ଚିନ୍ତାରେ ପଡିଲା ୟୁକ୍ରେନ୍‌, ନୂଆ ଚ୍ୟାଲେଞ୍ଜ ଉତ୍ତର କୋରିଆର ଆତ୍ମଘାତୀ ସୈନ୍ୟ

ସିଓଲ,୧୪।୧: ୟୁକ୍ରେନ୍‌ ବିରୋଧରେ ରୁଷିଆ ପାଖାପାଖି ୩ ବର୍ଷ ହେଲା ଯୁଦ୍ଧ ଚଳାଇଛି। ରୁଷିଆ ସେନାର ଆକ୍ରମଣ ସାମର୍ଥ୍ୟ ବଢ଼ାଇବା ପାଇଁ ଉତ୍ତର କୋରିଆ ସେନା ଯୁଦ୍ଧରେ ସାମିଲ ହୋଇଛନ୍ତି। ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ପାଇଁ ମରିବାକୁ ଥିବା ଉତ୍ତର କୋରିଆର ଆତ୍ମଘାତୀ ସୈନ୍ୟମାନେ ଏବେ ୟୁକ୍ରେନ୍‌ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି।

ଚଳିତ ସପ୍ତାହରେ ରୁଷିଆର ବରଫାବୃତ୍ତ କୁର୍କ୍ସରେ ଯୁଦ୍ଧ ପରେ ୟୁକ୍ରେନ୍‌ର ସ୍ବତନ୍ତ୍ର ବଳ ଉତ୍ତର କୋରିଆର ପ୍ରାୟ ୧୨ ଜଣ ଶତ୍ରୁ ସୈନ୍ୟଙ୍କ ମୃତଦେହ ପାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ଜୀବିତ ସୈନ୍ୟ ମୃତ ଭଳି ପଡ଼ିରହିଥିଲେ। ୟୁକ୍ରେନ୍‌ ସୈନ୍ୟ ତାଙ୍କ ନିକଟରେ ପହଞ୍ଚତ୍ବା ପରେ ସେ ଏକ ଗ୍ରେନେଡ୍‌ ବିସ୍ଫୋରଣ ଘଟାଇଥିଲେ। ବିସ୍ଫୋରଣରୁ ୟୁକ୍ରେନ୍‌ ସୈନ୍ୟ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଯୁଦ୍ଧକ୍ଷେତ୍ରରେ ଏଭଳି ଏକାଧିକ ଘଟଣା ଦେଖିବାକୁ ମିଳିଛି। ଉତ୍ତର କୋରିଆ ସୈନ୍ୟ ଏଭଳି କେତେକ ଚରମ ପଦକ୍ଷେପ ନେଉଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି।

ଉତ୍ତର କୋରିଆ ସୈନ୍ୟ ନିଜକୁ ବିସ୍ଫୋରଣ କରାଇ ଆତ୍ମହତ୍ୟା କରିବା ଘଟଣାକୁ କିମ୍‌ ନାମକ ଜଣେ ପୂର୍ବତନ ସୈନ୍ୟ ସ୍ବୀକାର କରିଛନ୍ତି। ସେ ୨୦୨୨ରେ ସୈନ୍ୟବାହିନୀ ଛାଡ଼ି ଦକ୍ଷିଣ କୋରିଆ ଚାଲିଯାଇଥିଲେ। ଉତ୍ତର କୋରିଆ ସୈନ୍ୟବାହିନୀରେ ସାମିଲ ହେଉଥିବା ଯବାନମାନଙ୍କୁ ଏଭଳି ପ୍ରଶିକ୍ଷଣ ଦିଆଯାଇ ଏଭଳି ପ୍ରଭାବିତ କରାଯାଇଥାଏ ଯେ, ସେମାନେ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ପାଇଁ ବଳିଦାନ ଦେବାକୁ ପ୍ରସ୍ତୁତ ଥାଆନ୍ତି। ୟୁକ୍ରେନ୍‌ ଏବଂ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ଆକଳନ ଅନୁଯାୟୀ ଯୁଦ୍ଧରେ ରୁଷିଆକୁ ସହାୟତା କରିବା ପାଇଁ ଉତ୍ତର କୋରିଆ କୁର୍କ୍ସ ଅଞ୍ଚଳରେ ୧୧ ହଜାର ସୈନ୍ୟ ନିୟୋଜିତ କରିଛି। ୟୁକ୍ରେନ୍‌ ସୈନ୍ୟଙ୍କ ଆକ୍ରମଣରେ ସେମାନଙ୍କ ମଧ୍ୟରୁ ୩,୦୦୦ରୁ ଊର୍ଦ୍ଧ୍ୱ ମୃତାହତ ହେଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

ତାତିଲେ ଚାଷୀ, ୧୦ରେ ଜେଲଭରୋ ଆନ୍ଦୋଳନ: ଚାଷ, ଚାଷୀ ସମସ୍ୟା ଅସମାହିତ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। କିନ୍ତୁ ଏଠାରେ ଚାଷ ଓ…

ତାବରସାହି ଜଙ୍ଗଲରୁ ୨୫ ଲକ୍ଷର ଗଞ୍ଜେଇ ଜବତ, ଗୋଡ଼ାଇ ଗୋଡ଼ାଇ ବାନ୍ଧିଲା ପୋଲିସ

ମୋହନା,୫ା୮(ମନ୍ମଥ ମିଶ୍ର): ଗଜପତି ଜିଲା ରା.ଉଦୟଗିରି ଥାନା ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲାର ପର୍ଦ୍ଦାଫାଶ କରିଛି । ୨୫୧ କିଲୋଗ୍ରାମ ୨୦୦ ଗ୍ରାମ…

ବନ୍ୟା କ୍ଷୟକ୍ଷତି ଆକଳନ କଲେ ମନ୍ତ୍ରୀ, ପ୍ରଭାବିତ ଅଞ୍ଚଳରେ ହେବ…

କେନ୍ଦୁଝର,୫ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ବୁଧବାର କେନ୍ଦୁଝର ସର୍କିଟ ହାଉସ୍‌ଠାରେ ବନ୍ୟା ଦ୍ୱାରା ହୋଇଥିବା…

ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କ ଧାରଣା

କୃଷ୍ଣପ୍ରସାଦ, ୫।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘଦିନ ଧରି ବିଭିନ୍ନ ଦାବି ନେଇ ବ୍ଲକଗ୍ରାଣ୍ଟ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଆସୁଛନ୍ତି। ପୂର୍ବରୁ ବିଧାନସଭା ସମ୍ମୁଖରେ ଶିକ୍ଷୟିତ୍ରୀମାନେ ମାଣବସା ଗୁରୁବାର…

୨୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ RTOର ୨ କର୍ମଚାରୀ, ବାନ୍ଧିଲା ଭିଜିଲାନ୍ସ

ରାଉରକେଲା,୫ା୮(ସଙ୍ଗୀତା ଜେନା) : ଭିଜିଲାନ୍ସ ଜାଲରେ ରାଉରକେଲା RTOର ୨ କର୍ମଚାରୀ । ବ୍ୟାଙ୍କ ଦ୍ୱାରା ନିଲାମ ହୋଇଥିବା ଦୁଇଟି ଟ୍ରକ୍‌ର ନୂତନ ପଞ୍ଜୀକରଣ ପ୍ରମାଣପତ୍ର (ଏଫ୍‌ଆର୍‌ସି)…

ମୁମ୍ବାଇରେ ଶ୍ରମିକଙ୍କ ମୃତ୍ୟୁ, ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଚେଷ୍ଟାରେ ଗାଁରେ ପହଞ୍ଚିଲା ମୃତଦେହ, କାନ୍ଦବୋବାଳିରେ…

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଛୋଟରାୟପୁର- ବାସୁଦେବପୁର ଗ୍ରାମ ବଡ଼ସାହିର ପ୍ରଦୀପ ମହାରଣାଙ୍କ ୨ୟ ପୁଅ ସନ୍ତୋଷ ମହାରଣା(୩୬) ପରିବାର ପରିପୋଷଣ ନିମନ୍ତେ…

ବାଇକରେ ବନ୍ୟାଞ୍ଚଳ ବୁଲିଲେ ମନ୍ତ୍ରୀ, ହାଟଡିହୀ ଅଞ୍ଚଳକୁ ନେଇ କହିଲେ…

ହାଟଡିହୀ/ଛେନାପଦୀ,୫।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ବୈତରଣୀ ନଦୀର ବନ୍ୟା ପରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ରାଜ୍ୟ ପଞ୍ଚାୟତିରାଜ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri