ଉପଯୁକ୍ତ ପ୍ରାର୍ଥୀ ଚୟନରେ ଦ୍ୱନ୍ଦ୍ୱ

ସରଣ୍ଡା,୧୨।୩(ଡି.ଏନ.ଏ.): ବରଗଡ଼ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉଭୟ ସରକାରୀ କଳ ଓ ରାଜନୈତିକ ଦଳ ଚଳଚଞ୍ଚଳ ହୋଇପଡିଛନ୍ତି। ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିଛି। ବିଭିନ୍ନ ରାଜନୈତିକ ଦଳ ଏହି ନିର୍ବାଚନରେ ପ୍ରାର୍ଥୀ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସବୁ ଦଳ ଉପଯୁକ୍ତ ପ୍ରାର୍ଥୀ ଚୟନରେ ଦ୍ୱନ୍ଦ୍ୱରେ ପଡିଛନ୍ତି। ବିଭିନ୍ନ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର କିଣୁଥିବା ଦେଖିବାକୁ ମିଳିଛି। ନାମାଙ୍କନପତ୍ର ସଂଗ୍ରହ ଓ ଦାଖଲର ତୃତୀୟ ଦିନରେ ୧୩ ଜଣ କାଉନସିଲର ଓ ଜଣେ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନପତ୍ର ନେଇଛନ୍ତି। ତେବେ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ଅନ୍ତିମ ଦୁଇ ଦିନ ଆସନ୍ତା ୧୪ ଓ ୧୫ ତାରିଖରେ ନାମାଙ୍କନପତ୍ର ଦାଖଲ କରିବା ନେଇ ସବୁ ରାଜନୈତିକ ଦଳ ସଜବାଜ ହେଉଛନ୍ତି।
ଅନ୍ୟପକ୍ଷେ ଉପଯୁକ୍ତ ପ୍ରାର୍ଥୀ ଚୟନ ସବୁ ଦଳ ପାଇଁ ଚିନ୍ତାର କାରଣ ହୋଇଛି। ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ସଂରକ୍ଷିତ ଆସନରେ ରାଜନୈତିକ ଦଳଗୁଡିକ ଉପଯୁକ୍ତ ପ୍ରାର୍ଥୀ ଚୟନ ପାଇଁ ଦ୍ୱନ୍ଦ୍ୱରେ ପଡିଛନ୍ତି। ବିଜେଡି ପକ୍ଷରୁ କିଛି ୱାର୍ଡର ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିବା କୁହାଯାଉଥିବା ବେଳେ ସେମାନେ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଏନ୍‌ଏସି ଅଧ୍ୟକ୍ଷ ପଦ ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ବିଜେଡି ଅଧ୍ୟକ୍ଷ ପଦ ପାଇଁ ୱାର୍ଡ ନଂ-୬ ଅତାବିରା ବସ୍ତିର ବନମାଳି ବରିହାଙ୍କୁ ପ୍ରାର୍ଥୀ କରିବ ବୋଲି ଏକରକମ ନିଷ୍ପତ୍ତି କରିଛି। ନିକଟରେ ସ୍ଥାନୀୟ ଅଗ୍ରସେନ ଭବନରେ ଅନୁଷ୍ଠିତ ବିଜୁ ଜୟନ୍ତୀରେ ବରିହାଙ୍କୁ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମଞ୍ଚ ଉପରେ ବସାଇ ତାଙ୍କ ପ୍ରାର୍ଥିତ୍ୱକୁ ସୁନିଶ୍ଚିତ କରିଥିବା ଆଲୋଚନା ହୋଇଥିଲା। ଅପରପକ୍ଷେ କଂଗ୍ରେସ ଅଳ୍ପ କିଛି ୱାର୍ଡରେ ପ୍ରାର୍ଥୀ ଚୟନ କରିଥିବା ବେଳେ ଭାଜପା ପକ୍ଷରୁ ପ୍ରାର୍ଥୀ ଚୟନ ହୋଇ ନ ଥିବା କୁହାଯାଉଛି। ତେବେ ସବୁ ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରାଯାଇଥିବା ଭାଜପା ଦୃଢୋକ୍ତି ପ୍ରକାଶ କରୁଥିବା ବେଳେ ଅଧିକାଂଶ ଆସନ ପାଇଁ ସ୍ପଷ୍ଟ ଚିତ୍ର ଏଯାଏ ଆସିନାହିଁ। ଚଳିତ ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ପ୍ରାର୍ଥୀ ଦେବ ବୋଲି ଜଣାପଡିଛି। ତେବେ କେଉଁ ୱାର୍ଡରୁ ପ୍ରାର୍ଥୀ ଦେବ ତାହା ଜଣାପଡିନାହିଁ। ୧୪ ଓ ୧୫ ନମ୍ବର ଓ୍ବାର୍ଡରେ ଆପ୍‌ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବାର ଯୋଜନା କରୁଥିବା ସୂଚନା ମିଳିଛି। ବିଜେଡି ପ୍ରାର୍ଥୀମାନେ ଆସନ୍ତା ୧୪ ତାରିଖରେ ନାମାଙ୍କନପତ୍ର ଦାଖଲ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ କଂଗ୍ରେସ ୧୫ରେ ନାମାଙ୍କନପତ୍ର ଦାଖଲ କରିବ। ସେହିପରି ଭାଜପା ମଧ୍ୟ ଶେଷ ଦିବସକୁ ଅପେକ୍ଷା କରିଥିବା ଜଣାପଡିଛି।
ପ୍ରକାଶଥାଉକି, ଗତ ୩ତାରିଖରେ ଅତାବିରା ଏନ୍‌ଏସି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୈତିକ ଚଳଚଞ୍ଚଳ ପ୍ରକାଶ ପାଇଛି । ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଅଧ୍ୟକ୍ଷ ସମେତ ୧୨ଟି ୱାର୍ଡରେ କାଉନସିଲର ପଦ ପାଇଁ ନିର୍ବାଚନ ହେବ। ଏଥିପାଇଁ ମାର୍ଚ୍ଚ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ବିକ୍ରି ଓ ଦାଖଲ କରାଯିବ। ୧୭ରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୧୮ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୨୦ ତାରିଖରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର କରାଯିବ ଏବଂ ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶନ ହେବ। ଏପ୍ରିଲ ୩ ତାରିଖ ସକାଳ ୮ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ଏପ୍ରିଲ ୫ ତାରିଖ ସକାଳ ୮ରୁ ଭୋଟ୍‌ ଗଣତି ହେବ। ପରେ ନିର୍ବାଚିତ ଅଧ୍ୟକ୍ଷ ଓ କାଉନସିଲରମାନଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯିବ। ୧୯ ତାରିଖରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି।

 

ତୃଣମୂଳସ୍ତରରୁ ପ୍ରାର୍ଥୀଙ୍କ ନାମ ଆସି ତାଲିକା କରାଯାଇଛି। ଦିନେ ଦୁଇଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ ହେବ। ଦଳର କର୍ମକର୍ତ୍ତା ବୈଠକରେ ନାମାଙ୍କନପତ୍ର ଦାଖଲ ଦିବସ ସ୍ଥିର କରଯିବ। ଏଥର ପୂରାଦମ୍‌ରେ ନିର୍ବାଚନ ଲଢ଼ିବୁ ଏବଂ ଜିତିବୁ ।
-ଅଶ୍ବିନୀ ଷଡ଼ଙ୍ଗୀ, ଜିଲା ଭାଜପା ସଭାପତି
ସମସ୍ତ ପଦବୀ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ଆସନ୍ତା ୧୪ ତାରିଖରେ ନାମାଙ୍କନପତ୍ର ଦାଖଲ କରିବୁ। ନିର୍ବାଚନ ପାଇଁ ବିଜେଡି ସବୁବେଳେ ପ୍ରସ୍ତୁତ। ଆମେ ଲୋକଙ୍କ ସହିତ ଅଛୁ, ଲୋକମାନେ ଦଳ ପ୍ରତି ଆସ୍ଥା ରଖିଛନ୍ତି। ଲୋକଙ୍କ ପାଇଁ କାମ କରୁଛୁ। ଅଞ୍ଚଳର ବିକାଶ କ୍ଷେତ୍ରରେ ସବୁ ପ୍ରକାର ଉଦ୍ୟମ କରିବୁ। ଏହି ନିବାଚନରେ ସବୁ ଆସନରେ ବିଜୟୀ ହେବୁ।
-ସ୍ନେହାଙ୍ଗିନୀ ଛୁରିଆ, ବିଧାୟିକା, ଅତାବିରା
ଆମର ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇସାରିଲାଣି। ଆସନ୍ତା ୧୫ ତାରିଖରେ ସମସ୍ତେ ନାମାଙ୍କନପତ୍ର ଦାଖଲ କରିବେ। ପ୍ରଚାର ଆରମ୍ଭ କରିଦେଲୁଣି। ଏହି ନିର୍ବାଚନରେ ଦଳର ପ୍ରଦର୍ଶନ ଭଲ ରହିବ।
-ନୀହାର ମହାନନ୍ଦ, କଂଗ୍ରେସ, ପୂର୍ବତନ ବିଧାୟକ
ଚଳିତ ଏନ୍‌ଏସି ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି ପ୍ରାର୍ଥୀ ଛିଡା କରାଇ ନିର୍ବାଚନ ମଇଦାନକୁ ଓଲ୍ଲାଇବ। ପ୍ରାର୍ଥୀ ଚୟନ ଚାଲିଛି । ଶେଷ ଦିବସ ସୁଦ୍ଧା ନାମାଙ୍କନ ଦାଖଲ କରିବୁ।
-ଭବାନୀ ସାହୁ, ଆପ୍‌ର ଜିଲା ଆବାହକ
ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ତୃତୀୟ ଦିନରେ ୧୩ ଜଣ କାଉନସିଲାର ଓ ଜଣେ ଅଧ୍ୟକ୍ଷ ପଦବୀ ପାଇଁ ନାମାଙ୍କନପତ୍ର ନେଇଛନ୍ତି। ଆଜିଯାଏ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି। କିଭଳି ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳା ସହ ନିର୍ବାଚନ ଶେଷ ହେବ ତାକୁ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି।
-ଲଲାଟ ଲୁହା, ବରଗଡ଼ ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

ଜନବସତିରେ ପଶିଲା ବାର୍‌ହା : ଲୋକେ ଆତଙ୍କିତ

ଉଦଳା,୨୮ା୫ (ଡି.ଏନ.ଏ) – ବନ୍ୟଜନ୍ତୁଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିିଛି ଜଙ୍ଗଲ। ଯାହାଫଳରେ ବିଭିନ୍ନ ସମୟରେ ସେମାନେ ଜନବସତି ମୁହଁ। ହେଉଛନ୍ତି। ମୟୂରଭଞ୍ଜ ଜିଲା ଉଦଳା ଏନଏସି...

କ୍ରିକେଟ ପାଇଁ ଲାଗୁଛି ବାଜି

ଗଞ୍ଜାମ,୮ା୮(ଡି.ଏନ୍‌.ଏ.): ଗଞ୍ଜାମ ସହରରେ କ୍ରିକେଟ ପାଇଁ ବାଜି ଲଗାଉଛନ୍ତି ଯୁବଗୋଷ୍ଠୀ। ଏଥିପାଇଁ ଏହି ବାଜିର ମାଷ୍ଟରମାଇଣ୍ଡ ଲକ୍ଷାଧିକ ଟଙ୍କା ପାଉଥିବା ବେଳେ ବାଜି ଲଗାଇ ହାରୁଥିବା...

ହାତୀ ଉପଦ୍ରବ: ସହାୟତା ଦାବି କଲେ ଅଧ୍ୟକ୍ଷା

କେନ୍ଦୁଝର,୨୪ା୧୨(ସ୍ବ.ପ୍ର.): ଝୁମ୍ପୁରା ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତର ଅମ୍ଳାନିଗୋଡ଼ା ଗ୍ରାମରେ ହାତୀ ଉପଦ୍ରବ ଜାରି ରହିଛି। ହାତୀମାନେ ଘର ଭାଙ୍ଗିବା ସହ ଫସଲ, ଘରର ଆସବାବପତ୍ର ନଷ୍ଟ...

ଲକଡାଉନ ନ ମାନି ୩ ଗିରଫ

ବଇଣ୍ଡା, ୫ା୪(ଡି.ଏନ.ଏ.)- କରୋନା ସଂକ୍ରମଣ ପ୍ରତିହତ ପାଇଁ ଦେଶରେ ଜାରି ହୋଇଥିବା ଲକଡାଉନ ଉଲ୍ଲଂଘନ ସହ ଗଣ୍ଡଗୋଳ କରିବା ଅଭିଯୋଗରେ ଅନୁଗୋଳ ଜିଲା ଠାକୁରଗଡ ଅଞ୍ଚଳରେ...

ଛୁଟିରେ ସ୍କୁଲ ପରିସରରୁ କାଟିନେଲେ ୧୦୬ ଗଛ

ନବରଙ୍ଗପୁର,୫ା୧(ବି.ପ୍ର.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ଇନ୍ଦିରା ପ୍ରିୟଦର୍ଶିନୀ ଉଚ୍ଚ ବିଦ୍ୟାଳୟ ପରିସରରେ ବର୍ଷ ବର୍ଷ ଧରି ଠିଆ ହୋଇଥିବା ୧୦୦ରୁ ଊର୍ଦ୍ଧ୍ୱ ଗଛ କାଟି...

କେନ୍ଦୁଝର ଜେଲରେ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର,୨୧।୮(ସ୍ବ.ପ୍ର.): କେନ୍ଦୁଝର ଜେଲରେ ସଜା କାଟୁଥିବା ଜଣେ କଏଦୀଙ୍କର ବୁଧବାର ପୂର୍ବାହ୍ନରେ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ବିଲ ଥାନା ହିସାବୁରୁ ଗ୍ରାମର ବିପିନ ନାୟକ।...

ମୃତ କୁକୁର ଛୁଆକୁ ରାସ୍ତାରେ ଜଗି ରହିଛି ମା’

କୋକସରା,୧୯ା୧୧(ଡି.ଏନ୍‌.ଏ.): ସେ ମଣିଷ ହେଉ କି ପଶୁ। ମା’ର ମମତା ଅନାବିଳ। ମାତୃତ୍ୱ ଆଗରେ ସବୁ ସନ୍ତାନ ସମାନ। ଶନିବାର ସଡ଼କ ପାର୍‌ ହେଉଥିବା ବେଳେ...

ବ୍ରହ୍ମାକୁମାରୀଙ୍କ ପକ୍ଷରୁ ରକ୍ଷାବନ୍ଧନ

ରାୟଗଡ଼ା ଅଫିସ, ୧୫।୮-ରାୟଗଡ଼ାସ୍ଥିତ ପ୍ରଜାପିତା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗୁରୁବାର ରକ୍ଷାବନ୍ଧନ ପାଳନ କରାଯାଇଛି। ପ୍ରଥମେ ଏହାର ସଞ୍ଚାଳିକା ପ୍ରାୟ ୨୫୦ ପ୍ରଜାପିତା ଭଉଣୀଭାଇଙ୍କୁ ରାଖୀ...

Advertisement
Archives

Model This Week