ସମାବେଶୀ ବିକାଶ ଆଭିମୁଖ୍ୟ

ଓଡ଼ିଶାର ବାବୁମାନେ ନିବେଶ ପାଇଁ ନୂତନ ବିକଳ୍ପ ଖୋଜିବାକୁ ଚେଷ୍ଟା କରୁଛନ୍ତି ।
ରାଜ୍ୟରେ ବନ୍ଦ ହୋଇପଡ଼ିଥିବା ଅନେକ ଶିଳ୍ପକୁ ଚଳାଇ ସଫଳତା ହାସଲ କରିବାକୁ ବାବୁମାନେ ଆଗଭର ହେବା ଭଳି ମନେହେଉଛି। ଦୀର୍ଘଦିନ ବନ୍ଦ ହୋଇପଡ଼ିଥିବା ଟେକ୍ସଟାଇଲ ସଂସ୍ଥାକୁ ୱେଲସ୍ପୁନ ଗ୍ରୁପ ହାତକୁ ନେବାର ଘୋଷଣା କରାଯାଇଛି। ଇଣ୍ଟିଗ୍ରେଟେଡ ଟେକ୍ସଟାଇଲ ଏବଂ ଲଜିଷ୍ଟିକ ସୁବିଧା ପାଇଁ ୱେଲସ୍ପୁନ ଲିଭିଂର ୩୫୦ ଏକର ସରକାରୀ ଜମି ଅଧିଗ୍ରହଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଅନୁମୋଦନ କରିଛନ୍ତି। ଏହି ପଦକ୍ଷେପ ରାଜ୍ୟର ସମାବେଶୀ ବିକାଶର ଦୃଷ୍ଟିକୋଣକୁ ପ୍ରକାଶ କରେ। ଆଶା କରାଯାଉଛି, ଏଥିରେ ୨୦,୦୦୦ରୁ ଅଧିକ ଲୋକଙ୍କୁ ରୋଜଗାର ମିଳିବ। ପୁନଶ୍ଚ ଦୀର୍ଘଦିନ ଧରି ବନ୍ଦ ହୋଇ ରହିଥିବା ଏକ ପେପର ମିଲ୍‌ର ପୁନରୁଦ୍ଧାର ଲକ୍ଷ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କ ସକ୍ରିୟ ଆଭିମୁଖ୍ୟକୁ ଦର୍ଶାଉଛି । ଏହି ସଂସ୍ଥା ପାଇଁ ଉପଯୁକ୍ତ ନିବେଶକ ଚିହ୍ନଟ କରିବାକୁ ଶିଳ୍ପ ବିଭାଗକୁ ଦାୟିତ୍ୱ ଦେଇଛନ୍ତି। ନିଷ୍କ୍ରିୟ ସମ୍ପତ୍ତିକୁ ନୂତନ ଜୀବନ ଓ ଶକ୍ତି ଦେଇ ପୁନଃ ଉତ୍ପାଦନଭିତ୍ତିକ ଅର୍ଥନୀତିକୁ ଆଗକୁ ବଢ଼ାଇବା ଏବଂ ସ୍ଥାନୀୟ ଶ୍ରମଶକ୍ତି ଲାଗି ସୁଯୋଗ ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ସରକାର ସଙ୍କେତ ଦେଉଛନ୍ତି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଏବଂ ସେହି ବିଭାଗର ଅନେକ ବରିଷ୍ଠ ବାବୁ ବିଭିନ୍ନ ଶିଳ୍ପ ସଙ୍ଗଠନର କରିଡରରେ ବୁଲୁଥିବା ଜଣାପଡ଼ିଛି। ଏହା ସେମାନଙ୍କ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରମୁଖ ଶିଳ୍ପ ସଂସ୍ଥା ଏଫ୍‌ଆଇସିସିଆଇର ମୁଖ୍ୟ ଶିଳ୍ପପତି ଶୁଭ୍ରକାନ୍ତ ପଣ୍ଡା ଓଡ଼ିଶାର ହୋଇଥିବାରୁ ତାଙ୍କର ଉପସ୍ଥିତି ସେମାନଙ୍କ ଲକ୍ଷ୍ୟ ହାସଲ ପାଇଁ ଉପଯୋଗୀ ହୋଇଆସିଛି। ଆଶା କରାଯାଏ, ସେମାନଙ୍କ ମିଳିତ ସକ୍ରିୟ ପ୍ରୟାସ ବିଭିନ୍ନ ଚ୍ୟାଲେଞ୍ଜକୁ ସୁଯୋଗରେ ପରିଣତ କରିବ, ଯାହା ରାଜ୍ୟ ପାଇଁ ଉଜ୍ଜ୍ୱଳ ଆର୍ଥିକ ଭବିଷ୍ୟତ ଆଣିପାରିବ।

କିଏ ହେବେ ଅର୍ଥ ଆୟୋଗ ମୁଖ୍ୟ
ଫାଇନାନ୍ସ କମିଶନ ବା ଅର୍ଥ ଆୟୋଗର ଅଧ୍ୟକ୍ଷ ପଦ ପାଇଁ ପୂର୍ବତନ କେନ୍ଦ୍ର ଅର୍ଥ ସଚିବ (ବ୍ୟୟ) ତଥା ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ରତନ ପି. ୱାଟାଲଙ୍କ ନାମ ଜୋର୍‌ ଧରିଥିବା ଗୁଞ୍ଜରଣରୁ ଜଣାପଡୁଛି। ଏନ୍‌. କେ. ସିଂଙ୍କ ନେତୃତ୍ୱରେ ୧୫ ତମ ଅର୍ଥ ଆୟୋଗ ଗତ ମାସରେ ଏହାର କାର୍ଯ୍ୟକାଳ ଶେଷ କରିଥିଲା। ଏନ୍‌.କେ.ସିଂଙ୍କ ପରେ ୱାଟାଲ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀର ଉତ୍ତରାଧିକାରୀ ଭାବେ କ୍ଷମତା କେନ୍ଦ୍ରର ପସନ୍ଦ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ନିଶ୍ଚିତ ଭାବରେ ତାଙ୍କର ଦକ୍ଷତା ଓ ଅଭିଜ୍ଞତାର ବିକଳ୍ପ ନାହିଁ। ତେଲଙ୍ଗାନା କ୍ୟାଡରର ଏହି ଅବସରପ୍ରାପ୍ତ ୧୯୭୮ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀଙ୍କର ବହୁ ଅଭିଜ୍ଞତା ରହିଛି ଏବଂ ବର୍ତ୍ତମାନ ନ୍ୟୁୟର୍କସ୍ଥିତ ଏକ ବିଶ୍ୱସ୍ତରୀୟ ଅଣ-ଲାଭକାରୀ ସଂଗଠନ ଟିବି ଆଲାଏନ୍ସର ନିର୍ଦ୍ଦେଶକ ବୋର୍ଡରେ କାର୍ଯ୍ୟ କରୁଛନ୍ତି। ଉଲ୍ଲେଖନୀୟ ଯେ, ସେ ମୋଦି ସରକାରରେ ନିଜର ବିଶ୍ୱସ୍ତତା ବଜାୟ ରଖିଛନ୍ତି ଓ ପ୍ରମୁଖ ପ୍ରସଙ୍ଗରେ ତାଙ୍କ ଅଭିଜ୍ଞତାର ଯୋଗଦାନ ରହିଆସିଛି। କେନ୍ଦ୍ର ଅର୍ଥ ସଚିବ ଭାବରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ ଅକ୍ଟୋବର ୨୦୨୧ ପର୍ଯ୍ୟନ୍ତ ନୀତି ଆୟୋଗରେ ସାମାଜିକ କ୍ଷେତ୍ର ପାଇଁ ମୁଖ୍ୟ ଉପଦେଷ୍ଟା ଭାବରେ କାର୍ଯ୍ୟ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ପୁନରୁତ୍ଥାନରେ ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯଦି ସେ ଅର୍ଥ ଆୟୋଗର ଗୁରୁତ୍ୱପୂର୍ଣ୍ଣ ପଦବୀ ପାଆନ୍ତି, ତେବେ ତାଙ୍କ ପ୍ରଦର୍ଶିତ ନେତୃତ୍ୱ ଏବଂ ନିରନ୍ତର ପ୍ରଭାବ ଏକ ମହତ୍ତ୍ୱପୂର୍ଣ୍ଣ ଆର୍ଥିକ ନୀତି ନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପଦକ୍ଷେପ
ନିକଟରେ ଚର୍ଚ୍ଚ ଅଫ୍‌ ନର୍ଥ ଇଣ୍ଡିଆ(ସିଏନ୍‌ଆଇ)ର ଫରେନ କଣ୍ଟ୍ରିବ୍ୟୁଶନ ଆକ୍ଟ (ଏଫ୍‌ସିଆର୍‌ଏ) ଲାଇସେନ୍ସ ରଦ୍ଦ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ନିଷ୍ପତ୍ତି ନେଇଛି। ସାମ୍ପ୍ରତିକ ସମୟରେ ଏହା ସଂଖ୍ୟାଲଘୁଙ୍କ କାର୍ଯ୍ୟ ପ୍ରସଙ୍ଗରେ ଜଟିଳତା ବୃଦ୍ଧି କରିିଛି। ଏହି ପଦକ୍ଷେପ ଏଫ୍‌ସିଆର୍‌ଏ ନିୟମ ଉଲ୍ଲଂଘନ କରୁଥିବା ଏନ୍‌ଜିଓମାନଙ୍କ ପ୍ରତି ଏକ ବଡ଼ କାର୍ଯ୍ୟାନୁଷ୍ଠାନ। କେବଳ ଏହି ଘଟଣା ନୁହେଁ, ଅତୀତରେ ମଧ୍ୟ ଅକ୍ସଫାମ୍‌ ଇଣ୍ଡିଆ, ସେଣ୍ଟର ଫର୍‌ ପଲିସି ରିସର୍ଚ୍ଚ (ସିପିଆର୍‌) ଏବଂ କେୟାର ଇଣ୍ଡିଆ ଭଳି ଜଣାଶୁଣା ସଂସ୍ଥା ସମେତ ଅନେକ ଏନ୍‌ଜିଓ ସମାନ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଛନ୍ତି। ସୂତ୍ରରୁ ଜଣାପଡ଼ିଛି, ଯେଉଁ ସଂସ୍ଥାଗୁଡ଼ିକ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାବୁମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଆସୁଛନ୍ତି। ସେମାନେ ଦର୍ଶାଇଛନ୍ତି ଯେ, ଲାଇସେନ୍ସ ନବୀକରଣ ନ ହେବା ପର୍ଯ୍ୟନ୍ତ ସିଏନ୍‌ଆଇ କୌଣସି ବୈଦେଶିକ ପାଣ୍ଠି ଗ୍ରହଣ କିମ୍ବା ଉପଯୋଗ କରିପାରିବ ନାହିଁ। ଏହି ପଦକ୍ଷେପ ଏଫ୍‌ସିଆର୍‌ଏ ନିୟମାବଳୀକୁ କାର୍ଯ୍ୟକାରୀ କରିବାର ପ୍ରତିବଦ୍ଧତାକୁ ସୂଚିତ କରେ, ଯାହା ବିଦେଶୀ ପାଣ୍ଠିର ଅପବ୍ୟବହାର କିମ୍ବା ବିନିଯୋଗକୁ ରୋକିବା ପାଇଁ ଉଦ୍ଦିଷ୍ଟ। ପ୍ରକାଶଯୋଗ୍ୟ ଯେ, ସାମ୍ପ୍ରଦାୟିକ ବିବିଧତା ଏବଂ ଐତିହାସିକ ତିକ୍ତତା ପାଇଁ ଜଣାଶୁଣା ମଣିପୁରରେ ଏବେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅନେକ ଚର୍ଚ୍ଚ ପୋଡ଼ି ଓ ହତ୍ୟା ଘଟିଛି। ଏହି ପୃଷ୍ଠଭୂମିରେ ଉକ୍ତ ପଦକ୍ଷେପକୁ ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପ୍ରତି କେନ୍ଦ୍ରର ରହିଥିବା ଅବିଶ୍ୱାସର ସଙ୍କେତ ବୋଲି ବିଚାର କରାଯାଇପାରେ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ସକ୍ରିୟ ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ, ଉତ୍ତରଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

ଯୁଦ୍ଧ ଓ ଶ୍ୱାସରୁଦ୍ଧ ସମ୍ବେଦନଶୀଳତା

ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଅସ୍ତ୍ରବିରତି ଘୋଷଣା ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଉଭୟ ଦେଶର ପ୍ରତିନିଧିମଣ୍ଡଳୀଙ୍କ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା…

ଇରାନୀ ନେତାର ନାହିଁ ପ୍ରୟୋଜନ

ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦଠାରେ ଆମେରିକା ଓ ଇରାନ୍‌ ମଧ୍ୟରେ ୨୧ ଘଣ୍ଟା ଧରି ଚାଲିଥିବା ଶାନ୍ତି ଆଲୋଚନା ଶେଷରେ ବିଫଳ ହୋଇଛି। ସ୍ବଦେଶ ପ୍ରତ୍ୟାବର୍ତ୍ତନ ପୂର୍ବରୁ ଆମେରିକା…

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri