ଉପଯୁକ୍ତ ପ୍ରାର୍ଥୀ ଚୟନରେ ଦ୍ୱନ୍ଦ୍ୱ

ସରଣ୍ଡା,୧୨।୩(ଡି.ଏନ.ଏ.): ବରଗଡ଼ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉଭୟ ସରକାରୀ କଳ ଓ ରାଜନୈତିକ ଦଳ ଚଳଚଞ୍ଚଳ ହୋଇପଡିଛନ୍ତି। ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଛି। ବିଭିନ୍ନ ରାଜନୈତିକ ଦଳ ଏହି ନିର୍ବାଚନରେ ପ୍ରାର୍ଥୀ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସବୁ ଦଳ ଉପଯୁକ୍ତ ପ୍ରାର୍ଥୀ ଚୟନରେ ଦ୍ୱନ୍ଦ୍ୱରେ ପଡିଛନ୍ତି। ବିଭିନ୍ନ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର କିଣୁଥିବା ଦେଖିବାକୁ ମିଳିଛି। ନାମାଙ୍କନପତ୍ର ସଂଗ୍ରହ ଓ ଦାଖଲର ତୃତୀୟ ଦିନରେ ୧୩ ଜଣ କାଉନସିଲର ଓ ଜଣେ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନପତ୍ର ନେଇଛନ୍ତି। ତେବେ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଅନ୍ତିମ ଦୁଇ ଦିନ ଆସନ୍ତା ୧୪ ଓ ୧୫ ତାରିଖରେ ନାମାଙ୍କନପତ୍ର ଦାଖଲ କରିବା ନେଇ ସବୁ ରାଜନୈତିକ ଦଳ ସଜବାଜ ହେଉଛନ୍ତି।
ଅନ୍ୟପକ୍ଷେ ଉପଯୁକ୍ତ ପ୍ରାର୍ଥୀ ଚୟନ ସବୁ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ଆସନରେ ରାଜନୈତିକ ଦଳଗୁଡିକ ଉପଯୁକ୍ତ ପ୍ରାର୍ଥୀ ଚୟନ ପାଇଁ ଦ୍ୱନ୍ଦ୍ୱରେ ପଡିଛନ୍ତି। ବିଜେଡି ପକ୍ଷରୁ କିଛି ୱାର୍ଡର ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିବା କୁହାଯାଉଥିବା ବେଳେ ସେମାନେ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଏନ୍‌ଏସି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ବିଜେଡି ଅଧ୍ୟକ୍ଷ ପଦ ପାଇଁ ୱାର୍ଡ ନଂ-୬ ଅତାବିରା ବସ୍ତିର ବନମାଳି ବରିହାଙ୍କୁ ପ୍ରାର୍ଥୀ କରିବ ବୋଲି ଏକରକମ ନିଷ୍ପତ୍ତି କରିଛି। ନିକଟରେ ସ୍ଥାନୀୟ ଅଗ୍ରସେନ ଭବନରେ ଅନୁଷ୍ଠିତ ବିଜୁ ଜୟନ୍ତୀରେ ବରିହାଙ୍କୁ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଞ୍ଚ ଉପରେ ବସାଇ ତାଙ୍କ ପ୍ରାର୍ଥିତ୍ୱକୁ ସୁନିଶ୍ଚିତ କରିଥିବା ଆଲୋଚନା ହୋଇଥିଲା। ଅପରପକ୍ଷେ କଂଗ୍ରେସ ଅଳ୍ପ କିଛି ୱାର୍ଡରେ ପ୍ରାର୍ଥୀ ଚୟନ କରିଥିବା ବେଳେ ଭାଜପା ପକ୍ଷରୁ ପ୍ରାର୍ଥୀ ଚୟନ ହୋଇ ନ ଥିବା କୁହାଯାଉଛି। ତେବେ ସବୁ ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଥିବା ଭାଜପା ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ଅଧିକାଂଶ ଆସନ ପାଇଁ ସ୍ପଷ୍ଟ ଚିତ୍ର ଏଯାଏ ଆସିନାହିଁ। ଚଳିତ ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ପ୍ରାର୍ଥୀ ଦେବ ବୋଲି ଜଣାପଡିଛି। ତେବେ କେଉଁ ୱାର୍ଡରୁ ପ୍ରାର୍ଥୀ ଦେବ ତାହା ଜଣାପଡିନାହିଁ। ୧୪ ଓ ୧୫ ନମ୍ବର ଓ୍ବାର୍ଡରେ ଆପ୍‌ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବାର ଯୋଜନା କରୁଥିବା ସୂଚନା ମିଳିଛି। ବିଜେଡି ପ୍ରାର୍ଥୀମାନେ ଆସନ୍ତା ୧୪ ତାରିଖରେ ନାମାଙ୍କନପତ୍ର ଦାଖଲ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କଂଗ୍ରେସ ୧୫ରେ ନାମାଙ୍କନପତ୍ର ଦାଖଲ କରିବ। ସେହିପରି ଭାଜପା ମଧ୍ୟ ଶେଷ ଦିବସକୁ ଅପେକ୍ଷା କରିଥିବା ଜଣାପଡିଛି।
ପ୍ରକାଶଥାଉକି, ଗତ ୩ତାରିଖରେ ଅତାବିରା ଏନ୍‌ଏସି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ଚଳଚଞ୍ଚଳ ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଅଧ୍ୟକ୍ଷ ସମେତ ୧୨ଟି ୱାର୍ଡରେ କାଉନସିଲର ପଦ ପାଇଁ ନିର୍ବାଚନ ହେବ। ଏଥିପାଇଁ ମାର୍ଚ୍ଚ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ବିକ୍ରି ଓ ଦାଖଲ କରାଯିବ। ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୧୮ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୨୦ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରାଯିବ ଏବଂ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶନ ହେବ। ଏପ୍ରିଲ ୩ ତାରିଖ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏପ୍ରିଲ ୫ ତାରିଖ ସକାଳ ୮ରୁ ଭୋଟ୍‌ ଗଣତି ହେବ। ପରେ ନିର୍ବାଚିତ ଅଧ୍ୟକ୍ଷ ଓ କାଉନସିଲରମାନଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ୧୯ ତାରିଖରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି।

 

ତୃଣମୂଳସ୍ତରରୁ ପ୍ରାର୍ଥୀଙ୍କ ନାମ ଆସି ତାଲିକା କରାଯାଇଛି। ଦିନେ ଦୁଇଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବ। ଦଳର କର୍ମକର୍ତ୍ତା ବୈଠକରେ ନାମାଙ୍କନପତ୍ର ଦାଖଲ ଦିବସ ସ୍ଥିର କରଯିବ। ଏଥର ପୂରାଦମ୍‌ରେ ନିର୍ବାଚନ ଲଢ଼ିବୁ ଏବଂ ଜିତିବୁ ।
-ଅଶ୍ବିନୀ ଷଡ଼ଙ୍ଗୀ, ଜିଲା ଭାଜପା ସଭାପତି
ସମସ୍ତ ପଦବୀ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ଆସନ୍ତା ୧୪ ତାରିଖରେ ନାମାଙ୍କନପତ୍ର ଦାଖଲ କରିବୁ। ନିର୍ବାଚନ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ। ଆମେ ଲୋକଙ୍କ ସହିତ ଅଛୁ, ଲୋକମାନେ ଦଳ ପ୍ରତି ଆସ୍ଥା ରଖିଛନ୍ତି। ଲୋକଙ୍କ ପାଇଁ କାମ କରୁଛୁ। ଅଞ୍ଚଳର ବିକାଶ କ୍ଷେତ୍ରରେ ସବୁ ପ୍ରକାର ଉଦ୍ୟମ କରିବୁ। ଏହି ନିବାଚନରେ ସବୁ ଆସନରେ ବିଜୟୀ ହେବୁ।
-ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା, ଅତାବିରା
ଆମର ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇସାରିଲାଣି। ଆସନ୍ତା ୧୫ ତାରିଖରେ ସମସ୍ତେ ନାମାଙ୍କନପତ୍ର ଦାଖଲ କରିବେ। ପ୍ରଚାର ଆରମ୍ଭ କରିଦେଲୁଣି। ଏହି ନିର୍ବାଚନରେ ଦଳର ପ୍ରଦର୍ଶନ ଭଲ ରହିବ।
-ନୀହାର ମହାନନ୍ଦ, କଂଗ୍ରେସ, ପୂର୍ବତନ ବିଧାୟକ
ଚଳିତ ଏନ୍‌ଏସି ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି ପ୍ରାର୍ଥୀ ଛିଡା କରାଇ ନିର୍ବାଚନ ମଇଦାନକୁ ଓଲ୍ଲାଇବ। ପ୍ରାର୍ଥୀ ଚୟନ ଚାଲିଛି । ଶେଷ ଦିବସ ସୁଦ୍ଧା ନାମାଙ୍କନ ଦାଖଲ କରିବୁ।
-ଭବାନୀ ସାହୁ, ଆପ୍‌ର ଜିଲା ଆବାହକ
ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ତୃତୀୟ ଦିନରେ ୧୩ ଜଣ କାଉନସିଲାର ଓ ଜଣେ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନପତ୍ର ନେଇଛନ୍ତି। ଆଜିଯାଏ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି। କିଭଳି ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ଶେଷ ହେବ ତାକୁ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି।
-ଲଲାଟ ଲୁହା, ବରଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ରେଡକ୍ରସ ସଚେତନତା କାର୍ଯ୍ୟକ୍ରମ: ସମାଜରୁ ଅନ୍ଧବିଶ୍ୱାସ ଦୂର କରିବାକୁ ଆହ୍ବାନ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ଗ୍ରାମସ୍ଥିତ ଚିଦାନନ୍ଦ ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଯୁବ ରେଡକ୍ରସ ୟୁନିଟର ଇଣ୍ଡକ୍ସନ…

ଆଟ ଜମିକୁ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌: ତେଜି ଉଠିଲା ଚାଷୀ ଅସନ୍ତୋଷ

ବରଗଡ଼,୨୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଧାନବିକ୍ରି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟା ସରିବାକୁ ଆଉମାତ୍ର ୬ ଦିନ ବାକି ରହିଛି। ଅନ୍ୟପଟେ ଏପର୍ଯ୍ୟନ୍ତ…

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri