ଭିତର ରତ୍ନଭଣ୍ଡାର ନକଲି ଚାବିକୁ ନେଇ ଦ୍ୱନ୍ଦ୍ୱ

ପୁରୀ ଅଫିସ,୩ା୧୨:ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ରତ୍ନଭଣ୍ଡାର ଚାବି ହଜିବା ଓ ପରେ ପୁଣି ରେକର୍ଡ ରୁମ୍‌ରୁ ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ନକଲି ଚାବି ମିଳିଯିବା ଘଟଣା ନେଇ ସେସମୟରେ ଚର୍ଚ୍ଚା ଜୋର ଧରିଥିଲା। ତତ୍କାଳୀନ ଜିଲାପାଳ ମଧ୍ୟ ଏକ ବନ୍ଦ ଲଫାପାରେ ଚାବି ଥିବା କହି ଗଣମାଧ୍ୟମ ସମ୍ମୁଖରେ ଲୋକଙ୍କୁ ଦେଖାଇଥିଲେ।
ତେବେ ବାସ୍ତବରେ ସେହି ଲଫାପାରେ ଚାବି ରହିଥିଲା କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।
ସୂଚନା ଅଧିକାର ଆଇନ ବଳରେ ୨୦୧୮ ଅଗଷ୍ଟ ୬ରେ ତତ୍କାଳୀନ ଜିଲାପାଳ ପୁରୀ ଜିଲା କୋଷାଗାର କାର୍ଯ୍ୟାଳୟକୁ ଲେଖିଥିବା ଚିଠି ହସ୍ତଗତ ହୋଇଛି। ନକଲି ଚାବି ଜିଲା ଟ୍ରେଜେରିରେ ଦାଖଲ କରିବା ଉଦ୍ଦେଶ୍ୟରେ ଜିଲାପାଳ ଟ୍ରେଜେରିକୁ ଏହି ଚିଠି (ନଂ.୨୨୨୨/ଜିଆଇ) ଲେଖିଥିଲେ। ଏହି ଚିଠିରେ ଉଲ୍ଲେଖ ରହିଛି, ଶ୍ରୀମନ୍ଦିର ଏବଂ ରତ୍ନଭଣ୍ଡାର ସମ୍ପର୍କିତ ମୂଲ୍ୟବାନ ସାମଗ୍ରୀ ଓ ଦସ୍ତାବିଜ ଟ୍ରେଜେରିରେ ଦାଖଲ କରାଗଲା। ସମ୍ପୃୃକ୍ତ ମୂଲ୍ୟବାନ ସାମଗ୍ରୀ ନିର୍ଦ୍ଧାରିତ ଟିମ୍‌ ଦ୍ୱାରା ଖୋଜାଖୋଜି ପରେ ଜିଲା ରେକର୍ଡ ରୁମ୍‌ରୁ ୨୦୧୮ ଜୁନ ୧୩ ତାରିଖରୁ ମିଳିଥିବା ଚିଠିରେ ଉଲ୍ଲେଖ ରହିଛି। ଜିଲା ପ୍ରଶାସନ ସମ୍ପୃୃକ୍ତ ତାରିଖରେ ଭିତର ରତ୍ନଭଣ୍ଡାର ନକଲି ଚାବି ଖୋଜିଥିବା ନେଇ ପୂର୍ବରୁ ଦାବି କରିଥିବା ବେଳେ ଚିଠିରେ ଚାବି କିମ୍ବା ନକଲି ଚାବି ଦାଖଲ କରିଥିବା ସମ୍ପର୍କରେ ଉଲ୍ଲେଖ କରି ନ ଥିଲେ। ଚିଠିରେ ନକଲି ଚାବିକୁ କାହିଁକି ମୂଲ୍ୟବାନ ସାମଗ୍ରୀ ବୋଲି ଲେଖାଗଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ସୂଚନା ଅଧିକାର କର୍ମୀ ଦିଲୀପ କୁମାର ବରାଳ କହିଛନ୍ତି, ତତ୍କାଳୀନ ଜିଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ରେକର୍ଡ ରୁମ୍‌ରୁ ଚାବି ମିଳିବା ପରେ ସେ ଏହାକୁ ଜିଲା ଟ୍ରେଜେରିରେ ଦାଖଲ କରିଥିଲେ। ମାତ୍ର ଦାଖଲ କରିବା ବେଳେ ସେ ଯେଉଁ ଚିଠି ଟ୍ରେଜେରିକୁ ଲେଖିଲେ ସେଥିରେ ଚାବି ଶଦ୍ଦ ଉଲ୍ଲେଖ ନାହିଁ। ବାସ୍ତବରେ ଯଦି ଚାବି ଥିଲା ତେବେ ଚାବି ବୋଲି ନ ଲେଖି ମୂଲ୍ୟବାନ ସାମଗ୍ରୀ ଲେଖାଯିବାର କ’ଣ ଆବଶ୍ୟକତା ପଡ଼ିଲା ତାହା ବୁଝାପଡୁନାହିଁ। ମନେହେଉଛି ଜିଲାପାଳ ସେସମୟରେ ପ୍ରଶାସନର ଦୋଷ ଘୋଡ଼ାଇବା ପାଇଁ ଚାପର ବଶବର୍ତ୍ତୀ ହୋଇ ଏଭଳି କରିଥାଇପାରନ୍ତି। ଏନେଇ ତଦନ୍ତ ହେବା ଉଛିତ। ସେହିପରି କଂଗ୍ରେସ ନେତା ସ୍ବାଧୀନ ପଣ୍ଡା କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଅନେକ ମିଛ କୁହାଯାଇଥିବା ଅନୁମାନ ହେଉଛି। ଚାବି ହଜିବା ନାଟକ କରି ରାଜ୍ୟ ସରକାର ଜଗନ୍ନାଥପ୍ରେମୀଙ୍କ ଭାବନା ସହ ଖେଳୁଛନ୍ତି। କିଏ ସତ କହୁଛି ତାହା ଜାଣିବା କଷ୍ଟକର ହେଲାଣି। ରାଜ୍ୟ ସରକାର ସମସ୍ତ ଦ୍ୱନ୍ଦ୍ୱ ଦୂର କରିବା ସହ ସମ୍ପୃୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ପରିକ୍ରମା ଯୋଜନା କରି ରାଜ୍ୟବାସୀଙ୍କ ପ୍ରଶଂସା ସାଉଁଟୁଥିବା ସରକାର ରତ୍ନଭଣ୍ଡାର ଖୋଲିବାରେ କୁଣ୍ଠାବୋଧ ନ କରିବା ଦରକାର। ରତ୍ନଭଣ୍ଡାର ଛାତ ଓ କାନ୍ଥ ନଷ୍ଟ ହେବା ସହ ଲୁହାରଡ଼ ଦେଖାଯାଉଛି। ରତ୍ନଭଣ୍ଡାର ମରାମତି ଆବଶ୍ୟକ ଥିବା ୨୦୧୮ରେ ଉଭୟ ପ୍ରାଧିକୃତ କମିଟି ଏବଂ ଏଏସ୍‌ଆଇ ଟିମ୍‌ ପ୍ରସ୍ତାବ ଦେଇସାରିଥିଲେ ମଧ୍ୟ ପ୍ରଶାସନ ଚୁପ୍‌ ବସିଛି। ଅନ୍ୟପକ୍ଷରେ ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନରେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ରତ୍ନଭଣ୍ଡାର ସମ୍ପର୍କରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଅଣତାରକା ପ୍ରଶ୍ନ ପଚାରିଛନ୍ତି। ରତ୍ନଭଣ୍ଡାର ମରାମତି ସମ୍ପର୍କରେ ସରକାରଙ୍କ ସଂପୃକ୍ତି କ’ଣ, ଏଏସ୍‌ଆଇ କି ପଦକ୍ଷେପ ନେଇଛି, ଏଏସ୍‌ଆଇ ଓ ରାଜ୍ୟ ସରକାରଙ୍କୁ ଶ୍ରୀମନ୍ଦିର ପ୍ରଶାସନ କ’ଣ ପରାମର୍ଶ ଦେଇଛି ଏବଂ ଅଗଣିତ ଭକ୍ତଙ୍କ ଭାବବେଗ ଦୃଷ୍ଟିରୁ ସରକାର କ’ଣ ନିଷ୍ପତ୍ତି ନେବେ ବୋଲି ପ୍ରଶ୍ନ କରାଯାଇଛି। ସେହିପରି ଚଳିତ ଶୀତ ଅଧିବେଶନରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇବେ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

ଥାନାରେ ପଶି ଥାନାଧିକାରୀଙ୍କୁ ଗାଳିଗୁଲଜ କରି ଯୁବକ ଦେଲେ ହତ୍ୟା ଧମକ, ଭଦ୍ରଲୋକ ହୋଇ ଥାନାକୁ ଆସିଲେ,

ଉଦଳା,୧।୪(ସନ୍ତୋଷ କୁମାର ବାଛିନୀ): ଥାନାରେ ପଶି ହଙ୍ଗାମା କଲେ ଯୁବକ । ମହିଳା ଥାନା ଅଧିକାରୀଙ୍କ ସହିତ ଅନ୍ୟ ମହିଳା ଅଧିକାରୀଙ୍କୁ ଦୁର୍ବ୍ୟବହାର କରିଲେ ଯୁବକ। କପ୍ତିପଦା…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ବାମୁନି ଗ୍ରାମରେ ମରିଲେଣି ୨୫ରୁ ଉର୍ଦ୍ଧ୍ବ ଗୋରୁ, ମକା କାରଖାନାକୁ ଦାୟୀ କରୁଛନ୍ତି ଗ୍ରାମବାସୀ

ନବରଙ୍ଗପୁର,୧।୪(ସଦାଶିବ ପ୍ରହରାଜ): ମକା କାରଖାନାରୁ ବାହାରୁଛି ଦୂଷିତ ପାଣି । ତେବେ ଏହା ପିଇ ୨୫ରୁ ଉର୍ଦ୍ଧ୍ବ ଗାଈ, ବଳଦ, ବାଛୁରୀର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri