ଆଣବିକ ନିରସ୍ତ୍ରୀକରଣ ଚିନ୍ତା

ଅଷ୍ଟ୍ରିଆ ଏବଂ ନ୍ୟୁଜିଲାଣ୍ଡ ଭୌଗୋଳିକ ଦୃଷ୍ଟିକୋଣରୁ ଭିନ୍ନ ହୋଇ ପାରନ୍ତି, ହେଲେ ସିଦ୍ଧାନ୍ତ ଓ ଭାଗୀଦାରି ମୂଲ୍ୟବୋଧ କ୍ଷେତ୍ରରେ ଆମ ମଧ୍ୟରେ ସମ୍ପର୍କ ରହିଛି। ଆଣବିକ ଅସ୍ତ୍ରଶସ୍ତ୍ରକୁ ଦୀର୍ଘଦିନଧରି ବିିରୋଧ କରିବା ଏବଂ ଆଣବିକ ନିରସ୍ତ୍ରୀକରଣ ଉପରେ ଆବଶ୍ୟକ ପ୍ରକ୍ରିୟାର ଅଭାବ ସମ୍ପର୍କରେ ଆମ ଉଭୟଙ୍କ ଯେଉଁ ବିଚାର ରହିଛି ତା’ର ଏବେ ପ୍ରାସଙ୍ଗିକତା ରହିଛି। ଶୀତଳ ଯୁଦ୍ଧ ଶେଷ ହେବା ପରେ ବିଶ୍ୱରୁ ଆଣବିକ ଅସ୍ତ୍ର ଭୟ ସମ୍ପୂର୍ଣ୍ଣ ଦୂର ହୋଇ ନାହିଁ। ତେବେ ୧୯୯୦ ଦଶକର ପ୍ରାରମ୍ଭରେ ଆଣବିକ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବା ପ୍ରକ୍ରିୟାରେ ତୀବ୍ର ହ୍ରାସ ଘଟିବା ଦ୍ୱାରା କିଛି ଭୟ କମିଥିଲା। କିନ୍ତୁ ଯେଉଁ ଧାରାରେ ଗଚ୍ଛିତ ପ୍ରକ୍ରିୟାରେ ହ୍ରାସ ହେଉଥିଲା ତାହା ବନ୍ଦ ହୋଇଗଲା। ଏହା ମଧ୍ୟରେ ତିନି ଦଶନ୍ଧି ବିତିଗଲାଣି। ୯ଟି ଆଣବିକ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ ନିକଟରେ ପ୍ରାୟ ୧୩,୦୦୦ ଆଣବିକ ବୋମା ରହିଛି। ଏହି ଦେଶଗୁଡ଼ିକ ପର୍ଯ୍ୟାୟକ୍ରମେ ଏହାକୁ ହ୍ରାସ କରିବା ବଦଳରେ ଆଣବିକ ଅସ୍ତ୍ରର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ କରିବାରେ ଲିପ୍ତ ରହୁଛନ୍ତି। ଫଳରେ ଆଣବିକ ଅସ୍ତ୍ରଶସ୍ତ୍ର ବୃଦ୍ଧି ହେଉଛି। ଏହାର ଭୁଲ୍‌ ମୂଲ୍ୟାୟନ କରାଯିବା ଯୋଗୁ ଦୁର୍ଘଟଣା ମଧ୍ୟ ବଢୁଛି। ଏପରି କି ଆଣବିକ ଅସ୍ତ୍ରଶସ୍ତ୍ରସବୁ ବ୍ୟବହାର କଲେ ଏହାର ପ୍ରଳୟଙ୍କରୀ ପରିଣାମଗୁଡ଼ିକ କ’ଣ ହେବ ସେ ସମ୍ପର୍କରେ ଆମେ ଭଲ ଭାବେ ଅବଗତ ଥାଇ ମଧ୍ୟ ନିରସ୍ତ୍ରୀକରଣ ଉପରେ ଗୁରୁତ୍ୱ ଦେଉନାହଁୁ। ତେବେ ଆଣବିକ ଭୟାବହତାକୁ ନେଇ ଏବେ ପୁଣି ଉଙ୍କି ମାରିଥିବା ଏକ ସକାରାମତ୍କ ମନୋଭାବ ଦେଖିବାକୁ ପାଇଛୁ। ସାମ୍ପ୍ରତିକ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଚଳିତ ବର୍ଷ ଜାନୁୟାରୀ ପ୍ରାରମ୍ଭରେ ୫ଟି ଆଣବିକ ଅସ୍ତ୍ର ସମ୍ପନ୍ନ ଦେଶ ଆଗକୁ ଆସିଥିଲେ। ୧୯୮୫ରେ ଜାତିସଂଘ ସୁରକ୍ଷା ପରିଷଦରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ରୋନାଲ୍ଡ ରେଗାନ୍‌ ଏବଂ ରୁଷିଆର ପୂର୍ବତନ ରାଷ୍ଟ୍ରପତି ମିଖାଇଲ ଗୋର୍ବୋଚୋଭଙ୍କ ବକ୍ତବ୍ୟ -‘ଏକ ଆଣବିକ ଯୁଦ୍ଧରେ ବିଜୟ ହାସଲ ହୋଇପାରିବ ନାହିଁ ଏବଂ ଏହି ଯୁଦ୍ଧ କେବେ ବି ହେବା ଉଚିତ ନୁହେଁ’କୁ ସେମାନେ ପନର୍ବାର ସ୍ବୀକାର କରିଥିଲେ। ଏହା ସତ୍ତ୍ୱେ ତା’ପର ମାସରେ, ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ସରକାର ୟୁକ୍ରେନ୍‌ ଆକ୍ରମଣ ପରିପ୍ରେକ୍ଷୀରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ଧମକ ଦେଇଥିଲା। ରୁଷିଆର ଏଭଳି ଧମକ ଦ୍ୱାରା ଆଣବିକ ନିବାରଣ ବା ନିରସ୍ତ୍ରୀକରଣର ମହତ୍ତ୍ୱକୁ ନେଇ ବିଶ୍ୱ ସ୍ତରରେ ଏକ ନୂଆ ବିତର୍କ ଆରମ୍ଭ ହୋଇଯାଇଛି। ଆଣବିକ ଅସ୍ତ୍ରଶସ୍ତ୍ର ଶୂନ୍ୟ ବିଶ୍ୱ ହାସଲ କରିବାର ଏକ ସମ୍ମିଳିତ ଲକ୍ଷ୍ୟ ରଖିଥିତ୍ବା ଏବଂ ଆଣବିକ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶଗୁଡ଼ିକ ମଧ୍ୟରେ ମତଭେଦ ଖୋଲାଖୋଲି ଭାବେ ପ୍ରକାଶ ପାଇଛି। ଏହି ମତଭେଦ ମଧ୍ୟ ଆଣବିକ ଅପ୍ରସାର ଚୁକ୍ତି (ଏନ୍‌ପିଟି)ରେ ସ୍ପଷ୍ଟ ହୋଇଛି। ଆଣବିକ ଅସ୍ତ୍ରଶସ୍ତ୍ରର ଭୟାବହତାକୁ ରୋକବା ଲାଗି ଆଣବିକ ଅସ୍ତ୍ର ସମ୍ପନ୍ନ ଚାଇନା, ଫ୍ରାନ୍ସ, ରୁଷିଆ, ଇଂଲଣ୍ଡ , ଆମେରିକା ଏବଂ ଆଣବିକ ଅସ୍ତ୍ର ଶୂନ୍ୟ ଅଷ୍ଟ୍ରିଆ ଓ ନ୍ୟୁଜିଲାଣ୍ଡ ଭଳି ଦେଶଗୁଡ଼ିକୁ ନେଇ ଏନ୍‌ପିଟି ୫୦ରୁ ଊର୍ଦ୍ଧ୍ୱ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିତ୍ଲା।
ଏନ୍‌ପିଟି ଚୁକ୍ତିଭୁକ୍ତ ଦେଶଗୁଡ଼ିକ ସ୍ବୀକାର କରିଥିଲେ ଯେ, ଏହି ଚୁକ୍ତି ଅସ୍ତ୍ରଶସ୍ତ୍ର ପ୍ରସାରକୁ ରୋକିବାର ଏକ ପ୍ରଭାବୀ ମାଧ୍ୟମ। କିନ୍ତୁ ନିକଟ ଦଶନ୍ଧିଗୁଡ଼ିକରେ ଆଣବିକ ଅସ୍ତ୍ରଜନିତ ବିପଦ ବୃଦ୍ଧି ପାଇଛି ଏବଂ ନିରସ୍ତ୍ରୀକରଣ ଚୁକ୍ତିରେ ଅଗ୍ରଗତି ବନ୍ଦ ହୋଇଯାଇଛି। ବିନାଶର ଦ୍ୱାରା ଦେଶକୁ ଆଣିଥିବା ‘କ୍ୟୁବାନ୍‌ ମିଶାଇଲ କ୍ରାଇସିସ୍‌’ର ୬୦ ବର୍ଷ ପରେ ଆମେ ପୁନର୍ବାର ଆଣବିକ ପ୍ରସାର ଜନିତ ବିପଦକୁ ସାମ୍ନା କରିବା ଦେଖିପାରୁଛୁ। ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରିଆ ଆକାର ଭଳି ଦେଶଗୁଡ଼ିକ ଅନ୍ୟମାନଙ୍କୁ ଆମ ଇଚ୍ଛାକୁ ମାନିବା ପାଇଁ ଚାପ ପ୍ରୟୋଗ କରିପାରିବେ ନାହିଁ। କିନ୍ତୁ ଯେତେବେଳେ ଢାଞ୍ଚାଗତ ପରିବର୍ତ୍ତନ ବିଷୟ ବିଶେଷକରି ସମାନ ବିଚାରଧାରାର ଭାଗୀଦାରିଙ୍କ ସହ ଏକାଠି କାମ କରିବା କଥା ଉଠେ ସେତେବେଳେ ଆମେ କେବେ ବି ଶକ୍ତିହୀନ ମନେକରୁନାହଁୁ। ଜୁଲାଇ ୨୦୧୭ରେ, ଆଣବିକ ନିରସ୍ତ୍ରୀକରଣ ଉପରେ ଏକ ନୂଆ ଚୁକ୍ତି ( ଟିପିଏନ୍‌ଡବ୍ଲ୍ୟୁ) କରାଯିବାବେଳେ ୧୨୦ରୁ ଊର୍ଦ୍ଧ୍ୱ ଦେଶ ମଧ୍ୟରେ ଆମେ ରହିଥିଲୁ। ଆଣବିକ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ନେଇ ଆମ ପ୍ରତିରୋଧକୁ ଏହି ନୂଆ ଚୁକ୍ତି ନିଶ୍ଚିତ କରିଛି। ଏନ୍‌ପିଟିର ଅନୁରୂପ , ଆଣବିକ ନିରସ୍ତ୍ରୀକରଣ ପ୍ରତି ଆମ ପ୍ରତିବଦ୍ଧତାର ଏହା ଏକ ବ୍ୟବହାରିକ ଅଭିବ୍ୟକ୍ତି। ଆଣବିକ କ୍ଷେତ୍ରରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରୁଥିବା ଅଥରିଟିମାନଙ୍କୁ ସମସ୍ୟା ସମାଧାନ କରିବା ଲାଗି ନୂଆ ଚୁକ୍ତି କହିଛି। ଜାତୀୟ ନିରାପତ୍ତା ଦୃଷ୍ଟିରୁ ନିଆଯାଉଥିବା ଏକ ପଦକ୍ଷେପ, ଯାହା ସେହି ଦେଶ ଓ ଅନ୍ୟ ଦେଶର ଲୋକମାନଙ୍କ ଉପରେ ଏବଂ ଏବେ ମାନବତା ଉପରେ ଯେଉଁ ବିପଦ ସୃଷ୍ଟି କରୁଛି , ତାହାର ସ୍ଥାୟିତ୍ୱ ସମ୍ପର୍କରେ ସେମାନେ ବିଚାର କରିବା ଦରକାର। ସୁରକ୍ଷା ପାଇଁ ଆଣବିକ ନିରସ୍ତ୍ରୀକରଣକୁ ଏକ ଉପଯୁକ୍ତ ଆଧାର ଭାବେ ଗ୍ରହଣ କରୁ ନ ଥିବା ଅଧିକାଂଶ ଦେଶ ସମ୍ମୁଖରେ ଏହି ଚୁକ୍ତି ମଧ୍ୟ ତା’ ବିଚାରକୁ ପ୍ରକାଶ କରିଛି। ତେବେ ଅସ୍ତ୍ରଶସ୍ତ୍ର ଆମକୁ ସୁରକ୍ଷା ଦେବ ବୋଲି ଯେଉଁ ବିଶ୍ୱାସ ଅଛି ତାହା ଏକ ମୌଳିକ ତ୍ରୁଟି ବୋଲି ଆମର ହୃଦ୍‌ବୋଧ ହୋଇଛି। ବାସ୍ତବରେ, ସେସବୁ ଆମ ସମସ୍ତଙ୍କ ତଥା ଆଗାମୀ ପିଢ଼ି ଉପରେ ବଡ଼ ବିପଦ ସୃଷ୍ଟି କରୁଛି। ଟିପିଏନ୍‌ଡବ୍ଲ୍ୟୁ ସାର୍ବଜନୀନ ବିତର୍କ ପ୍ରତି ଧ୍ୟାନଦେବା ସହ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ ଦ୍ୱାରା ପ୍ରଭାବିତ ଦେଶଗୁଡ଼ିକ , ବିଶେଷକରି ପ୍ରଶାନ୍ତମହାସାଗରୀୟ ଦ୍ୱୀପ ଦେଶ ସମୂହକୁ ସଂସାଧନ ପହଞ୍ଚାଇବାର ମଧ୍ୟ ଏକ ମାଧ୍ୟମ। ଏବେ ପ୍ରକାଶ ପାଉଥିବା ଆଣବିକ ଅସ୍ତ୍ରଜନିତ ବିପଦ ଏବଂ ମାନବୀୟ ପରିଣାମ ଉପରେ ନଜର ରଖିବାକୁ ଟିପିଏନ୍‌ଡବ୍ଲ୍ୟୁର କ୍ଷମତା ରହିଛି। ଟିପିଏନ୍‌ଡବ୍ଲ୍ୟୁର ପ୍ରଥମ ବୈଠକ ଅଷ୍ଟ୍ରିଆର ଭିଏନାରେ ଏବେ ଚାଲିଛି। ଏହା ଜୁନ୍‌ ୨୩ ଯାଏ ଅନୁଷ୍ଠିତ ହେବ। ଟିପିଏନ୍‌ଡବ୍ଲ୍ୟୁରେ ଥିବା ଦେଶଗୁଡ଼ିକ ଏଥିରେ ଭାଗ ନେଇଚନ୍ତି। ଆଣବିକ ନିରସ୍ତ୍ରୀକରଣ ପାଇଁ ବହୁତ କିଛି କରିବାକୁ ବାକି ରହିଛି ବୋଲି ଆମେ ଜାଣିଛେ। ଏଣୁ ଏହି ବୈଠକ ଏକ ବଡ଼ ସଫଳତା ବୋଲି ସ୍ବୀକାର କରିବା ଉଚିତ।
ତେବେ ବହୁ ଆଣବିକ ସମ୍ପନ୍ନ ଏବଂ ଅନ୍ୟ ଆଣବିକ ଅସ୍ତ୍ର ଶୂନ୍ୟ ଦେଶ ଏହି ବୈଠକରେ ଭାଗ ନେଇଛନ୍ତି। ସେମାନଙ୍କୁ ଆମେ ସ୍ବାଗତ କରୁଛୁ। ଏପରି କି ସୁରକ୍ଷା ପାଇଁ ଆଣବିକ ଅସ୍ତ୍ରଗୁଡ଼ିକର ଯୁକ୍ତିଯୁକ୍ତତା ଉପରେ ଆମମାନଙ୍କ ମଧ୍ୟରେ ଥିବା ଦୃଷ୍ଟିକୋଣ ଭିନ୍ନ ରହୁଥିଲେ ମଧ୍ୟ ଆଣବିକ ଅସ୍ତ୍ରର ଆହ୍ବାନ, ବିପଦ ଏବଂ ପରିଣାମଗୁଡ଼ିକ ବିଷୟରେ ଅନ୍ତର୍ଜାତୀୟ ସ୍ତରରେ ସେମାନଙ୍କ ମିଳିତ ଆଲୋଚନାର ମହତ୍ତ୍ୱ ରହିଛି। ବିଗତ ଦଶନ୍ଧିଗୁଡ଼ିକରେ ଆଣବିକ ବିପଦ ଯାହା ଥିଲା ଏବେ ତା’ଠାରୁ ଅଧିକ ରହିଥିବାରୁ ଏହି ଆଲୋଚନାର ଆବଶ୍ୟକତା ଅଧିକ। ଟିପିଏନ୍‌ଡବ୍ଲ୍ୟୁ ଦ୍ୱାରା ସବୁ କିଛି ହଠାତ୍‌ ଠିକ୍‌ ହୋଇଯିବ ଏହା ଭାବିବା ଭୁଲ୍‌। ହେଲେ ଏହା ଆଣବିକ ନିରସ୍ତ୍ରୀକରଣ ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚାପ ପକାଇବ ଏବଂ ଏଥିପାଇଁ ପଦକ୍ଷେପ ନେବା ଲାଗି ବିଶ୍ୱକୁ ପୁଣି ପ୍ରେରିତ କରିବ। ମାନବତା ପ୍ରତି ଦେଖାଯାଉଥିବା ମୌଳିକ ବିପଦକୁ ଦେଖିଲେ ଆଣବିକ ନିରସ୍ତ୍ରୀକରଣର ଏବକାର ସ୍ଥିତିରେ ଆମେ ସନ୍ତୁଷ୍ଟ ହୋଇପାରିବା ନାହିଁ। ନିରସ୍ତ୍ରୀକରଣ ପାଇଁ ସବୁ ପ୍ରକାର ଉଦ୍ୟମ ଅଷ୍ଟ୍ରିଆ ଓ ନ୍ୟୁଜିଲାଣ୍ଡ ଜାରି ରଖିବେ। ମାନବତାର ସ୍ବାର୍ଥରେ ଆମେ ସମାନ ବିଚାରଧାରାର ଦେଶ ଓ ସିଭିଲ ସୋସାଇଟିଗୁଡ଼ିକ ସହ ନିରନ୍ତର କାମ କରିବୁ। ଆମମାନଙ୍କ ମୁଣ୍ଡ ଉପରେ ଝୁଲୁଥିବା ଆଣବିକ ଡେମୋକ୍ଲିସ୍‌ ଖଣ୍ଡା ହଟାଇ ଦେବା ଲାଗି ଏହି କାର୍ଯ୍ୟ ଜାରି ରଖିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri