ଜଗନ୍ନାଥଙ୍କ ସମ୍ବନ୍ଧରେ ଭ୍ରମାତ୍ମକ ଲେଖାକୁ ନେଇ ଉଦ୍‌ବେଗ

ପୁରୀ ଅଫିସ, ୩ା୮: ଶ୍ରୀଜଗନ୍ନାଥଙ୍କ ଉପାସନା, ରୀତିନୀତି ଓ ଯାନିଯାତ୍ରା ଭାରତରେ ସ୍ବତନ୍ତ୍ର। ଶାସ୍ତ୍ରୀୟ ସିଦ୍ଧାନ୍ତ ଉପରେ ବିକଶିତ ମହାପ୍ରଭୁଙ୍କ ଉପାସନାରେ ପରମ୍ପରା ଜଡ଼ିତ ହୋଇଛି। ସାମାଜିକ ପରମ୍ପରା ସହିତ ମାନବିକ ମୂଲ୍ୟବୋଧ ଏହାର ଆଧାର ସ୍ତମ୍ଭ। କିନ୍ତୁ ଅନେକ ସମୟରେ ବାସ୍ତବ ରହସ୍ୟ ନ ଜାଣି ଭ୍ରମଯୁକ୍ତ ତଥ୍ୟ ସମ୍ବଳିତ ଲେଖା ବିଭିନ୍ନ ଭାଷାରେ ପ୍ରକାଶିତ ହେଉଛି। ଭୁଲ୍‌କୁ ଭୁଲ୍‌ ବୋଲି କହିବା ପାଇଁ ଆମର ସେପରି ବିଧି ସମ୍ମତ ବ୍ୟବସ୍ଥା କାହାରି ପକ୍ଷରୁ ବି କରାଯାଇନାହିଁ। ଶ୍ରୀମନ୍ଦିର ପ୍ରଶାସନର ଏ ଦିଗରେ ଭୂମିକା ରହିବା କଥା। ଭୁଲ୍‌ ବୋଲି ନ ଦେଖାଇଲେ ସେହି ଭୁଲ୍‌ ତଥ୍ୟକୁ ଲୋକେ ଗ୍ରହଣ କରିଯିବେ। ସେହିଭଳି ଶ୍ରୀପୁରୀ ଧାମ ଶୀର୍ଷକ ଏକ ଲେଖା କଲ୍ୟାଣୀ ପତ୍ରିକାର ୨୦୨୨ ମସିହା ଜୁନ୍‌ ସଂଖ୍ୟାରେ ପ୍ରକାଶ ପାଇଛି। ଏଥିରେ ମୁଖ୍ୟ ଭାବେ ୭ଟି ଭ୍ରମାତ୍ମକ ତଥ୍ୟ ରହିଛି। ବିଦ୍ୟାପତି ନୀଳମାଧବଙ୍କ ମୂର୍ତ୍ତିକୁ ଉଜ୍ଜୟିନୀ ନେଇଯାଇଥିବା ଏବଂ ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପ୍ରସଙ୍ଗରେ ଗରୁଡ଼ ଦର୍ଶନ ଓ ଉଗ୍ରସେନ ଦର୍ଶନକୁ ଗ୍ରହଣ କରାଯାଇଥିବା ଦେଖାଯାଏ ବୋଲି ଉଲ୍ଲେଖ ରହିଛି, ଯାହା କଦାପି ଗ୍ରହଣୀୟ ନୁହେଁ ଏବଂ ଅଶାସ୍ତ୍ରୀୟ ବୋଲି ଶ୍ରୀନୀଳାଚଳ ତତ୍ତ୍ୱ ସନ୍ଧାନ ପରିଷଦର ସମ୍ପାଦକ ଡ. ଶ୍ରୀନିବାସ ଆଚାର୍ଯ୍ୟ ମତ ଦେଇଛନ୍ତି। ସେହିପରି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ ମଧ୍ୟ ଏହି ଲେଖାରେ ସ୍ଥାନ ପାଇଥିବା ମହାପ୍ରଭୁଙ୍କ ଆବିର୍ଭାବ ପ୍ରସଙ୍ଗ, ଶ୍ରୀଗୁଣ୍ଡିଚା ମନ୍ଦିର ବର୍ଣ୍ଣନା ମିଥ୍ୟା ତଥ୍ୟ ଉପରେ ଉପସ୍ଥାପନ କରାଯାଇଥିବା ମତ ଦେଇଛନ୍ତି। ଏହି ଲେଖାର ଲେଖକ ଆଚାର୍ଯ୍ୟ ଶ୍ରୀଜଗନ୍ନାଥ ପ୍ରସାଦ ଜୀ ଗୁପ୍ତଙ୍କ ଠିକଣା କଲ୍ୟାଣୀ ପତ୍ରିକାରେ ନାହିଁ। କଲ୍ୟାଣୀର ପ୍ରକାଶକ ଗୋରଖପୁରର ଗୀତା ପ୍ରେସ୍‌। ପୂର୍ବରୁ ଗୀତା ପ୍ରେସ୍‌ ଦ୍ୱାରା ପ୍ରକାଶିତ ଏହି ପତ୍ରିକାରେ ଅନେକ ମନଗଢ଼ା କଥା ପ୍ରକାଶ ପାଇଥିବାର ନଜିର ଅଛି। ଦେବୀ ବିମଳାଙ୍କ ସମ୍ବନ୍ଧରେ ୨ବର୍ଷ ତଳେ ଭୁଲ୍‌ ତଥ୍ୟ ପ୍ରକାଶିତ ହୋଇଥିଲା। ଏପରି କି ଶ୍ରୀପୁରୁଷୋତ୍ତମ ଦେବୀଙ୍କ ପାଦପୀଠ ନୁହେଁ, କାଞ୍ଚତ୍ ହେଉଛି ପାଦପୀଠ ବୋଲି ପ୍ରଚାର କରାଯାଇଥିଲା। ଚଳିତ ସଂଖାରେ ଦେବୀ ବିମଳା ଓ ମହାପ୍ରସାଦକୁ ନେଇ ମଧ୍ୟ କାଳ୍ପନିକ ବର୍ଣ୍ଣନା କରାଯାଇଛି ବୋଲି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର ମତବ୍ୟକ୍ତ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ଭ୍ରମାତ୍ମକ ଲେଖାର ପ୍ରତିବାଦ ନ ହେଲେ ବିକୃତ ଇତିହାସ ସୃଷ୍ଟି ହେବ ବୋଲି ଡ. ମିଶ୍ର କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ସମ୍ପୃକ୍ତ ପ୍ରକାଶନ ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri