ଜଗନ୍ନାଥଙ୍କ ସମ୍ବନ୍ଧରେ ଭ୍ରମାତ୍ମକ ଲେଖାକୁ ନେଇ ଉଦ୍‌ବେଗ

ପୁରୀ ଅଫିସ, ୩ା୮: ଶ୍ରୀଜଗନ୍ନାଥଙ୍କ ଉପାସନା, ରୀତିନୀତି ଓ ଯାନିଯାତ୍ରା ଭାରତରେ ସ୍ବତନ୍ତ୍ର। ଶାସ୍ତ୍ରୀୟ ସିଦ୍ଧାନ୍ତ ଉପରେ ବିକଶିତ ମହାପ୍ରଭୁଙ୍କ ଉପାସନାରେ ପରମ୍ପରା ଜଡ଼ିତ ହୋଇଛି। ସାମାଜିକ ପରମ୍ପରା ସହିତ ମାନବିକ ମୂଲ୍ୟବୋଧ ଏହାର ଆଧାର ସ୍ତମ୍ଭ। କିନ୍ତୁ ଅନେକ ସମୟରେ ବାସ୍ତବ ରହସ୍ୟ ନ ଜାଣି ଭ୍ରମଯୁକ୍ତ ତଥ୍ୟ ସମ୍ବଳିତ ଲେଖା ବିଭିନ୍ନ ଭାଷାରେ ପ୍ରକାଶିତ ହେଉଛି। ଭୁଲ୍‌କୁ ଭୁଲ୍‌ ବୋଲି କହିବା ପାଇଁ ଆମର ସେପରି ବିଧି ସମ୍ମତ ବ୍ୟବସ୍ଥା କାହାରି ପକ୍ଷରୁ ବି କରାଯାଇନାହିଁ। ଶ୍ରୀମନ୍ଦିର ପ୍ରଶାସନର ଏ ଦିଗରେ ଭୂମିକା ରହିବା କଥା। ଭୁଲ୍‌ ବୋଲି ନ ଦେଖାଇଲେ ସେହି ଭୁଲ୍‌ ତଥ୍ୟକୁ ଲୋକେ ଗ୍ରହଣ କରିଯିବେ। ସେହିଭଳି ଶ୍ରୀପୁରୀ ଧାମ ଶୀର୍ଷକ ଏକ ଲେଖା କଲ୍ୟାଣୀ ପତ୍ରିକାର ୨୦୨୨ ମସିହା ଜୁନ୍‌ ସଂଖ୍ୟାରେ ପ୍ରକାଶ ପାଇଛି। ଏଥିରେ ମୁଖ୍ୟ ଭାବେ ୭ଟି ଭ୍ରମାତ୍ମକ ତଥ୍ୟ ରହିଛି। ବିଦ୍ୟାପତି ନୀଳମାଧବଙ୍କ ମୂର୍ତ୍ତିକୁ ଉଜ୍ଜୟିନୀ ନେଇଯାଇଥିବା ଏବଂ ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପ୍ରସଙ୍ଗରେ ଗରୁଡ଼ ଦର୍ଶନ ଓ ଉଗ୍ରସେନ ଦର୍ଶନକୁ ଗ୍ରହଣ କରାଯାଇଥିବା ଦେଖାଯାଏ ବୋଲି ଉଲ୍ଲେଖ ରହିଛି, ଯାହା କଦାପି ଗ୍ରହଣୀୟ ନୁହେଁ ଏବଂ ଅଶାସ୍ତ୍ରୀୟ ବୋଲି ଶ୍ରୀନୀଳାଚଳ ତତ୍ତ୍ୱ ସନ୍ଧାନ ପରିଷଦର ସମ୍ପାଦକ ଡ. ଶ୍ରୀନିବାସ ଆଚାର୍ଯ୍ୟ ମତ ଦେଇଛନ୍ତି। ସେହିପରି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ ମଧ୍ୟ ଏହି ଲେଖାରେ ସ୍ଥାନ ପାଇଥିବା ମହାପ୍ରଭୁଙ୍କ ଆବିର୍ଭାବ ପ୍ରସଙ୍ଗ, ଶ୍ରୀଗୁଣ୍ଡିଚା ମନ୍ଦିର ବର୍ଣ୍ଣନା ମିଥ୍ୟା ତଥ୍ୟ ଉପରେ ଉପସ୍ଥାପନ କରାଯାଇଥିବା ମତ ଦେଇଛନ୍ତି। ଏହି ଲେଖାର ଲେଖକ ଆଚାର୍ଯ୍ୟ ଶ୍ରୀଜଗନ୍ନାଥ ପ୍ରସାଦ ଜୀ ଗୁପ୍ତଙ୍କ ଠିକଣା କଲ୍ୟାଣୀ ପତ୍ରିକାରେ ନାହିଁ। କଲ୍ୟାଣୀର ପ୍ରକାଶକ ଗୋରଖପୁରର ଗୀତା ପ୍ରେସ୍‌। ପୂର୍ବରୁ ଗୀତା ପ୍ରେସ୍‌ ଦ୍ୱାରା ପ୍ରକାଶିତ ଏହି ପତ୍ରିକାରେ ଅନେକ ମନଗଢ଼ା କଥା ପ୍ରକାଶ ପାଇଥିବାର ନଜିର ଅଛି। ଦେବୀ ବିମଳାଙ୍କ ସମ୍ବନ୍ଧରେ ୨ବର୍ଷ ତଳେ ଭୁଲ୍‌ ତଥ୍ୟ ପ୍ରକାଶିତ ହୋଇଥିଲା। ଏପରି କି ଶ୍ରୀପୁରୁଷୋତ୍ତମ ଦେବୀଙ୍କ ପାଦପୀଠ ନୁହେଁ, କାଞ୍ଚତ୍ ହେଉଛି ପାଦପୀଠ ବୋଲି ପ୍ରଚାର କରାଯାଇଥିଲା। ଚଳିତ ସଂଖାରେ ଦେବୀ ବିମଳା ଓ ମହାପ୍ରସାଦକୁ ନେଇ ମଧ୍ୟ କାଳ୍ପନିକ ବର୍ଣ୍ଣନା କରାଯାଇଛି ବୋଲି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ମତବ୍ୟକ୍ତ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ଭ୍ରମାତ୍ମକ ଲେଖାର ପ୍ରତିବାଦ ନ ହେଲେ ବିକୃତ ଇତିହାସ ସୃଷ୍ଟି ହେବ ବୋଲି ଡ. ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ସମ୍ପୃକ୍ତ ପ୍ରକାଶନ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?