ସୁଦୃଢ଼ କଂକ୍ରିଟ ରାସ୍ତା ଉପରେ କଂକ୍ରିଟ

ଯାଜପୁର,୧୩ା୨(ହର୍ଷବର୍ଦ୍ଧନ ବେହେରା):ଖଣି ପ୍ରଭାବିତ ଅଞ୍ଚଳ ଏବଂ ଅଞ୍ଚଳବାସୀଙ୍କ ବିକାଶ ପାଇଁ ଡିଏମ୍‌ଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠି ଗଠିତ ହୋଇଛି। ଖଣିରୁ ଆଦାୟ ହେଉଥିବା ରାଜସ୍ବର ୩୦ ପ୍ରତିଶତ ଅର୍ଥକୁ ନେଇ ୨୦୨୩ ଜୁଲାଇ ସୁଦ୍ଧା ଯାଜପୁର ଜିଲାରେ ୧୮୯୭.୮୭ କୋଟି ଟଙ୍କା ପ୍ରୋଗ୍ରେସିଭ ଆଦାୟ ହୋଇଛି। ଏଥିରେ ୪,୧୦୧ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଥିବାବେଳେ ସେଥିରୁ ୨୯୮୧ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିବା ରିପୋର୍ଟରୁ ଜଣାପଡିଛି। ତେବେ ମୋଟ ଆବଣ୍ଟିତ ପରିମାଣରୁ ମାତ୍ର ୪୦.୮୯% ଖର୍ଚ୍ଚ ହୋଇ ପାରିଛି। ଏହାପରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସାରିବାକୁ ପ୍ରଶାସନିକ ନିର୍ଦ୍ଦେଶ ହୋଇଛି। ଏହାର ସୁଯୋଗରେ କେତେକ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଏଠାରେ ଖଣି ପ୍ରଭାବିତ ସୁକିନ୍ଦା ବ୍ଲକର ଦୁହ୍ଲାବାହାଲି ଗ୍ରାମର ଏକ ରାସ୍ତା ଓ ମୂଳଖମ୍ବ ଗ୍ରାମରେ ସୁଦୃଢ଼ କଂକ୍ରିଟ ଉପରେ ପୁଣି କଂକ୍ରିଟ ରାସ୍ତା କାର୍ଯ୍ୟଦ୍ୱୟକୁ ଉଦାହରଣ ଭାବେ ନିଆଯାଇପାରେ।
ସୁକିନ୍ଦା ବ୍ଲକ କୁହିକା ପଞ୍ଚାୟତର ମୂଳଖମ୍ବ ଗ୍ରାମରେ ଏକ କଂକ୍ରିଟ ରାସ୍ତା ନିର୍ମାଣ ଚାଲିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ପୂର୍ବରୁ ପଞ୍ଚାୟତ ସମିତି ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତାରେ ଦୁଇଥର କଂକ୍ରିଟକରଣ ହୋଇଛି। ପ୍ରଥମ କାର୍ଯ୍ୟାଦେଶରେ ୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ରାସ୍ତା ନିର୍ମାଣ କରାଯାଇଥିଲା। ପୁଣି କରୋନା ମହାମାରୀ ସମୟରେ ଅର୍ଥାତ ୨୦୨୦ରେ ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଡ୍ରେନ ସହ ରାସ୍ତା ନିର୍ମାଣ ହୋଇଥିଲା। ଯେଉଁ ରାସ୍ତାଟି ବର୍ତ୍ତମାନ ମଧ୍ୟ ସୁଦୃଢ଼ ଥିବା ଦେଖିବାକୁ ମିଳିଛି। କିନ୍ତୁ ଡିଏମ୍‌ଏଫ୍‌ ପାଣ୍ଠିକୁ ଚଳୁୁ କରିବାକୁ ଯୋଜନାବଦ୍ଧ ଭାବରେ ବିଭାଗୀୟ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ମିଶି ଉକ୍ତ ରାସ୍ତା ଉପରେ ପୁଣି କଂକ୍ରିଟକରଣ କରୁଥିବା ଅଭିଯୋଗ ହେଉଛି। କଂକ୍ରିଟ ଉପରେ କେବଳ କିଛି ବାଲି, ଗୋଡ଼ି, ଚିପ୍ସ ଢାଳି ନିମ୍ନମାନର କାର୍ଯ୍ୟ ହେଉଥିବା ଦେଖିବାକୁ ମିଳିଛି। ତେଣୁ ତୁରନ୍ତ ଉକ୍ତ କାର୍ଯ୍ୟର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।
ସେହିପରି ଖଣି ପ୍ରଭାବିତ ସୁକିନ୍ଦା ବ୍ଲକ ଅନ୍ତର୍ଗତ ଲେମ୍ବୋ ପଞ୍ଚାୟତର ଦୁହ୍ଲାବାହାଲି ଗ୍ରାମର ମହିଳାମାନଙ୍କ ଅଭିଯୋଗ ଅନୁସାରେ ଉକ୍ତ ଗ୍ରାମରେ ନିର୍ମାଣାଧୀନ କଂକ୍ରିଟ ରାସ୍ତା ସରକାରୀ ମାନକ ପୂରଣ କରୁନାହିଁ। ଏହାକୁ ନେଇ ସମ୍ପୃକ୍ତ ମହିଳା ଓ ସରପଞ୍ଚଙ୍କ ମଧ୍ୟରେ ମୁହଁାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାଗମାପରେ ଅନିୟମିତତା କରାଯିବା ସହିତ ଆବଶ୍ୟକ ଉଚ୍ଚତା ବିଶିଷ୍ଟ କାର୍ଯ୍ୟ ହେଉନାହିଁ। ଏହାକୁ ନେଇ ମହିଳାମାନେ ପୂର୍ବରୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ମାଣାଧୀନ ରାସ୍ତା ପାଖକୁ ଡକାଇଥିଲେ। ସମ୍ପୃକ୍ତ ଯନ୍ତ୍ରୀ ସେଠାରେ ପହଞ୍ଚି ଠିକାଦାରଙ୍କୁ ତାଗିଦ କରିବା ସହିତ ଠିକ୍‌ ଭାବରେ କାର୍ଯ୍ୟ ନ କଲେ କାର୍ଯ୍ୟ ବନ୍ଦ କରିଦିଅ ବୋଲି କହିଥିଲେ। ଏହି ଘଟଣା ପରେ ସ୍ଥାନୀୟ ସରପଞ୍ଚ ବାବୁଲି ପାତ୍ର ଉକ୍ତ କାର୍ଯ୍ୟକୁ ପୁନର୍ବାର ଆରମ୍ଭ କରିଥିଲେ। ପରେ ପୁଣି ନିମ୍ନମାନର କାର୍ଯ୍ୟ ଚାଲିଥିଲା। ଏହାକୁ ନେଇ ଗ୍ରାମର ମହିଳାମାନେ ଉତ୍ତ୍ୟକ୍ତ ହୋଇ ପୁନର୍ବାର କାର୍ଯ୍ୟ ବନ୍ଦ କରିଥିଲେ। ଉଲ୍ଲେଖଯୋଗ୍ୟ, ରାସ୍ତାଟି ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ଦ୍ୱାରା କରାଯାଉଥିବାବେଳେ ଡିଏମ୍‌ଏଫ୍‌ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡାଙ୍କ ନାମରେ କାର୍ଯ୍ୟାଦେଶ ପ୍ରଦାନ ହୋଇଛି। କିନ୍ତୁ ସ୍ଥାନୀୟ ଶାସକ ଦଳର କର୍ମୀଙ୍କ ଦ୍ୱାରା ଉକ୍ତ କାର୍ଯ୍ୟ ହେଉଥିବା ଅଭିଯୋଗ କରି ଗ୍ରାମର ମହିଳାମାନେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ମିଳିଛି। ଏହି ଘଟଣା ସମ୍ପର୍କରେ ଯନ୍ତ୍ରୀ ମାନସ ରଞ୍ଜନ ପଣ୍ଡାଙ୍କୁ ପଚାରିବାରେ ସେ କହିଛନ୍ତି, ଖରାପ କାର୍ଯ୍ୟକୁ ଆମେ ପ୍ରଶ୍ରୟ ଦେବୁନାହିଁ। ତେଣୁ କାର୍ଯ୍ୟ ବନ୍ଦ ରଖିବାକୁ ସେ ନିର୍ଦ୍ଦେଶ ଦେଇସାରିଛନ୍ତି। ଏହାର ତଦନ୍ତ କରି ପୁନର୍ବାର କାର୍ଯ୍ୟ ଆରମ୍ଭ ହେବ। ଅନ୍ୟପକ୍ଷରେ ଗ୍ରାମର ମହିଳା ପୁଷ୍ପଲତା ମହାନ୍ତ କୁହନ୍ତି, ନିମ୍ନମାନର କାର୍ଯ୍ୟ ବିରୋଧରେ ଲୋକପାଳ, ଜିଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଏବଂ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଆବଶ୍ୟକ ପଡ଼ିଲେ ଅଦାଲତଙ୍କ ଦ୍ୱାରସ୍ଥ ହେବୁ ବୋଲି ସେ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

ସକାଳୁ ସକାଳୁ ଜଳଖିଆ ହୋଟେଲ କ୍ୟାବିନତଳୁ ଉଦ୍ଧାର ହେଲା ୨ କିଙ୍ଗ କୋବ୍ରା, ଲୋକେ ଦେଖି….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁର ନିଳାଞ୍ଚଳ ସାହୁଙ୍କ ଜଳଖିଆ ହୋଟେଲର କ୍ୟାବିନତଳୁ କିଙ୍ଗ କୋବ୍ରା ଉଦ୍ଧାର ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri