ଆଇଆଇଟି ହାଇଦ୍ରାବାଦ ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ: ଖରସ୍ରୋତାରୁ ଭଦ୍ରକକୁ ପାଣି ଦେବା ବିବାଦ

କେନ୍ଦ୍ରାପଡ଼ା ଅଫିସ,୮।୧: କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟସ୍ଥ ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ନେବା ବିବାଦ ଅଡୁଆ ସୂତାରେ ଗୁନ୍ଥି ହେବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ ବିରୋଧ, ଆଇସିଜେଡଏମ୍‌ପି ରିପୋର୍ଟ, ଭୂତଳ ଜଳ ବିଶେଷଜ୍ଞଙ୍କ ସର୍ଭେ, ଜିଆଇଜେଡ ରିପୋର୍ଟ, ବନ୍ୟ ଜନ୍ତୁ ଆଇନ, ଭିତରକନିକା ପରିବେଶ ସମ୍ବେଦନଶୀଳ ଜୋନ ଆଦି ପ୍ରକଳ୍ପରେ ବାଧକ ସାଜିଛି। ପ୍ରକଳ୍ପ ପାଇଁ ଏଠାରୁ ପ୍ରତି ସେକେଣ୍ଡରେ ୧୦୧୦ ଲିଟର ପାଣି ଉଠିବାକୁ ଯୋଜନା ହୋଇଛି। ପ୍ରକଳ୍ପ ପାଇଁ ଆଇଆଇଟି ହାଇଦ୍ରାବାଦ ଦେଇଥିବା ରିପୋର୍ଟକୁ ନେଇ ଏବେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ବୋଲି ମତ ପ୍ରକାଶ ପାଇଛି।
ଏ ସମ୍ପର୍କରେ ସହରର ଖଡିଅଙ୍ଗର କ୍ଷୀତିଶ କୁମାର ସିଂହ, ସମ୍ଭାବନା ଅନୁଷ୍ଠାନର ସେଚ୍ଛାସେବୀ ଶ୍ରୀକାନ୍ତ ନାୟକ, ସାମାଜିକ କର୍ମୀ ସଞ୍ଜୟ ବେହୁରା ପ୍ରମୁଖ କହିଛନ୍ତି, ୨୦୨୦ ଡିସେମ୍ବର ୩ ଓ ୧୪ରେ ଭିତରକନିକା ପରିବେଶ ସମେବଦନଶୀଳ ଜୋନ ମନିଟରିଂ କମିଟିର ବୈଠକ ହୋଇଥିଲା। କମିଟି ଅଧ୍ୟକ୍ଷ ଜିଲାପାଳ ଏଥିରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆହାଟଠାରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଆଇଆଇଟି ହାଇଦ୍ରାବାଦ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ପ୍ରସଙ୍ଗ ଉପସ୍ଥାପନ କରି ମଞ୍ଜୁରି ପାଇଁ ରାଜ୍ୟ ସରକାରଙ୍କୁ ଚିଠି କରିଛନ୍ତି। ରିପୋର୍ଟ ଭିତରକନିକା ପରିବେଶ ଉପରେ ପ୍ରଭାବ ସମ୍ପର୍କରେ ନୀରବ ରହିବା ସହ ସ୍ଥାନୀୟ ଅଞ୍ଚଳର କୃଷି ଓ ସାମାଜିକ ବ୍ୟବସ୍ଥା ସମ୍ପର୍କରେ କିଛି ଉଲ୍ଲେଖ ନାହିଁ। ରିପୋର୍ଟରେ ଭଦ୍ରକ ଜିଲାର ନୂଆହାଟସ୍ଥ ପାଣି ପ୍ରକଳ୍ପ ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିଛି। ଖରସ୍ରୋତା ନଦୀ ଓ କେନ୍ଦ୍ରାପଡା ଜିଲାର କୃଷି, ଭିତରକନିକାର ପରିବେଶକୁ ଅଣଦେଖା କରାଯାଇଛି। ରିପୋର୍ଟଟି ଭଦ୍ରକ ଜିଲାର ୮୪ଟି ପଞ୍ଚାୟତରେ ପାଇପ ପାଣି ଯୋଗାଣ ସମ୍ପର୍କରେ ଅନୁଧ୍ୟାନ ହୋଇଛି। ପ୍ରକଳ୍ପରୁ ଭଦ୍ରକ ଜିଲାର ବାସୁଦେବପୁର, ତିହିଡି ଓ ଚାନ୍ଦବାଲି ବ୍ଲକର ୯୧ ପଞ୍ଚାୟତକୁ ପାଣି ଯୋଗାଣ ହେବ। ସେହିପରି ରାଜୀବ ଗାନ୍ଧୀ ଡ୍ରିକିଂ ୱାଟର ମିଶନ ଅନୁଯାୟୀ, ଗ୍ରାମାଞ୍ଚଳର ପ୍ରତି ଲୋକ ପିଛା ଦୈନିକ ୪୦ ଲିଟର ପାଣି ଆବଶ୍ୟକ। ବରୁଣାଡିହାରୁ ଉଠା ଯାଉଥିବା ପାଣି ଦୈନିକ ୬୫ରୁ ୧୫୫ ଲିଟର ଖର୍ଚ୍ଚ ହେବ ବୋଲି ଉଲ୍ଲେଖ ଅଛି। ଆଇଆଇଟି ଚେନ୍ନାଇ ଦ୍ୱାରା ପ୍ରସ୍ତୁତ ରିପୋର୍ଟ ପରେ ଭିତରକନିକାର ସୁରକ୍ଷା ପାଇଁ ଭଦ୍ରକ ଜିଲାର ୪୫ଟି ଓ କେନ୍ଦ୍ରାପଡା ଜିଲାର ୧୪୭ଟି ରାଜସ୍ବ ଗ୍ରାମକୁ ପରିବେଶ ସମ୍ବେଦନଶୀଳ ଜୋନରେ ସାମିଲ କରାଯାଇଛି। ଅଞ୍ଚଳରେ ଯେକୌଣସି ପ୍ରକଳ୍ପ ପାଇଁ ଜୋନ ମନିଟରିଂ କମିଟିର ମଞ୍ଜୁରି ଆବଶ୍ୟକ। ହେଲେ ମଞ୍ଜୁରି ନ ଥାଇ ପ୍ରକଳ୍ପ ଆରମ୍ଭ ହେଲା କିପରି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସେମାନେ କହିଛନ୍ତି, ଆଳି ବ୍ଲକ ଅଞ୍ଚଳରେ ୨୨,୪୪୬ ହେକ୍ଟର ଚାଷ ଜମିରୁ ମାତ୍ର ୫୪୪୭ ହେକ୍ଟରରେ ଜଳସେଚନ ହେଉଛି। ସେହିପରି ରାଜକନିକା ବ୍ଲକ ଅଞ୍ଚଳର ୨୬,୩୪୯ ହେକ୍ଟର ଚାଷ ଜମିରୁ ମାତ୍ର ୫୧୭୦ ହେକ୍ଟର ଜଳସେଚିତ। ଦୁଇ ବ୍ଲକ ଅଞ୍ଚଳରେ କେନାଲ ନ ଥିବା ବେଳେ ଜଳସେଚନ ପାଇଁ ନଦୀଜଳକୁ ବ୍ୟବହାର କରାଯାଉଛି। ଦୁଇ ବ୍ଲକରେ ପ୍ରତିବର୍ଷ ଚାଷ ପାଇଁ ୧.୮୩୩୪୯୩ ବିଲିୟନ କ୍ୟୁବିକ ମିଟରର ଜଳ ଆବଶ୍ୟକତା ଥିବାବେଳେ ୦.୪୬୪୧୨୮୪ ବିଲିୟନ କ୍ୟୁବିକ ମିଟର କମ ରହୁଛି ବୋଲି ଜିଲା ଜଳସମ୍ପଦ ବିଭାଗ ଦର୍ଶାଇଛି। ଭିତରକନିକା ଲୁଣା ଜଙ୍ଗଲ ପାଇଁ ଆବଶ୍ୟକ ମଧୁର ଜଳ ହ୍ରାସ ପାଉଥିବା ବିଭିନ୍ନ ସର୍ଭେ ରିପୋର୍ଟରେ ଉଲ୍ଲେଖ ଅଛି। ଏହାକୁ ନେଇ ଆଇନଗତ ଲଢ଼େଇ ହେବ ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri