ବେଆଇନ ପାକିର୍ଂକୁ ନେଇ ଚିନ୍ତା

ନୟାଗଡ଼,୧୯।୬(ଲୋକନାଥ ମିଶ୍ର): ନୟାଗଡ଼ ଟ୍ରାଫିକ ଛକରୁ ବସଷ୍ଟାଣ୍ଡ ପୁରୁଣା ସହରକୁ ସ୍ଥାନାନ୍ତରିତ ହେବା ପରେ ନୟାଗଡ଼ ସହରରେ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଯିଏ ଯେଉଁଠି ପାଇଲା ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଉପରେ ବସ, ଟ୍ରକକୁ ବେଆଇନ ଭାବେ ପାକିର୍ଂ କରୁଛନ୍ତି । ବେଆଇନ ପାର୍କିଂ ଯୋଗୁ ଦୁର୍ଘଟଣା ଯେ ନ ଘଟିବ କହି ହେବ ନାହିଁ । ନିକଟରେ ବଲାଙ୍ଗୀରରେ ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ସ୍ଥାନୀୟ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଥିଲା । ରାସ୍ତାକଡ଼ରେ ପାକିର୍ଂ ହୋଇଥିବା ଟ୍ରକ ନ ଥିଲେ ୫ଜଣଙ୍କ ମୃତ୍ୟୁ ହୋଇ ନ ଥାନ୍ତା ବୋଲି କୁହାଯାଉଛି । ବଲାଙ୍ଗୀରରେ ରାସ୍ତା କଡରେ ପାକିର୍ଂ ହୋଇଥିବାରୁ ୫ଟି ଜୀବନ ଚାଲିଗଲା । ହେଲେ ନୟାଗଡ଼ ସହରରେ ରାଜପଥ ଉପରେ ବେଆଇନ ପାର୍କିଂ ସବୁ ଦିନିଆ ଘଟଣା ହୋଇଥିଲେ ମଧ୍ୟ ଏହାର ପ୍ରତିକାର ନାହିଁ । କିଛି ଅଘଟଣ ନ ଘଟିଲେ କାରଣ ଖୋଜା ଯାଇ ପ୍ରତିକାର ହେବ ନାହିଁ ବୋଲି ସାଧାରଣରେ ମତ ପ୍ରକାଶ ପ୍ରକାଶ ପାଇଛି ।
ପ୍ରକାଶ ଯେ, ନୟାଗଡ଼ ସହର ପ୍ଲାନିଂ ମୁତାବକ ଗଠନ ହୋଇନି । ସହର ମଧ୍ୟ ଦେଇ ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ. ଜାତୀୟ ରାଜପଥ ଯାଇଥିଲେ ମଧ୍ୟ ଏହାର ରାସ୍ତା ପ୍ରଶସ୍ତ ହୋଇ ପାରିନାହିଁ । ସହର ମଧ୍ୟରେ ଜବରଦଖଲ ବାଧକ ସାଜିଛି। ଯଦିଓ ବାଇପାସ୍‌ କାମ ଚାଲିଛି ଏହା ହେଲା ପରେ କିଛି ସମସ୍ୟା ସମାଧାନ ହୋଇ ପାରେ । ତେବେ ବାଇପାସ୍‌ କାର୍ଯ୍ୟକ୍ଷମ ନ ହେବା ପୂର୍ବରୁ ସହରରେ ଟ୍ରାଫିକ ସେବା ବିପର୍ଯ୍ୟସ୍ତ ହୋଇ ରହିଛି । ରାଜପଥ ଉପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଯାତ୍ରୀ ବାହୀ ବସ ଅଟକି ରହିଛି । ସେହିପରି ପୁରୁଣା କୋର୍ଟ ସମ୍ମୁଖ, ସାମ୍ବାଦିକ ଭବନ ନିକଟ, ଏନ୍‌ଏସି ହାଇସ୍କୁଲ ନିକଟରେ ଅନୁରୂପ ଭାବେ ବସ ଅଟକି ରହି ରାସ୍ତା ଜାମ କରୁଛି । ଅପରପକ୍ଷେ ଖଣ୍ଡପଡା ରୋଡ, ନୟାଗଡ଼ କଲେଜ ରୋଡ଼ରେ ମଧ୍ୟ ବସ, ଟ୍ରକ ରାସ୍ତା ଉପରେ ଅଟକି ରହୁଛି । ପୁଣି ନୟାଗଡ଼ ଟ୍ରାଫିକ ଛକ ନିକଟସ୍ଥ ଲେମ୍ବୁ ଛକଠାରୁ ତ୍ରିନାଥ ଛକ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବସ, ଅଟୋ, ବାଇକ୍‌ ଓ ଅନ୍ୟ ଯାନବାହାନ ବେଆଇନ ଭାବେ ଅଟକି ରହୁଛି । ଖଣ୍ଡପଡା, ଦଶପଲ୍ଲା, ଖୋର୍ଦ୍ଧା ରାସ୍ତାରେ ମଧ୍ୟ ସମାନ ଅବସ୍ଥା ସୃଷ୍ଟି ହୋଇଛି ।
ଏନେଇ ଆଇନଜୀବୀ ରଣଜିତ ଦାଶ କୁହନ୍ତି, ରାସ୍ତା ଉପରେ ବେଆଇନ ପାର୍କିଂକୁ ପ୍ରତିବାଦ କରାଯିବା ଦରକାର। ବଲାଙ୍ଗୀର ଘଟଣା ପରେ ନୟାଗଡ଼ ଜିଲା ପ୍ରଶାସନ କିପରି ନିଜର ତ୍ରୁଟି ସୁଧାରୁ ନାହିଁ ତାହା ଚିନ୍ତାର କାରଣ । ବସ ରହଣି ପାଇଁ ବସଷ୍ଟାଣ୍ଡ ରହିଛି । ହେଲେ ବସ ବସଷ୍ଟାଣ୍ଡକୁ ଯାଉନି । ଯେଉଁଠି ବସ ସାମୟିକ ରହଣୀ ପାଇଁ ବ୍ୟବସ୍ଥା କରାଯିବ ସେଠାରେ ରାସ୍ତାକୁ ପ୍ରଶସ୍ତ କରାଯାଉ। ରାସ୍ତା ପାର୍ଶ୍ୱରୁ ବେଆଇନ ଅସ୍ଥାୟୀ ଦୋକାନ ହଟାଇ ବସ ରହଣି ପାଇଁ ବ୍ୟବସ୍ଥା କରାଯାଉ। ପୁଣି ବାଇକ୍‌ ଓ ଅନ୍ୟ ଯାହବାହନ ପାଇଁ ପାର୍କିଂ ସ୍ଥାନ ଚୟନ କରାଯିବା ଦରକାର । ନଚେତ୍‌ ଦୁର୍ଘଟଣାକୁ ଆମନ୍ତ୍ରଣ କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ବୋଲି କହିଛନ୍ତି । ମାଧବ ଚନ୍ଦ୍ର ସ୍ବାଇଁ ନାମକ ଜଣେ ବସଯାତ୍ରୀ କହିଛନ୍ତି, ନୟାଗଡ ମେଡିକାଲଠାରୁ ପୁରୁଣା କୋର୍ଟ ପର୍ଯ୍ୟନ୍ତ ବେଶି ଟ୍ରାଫିକ ଜାମ ହେଉଛି । ଟ୍ରାଫିକ ଜାମକୁ ଜାଣି କରି କରାଯାଉଛି । ବସ ବହୁ ସମୟ ଧରି ରାସ୍ତା ଉପରେ ଅଟକି ରହିବା ଓ ରାସ୍ତା କଡରେ ଅସ୍ଥାୟୀ ଦୋକାନ ପଡିବା କାରଣରୁ ଦୁର୍ଘଟଣା ପାଇଁ ସୁଯୋଗ ସୃଷ୍ଟି କରୁଛି । ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ସହରର ଟ୍ରାଫିକ ସେବାକୁ ନିରାକରଣ କରିବା ପାଇଁ ପଦକ୍ଷେପ ନେଉ ନ ଥିବାରୁ ଏହା ବଢ଼ିବାରେ ଲାଗିଛି। ଟ୍ରାଫିକ ସେବା ସୁଧାରିବା ପାଇଁ ଗୋଲେଇ ଟ୍ରାଫିକ ତିଆରି କରାଯାଉଛି କହି ପ୍ରଶାସନ ଚୁପ ରହିବା ଘଟଣା ବହୁ ଅଘଟଣକୁ ଜନ୍ମ ଦେଇ ପାରେ। ଏଣୁ ପ୍ରଶାସନ ଟ୍ରାଫିକ ସେବା ଦିଗରେ ସୁଧାର ଆଣିବା ଦରକାର ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ କ୍ରିକେଟରଙ୍କ ପରିବାର, ପତ୍ନୀ ପିଲାଙ୍କୁ ମିଳିଲା ହତା ଧମକ

ସିଡ଼ନୀ,୨୩।୧୨: ଡିସେମ୍ବର ୧୪ରେ ଅଷ୍ଟ୍ରେଲିଆର ସିଡନୀର ବଣ୍ଡି ବିଚରେ ଘଟିଥିବା ଭୟଙ୍କର ଗଣ ଗୁଳିକାଣ୍ଡ ସମଗ୍ର ଦେଶକୁ ଚକିତ କରିଦେଇଥିଲା। ପ୍ରାୟ ୩୦ ବର୍ଷ ମଧ୍ୟରେ...

ଟି-୨୦ ବିଶ୍ୱକପ ପରେ ବଦଳିବେ ଅଧିନାୟକ! ସୂର୍ଯ୍ୟକୁମାରଙ୍କ ପରେ ଏହି ୩ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟ ଦଳ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ୨୦୨୬ ଟି୨୦ ବିଶ୍ୱକପ ଖେଳିବ। କିନ୍ତୁ, ତାଙ୍କ ଚୟନ ପରଠାରୁ, ଏହି ଟୁର୍ନାମେଣ୍ଟ ଅଧିନାୟକ ଭାବରେ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ପ୍ରଥମ ପତ୍ନୀଙ୍କ ପରଲୋକର ୭ ବର୍ଷ ପରେ ବିବାହ କଲେ ଏହି କ୍ରିକେଟର, ଦ୍ୱିତୀୟ ପତ୍ନୀଙ୍କ ବୟସ ଜାଣିଲେ…

ଲଣ୍ଡନ,୨୩।୧୨: ଫୁସଫୁସ କର୍କଟ ରୋଗରେ ପ୍ରଥମ ପତ୍ନୀଙ୍କ ମୃତ୍ୟୁର ପ୍ରାୟ ସାତ ବର୍ଷ ପରେ, ପୂର୍ବତନ ଇଂଲଣ୍ଡ ଅଧିନାୟକ ଆଣ୍ଡ୍ରୁ ଷ୍ଟ୍ରସ ପୁନଃବିବାହ କରିଛନ୍ତି। ଷ୍ଟ୍ରସ...

ରାଜ୍ୟ ସଭାରେ ବଦଳିବ ନମ୍ବର ଗେମ, ୨୦୨୬ରେ ୭୫ ଆସନରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୩।୧୨: ୨୦୨୬ ମସିହାରେ ସାରା ଦେଶରେ ବଡ଼ ଧରଣର ନିର୍ବାଚନ ହେବାର କାର୍ଯ୍ୟକ୍ରମ ରହିଛି। କେରଳ, ତାମିଲନାଡୁ, ଆସାମ ଏବଂ ପଶ୍ଚିମବଙ୍ଗ ଭଳି ପ୍ରମୁଖ ରାଜ୍ୟରେ...

ରଙ୍ଗୋଲିରେ ବରଗଡ଼ ଧନୁଯାତ୍ରା ମହୋତ୍ସବ

ବରଗଡ଼,୨୩।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଏଥର ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପରିକଳ୍ପନା କରାଯାଇଛି। ଏହି କ୍ରମରେ ବିଗତ ବର୍ଷଭଳି ଏଥର ମଧ୍ୟ...

ନିଜ ସରକାରଙ୍କୁ ଚେତାବନୀ ଦେଲେ ଭାଜପା ବିଧାୟକ

ଜୟପୁର,୨୩।୧୨: ରାଜସ୍ଥାନ ଯୋଧପୁରର ସୁରସାଗର ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଦେବେନ୍ଦ୍ର ଯୋଶୀଙ୍କ ଏକ ବୟାନ ଏବେ ଶିରୋନାମାରେ ପରିଣତ ହେଉଛି। ତାଙ୍କ ବୟାନ ପରେ ବିରୋଧୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri