦାନ କରାଯାଇଥାଏ।ପୂର୍ବରୁ ପିଜିଡିଏସ୍‌ ପାଇଥିବା ବିଦ୍ୟାର୍ଥୀମାନେ ବର୍ତ୍ତମାନ ସେମାନଙ୍କ ଅଧ୍ୟୟନରେ ଉତ୍କର୍ଷତା ହାସଲ କରି ନିଜ ନିଜର ବୃତ୍ତିରେ ମଧ୍ୟ ସୁପ୍ରତିଷ୍ଠିତ ହୋଇପାରିଥିବା ବେଳେ କେତେକ ସ୍ନାତକୋତ୍ତର ଏବଂ ଗବେଷଣା ପାଠ୍ୟକ୍ରମରେ ମଧ୍ୟ ଅଧ୍ୟୟନ କରୁଛନ୍ତି। ଏହା କେବଳ ବିଦ୍ୟାର୍ଥୀମାନଙ୍କୁ ଉଚ୍ଚଶିକ୍ଷା ପାଇଁ ସେମାନଙ୍କ ସ୍ବପ୍ନକୁ ସାକାର କରିବାରେ ସାହାଯ୍ୟ କରେ ନାହିଁ ବରଂ ସେମାନଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସହ ନିଜ ପରିବାର ଓ ସମାଜରେ ନିଜର ଯୋଗଦାନ କରିବାରେ ସକ୍ଷମ କରାଏ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟାଟ୍‌ଜାତୀୟ ଖାଦ୍ୟ ଅଧିକ ଖାଉଥିଲେ…

ଆମେ ସୁସ୍ଥ ରହିବା ପଛରେ ସୁଷମ ତଥା ଭିଟାମିନଯୁକ୍ତ ଖାଦ୍ୟ ଖାଇବା ଦରକାର। ହେଲେ ଏସବୁ ଖାଦ୍ୟ ସନ୍ତୁଳିତ ରହିବା ନିହାତି ଆବଶ୍ୟକ। ତେବେ ଅସନ୍ତୁଳିତ...

ନିଜ ଫର୍ମକୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ରନ୍‌ କରିପାରୁନାହିଁ କିନ୍ତୁ…

ନୂଆଦିଲ୍ଲୀ,୧୫।୧୨: ବହୁତ ଦିନ ଧରି ବଡ଼ ସ୍କୋର କରିବାକୁ ସଂଘର୍ଷ କରୁଥିବା ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟି-୨୦...

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

ମୋକିମଙ୍କ ବିଦା ପରେ ମୁହଁ ଖୋଲିଲେ ନରସିଂହ ମିଶ୍ର, କହିଲେ ନିଷ୍ପତ୍ତି ଉପରେ…

ଭୁବନେଶ୍ୱର,୧୫ା୧୨:  ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଆଜି ଦଳରୁ ବିଦା କରିଛି କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ...

୫୧ ବର୍ଷ ପରେ କ୍ରିକେଟ୍‌ରେ ଘଟିଲା…ଗୋଟିଏ ଦଳରେ ୩ ଭାଇ

ନୂଆଦିଲ୍ଲୀ,୧୫।୧୨: ICC ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ନାମ୍ବିଆ ଏବଂ ଜିମ୍ବାୱେରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଦେଶ ଗୋଟିଏ ପରେ ଗୋଟିଏ...

ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ: ତଥାଗତ

ଭୁବନେଶ୍ୱର,୧୫ା୧୨(ଜିତେନ୍ଦ୍ର କୁମାର ନାୟକ): ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ରବିବାର ଦିବସବ୍ୟାପୀ ଅନୁଷ୍ଠିତ...

ମେସିଙ୍କୁ ସ୍ବାଗତ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ! ହ୍ୟାଣ୍ଡସେକ୍‌ କରିବାକୁ ଚାହୁଁଥିଲେ ଦେବାକୁ ପଡ଼ିବ ଏତିକି କୋଟି

ନୂଆଦିଲ୍ଲୀ,୧୫।୧୨: ଫୁଟବଲ ଜଗତର ସବୁଠାରୁ ବଡ ତାରକା ଏବଂ ଆର୍ଜେଣ୍ଟିନାକୁ ବିଶ୍ୱକପ ଗୌରବ ପ୍ରଦାନ କରିଥିବା ଅଧିନାୟକ ଲିଓନେଲ ମେସି ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ...

IND v SA, 3rd T20I: ଦକ୍ଷିଣ ଆଫ୍ରିକାକୁ ମହଙ୍ଗା ପଡିଲାକି ଗମ୍ଭୀରଙ୍କ ଚତୁର ରଣନୀତି, ହଠାତ୍…

ନୂଆଦିଲ୍ଲୀ,୧୫।୧୨: ତୃତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଛି । ଅର୍ଶଦୀପ ସିଂହଙ୍କ ବୋଲିଂ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri