ଏକ୍ସପାୟାରି ସିରପ୍‌ ଖୋଳକୁ ନେଇ ଦ୍ୱନ୍ଦ୍ୱ

ଜଗତ୍‌ସିଂହପୁର ଅଫିସ, ୧୮।୧: ୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ ଦିଆଯାଉଥିବା ଆଇରନ ଫୋଲିକ ସିରପ୍‌ ଖୋଳକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଖୋଳ ଉପରେ ଥିବା ଷ୍ଟିକର ଉପରେ ଗୋଟିଏ ଏକ୍ସପାୟାରି ତାରିଖ ଏବଂ ଏହାକୁ ଚିରିଲା ପରେ ତା’ତଳେ ଅନ୍ୟ ଏକ ତାରିଖ ଉଲ୍ଲେଖ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଜଗତ୍‌ସିଂହପୁର ବ୍ଲକ ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଯଶୋବନ୍ତପୁର ୧ ନମ୍ବର ୱାର୍ଡ ଓ ବଳରାମପୁର ପଞ୍ଚାୟତର ୧୫ ନମ୍ବର ୱାର୍ଡର କେତେଜଣ ବ୍ୟକ୍ତି ଏହି ସିରପ୍‌ ନେବାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ସେମାନଙ୍କଠାରୁ ଉକ୍ତ ସିରପ୍‌ ଫେରାଇ ଅଣାଯାଇଛି।

ଏ ସମ୍ପର୍କରେ ଯଶୋବନ୍ତପୁରର ଶାଶ୍ୱତ ରାୟ କହିଛନ୍ତି, ତାଙ୍କ ଘରେ ଆଶା ଦିଦି ଆଣି ଏହି ସିରପ୍‌ ଦେଇଥିଲେ। ଏହାର ଖୋଳରେ ଲାଗିଥିବା ଷ୍ଟିକରରେ ପ୍ରସ୍ତୁତ ତାରିଖ ଅଗଷ୍ଟ ୨୦୧୯ ଓ ଏକ୍ସପାୟାରି ଜୁଲାଇ ୨୦୨୧ ଉଲ୍ଲେଖ ରହିଛି। କିନ୍ତୁ ଏହାକୁ ଚିରିଲା ପରେ ସିରପ୍‌ର ଖୋଳ ଉପରେ ପ୍ରସ୍ତୁତ ତାରିଖ ଡିସେମ୍ବର ୨୦୧୮ ଓ ଏକ୍ସପାୟାରି ତାରିଖ ନଭେମ୍ବର ୨୦୨୦ ଦର୍ଶାଯାଇଛି। ଏ ବିଷୟରେ ଆଶା ଦିଦି ତଥା ଯଶୋବନ୍ତପୁର ଗାଁର କବିତା ପ୍ରଧାନ କହିଛନ୍ତି, ଏହି ସିରପ୍‌ ପିଲାଙ୍କୁ ବାଣ୍ଟିବା ପାଇଁ ତାଙ୍କୁ ଦିଆଯାଇଥିଲ। ସେ ସିରପ ଓ ଖୋଳ ଉପର କଭର ଦେଖି ନେଇଥିଲେ। ତା’ପରେ ୩ଟି ପିଲାଙ୍କୁ ୩ ବୋତଲ ଦେଇଥିଲେ। କିନ୍ତୁ ଷ୍ଟିକର ତଳେ ଅନ୍ୟ ଏକ ତାରିଖ ରହିବା କଥା ସେ ଜାଣନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଅନୁରୂପ ଭାବେ ବଳରାମପୁର ପଞ୍ଚାୟତ ଅନ୍ତର୍ଗତ ୧୫ ନମ୍ବର ୱାର୍ଡରେ ମଧ୍ୟ ଏହି ସିରପ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଏ ସମ୍ପର୍କରେ ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଚନ୍ଦ୍ରଦୀପ ବିଶ୍ୱାଳ ଭୟ କରିବାର କିଛି କାରଣ ନାହିଁ ବୋଲି କହିଛନ୍ତି। ସିରପ ବୋତଲ ଓ ଖୋଳ ଉପରେ ସମାନ ଏକ୍ସପାୟାରି ତାରିଖ ରହିଛି। ତେବେ ପୁରୁଣା ଖୋଳ ଉପରେ ନୂଆ ଏକ୍ସପାୟାରି ତାରିଖ ସଂଯୋଗ କରାଯାଇଥିବାରୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଯୋଗାଯୋଗ କରାଯାଇ ନୂଆ ସିରପ ମଗାଯିବା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri