କେନ୍ଦ୍ରାପଡ଼ାରେ ସୀମିତ କର୍ମନିଯୁକ୍ତିକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୯ା୨: ରାଜ୍ୟର ଅନ୍ୟ ଜିଲା ତୁଳନାରେ କେନ୍ଦ୍ରାପଡ଼ାରେ ସାକ୍ଷରଙ୍କ ସଂଖ୍ୟା କମ ନୁହେଁ । ଏଠାରେ ୮୫.୯୩ ପ୍ରତିଶତ ସାକ୍ଷର । ୫୭ ହଜାରରୁ ଅଧିକ ସ୍ନାତକ ଓ ତା’ଠାରୁ ଉପର ଡିଗ୍ରୀଧାରୀ ଜିଲା କର୍ମ ନିୟୋଜନ କେନ୍ଦ୍ରରେ ନାମ ପଞ୍ଜୀକୃତ କରିଛନ୍ତି । ସେହିପରି ଜିଲାର ଉର୍ବର ମୂର୍ତ୍ତିକା ଅର୍ଥନୈତିକ ଫସଲ ଉପତ୍ାଦନ ପାଇଁ ସକ୍ଷମ । ଜାତୀୟ ଉଦ୍ୟାନ ଭିତରକନିକା ସମେତ ଆଧ୍ୟାତ୍ମିକ କ୍ଷେତ୍ର ହୋଇଥିବାରୁ ପର୍ଯ୍ୟଟନ ଶିଳ୍ପ ପାଇଁ ଉପଯୋଗୀ । ଏଥିସହିତ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ବିଭିନ୍ନ ସମୟରେ ଜମି ଅଧିଗ୍ରହଣ ହୋଇଛି । ଏସବୁ ପରେ ବି ଜିଲା ଆର୍ଥିକ ବିକାଶ କ୍ଷେତ୍ରରେ କେବିକେଠାରୁ ପଛରେ ଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଦର୍ଶାଉଛି । ବନ୍ୟା, ବାତ୍ୟା, ମରୁଡ଼ି, ତଟକ୍ଷୟ ଆଦି ପ୍ରାକୃତିକ ବିପର୍ଯ୍ୟୟ ଜିଲାରେ ଯୁବବର୍ଗଙ୍କୁ କୃଷି ପ୍ରତି ବିମୁଖ କରାଇଛି । ପର୍ଯ୍ୟଟନ ଶିଳ୍ପ ଓ ଶିଳ୍ପର ବିକାଶ ହୋଇ ପାରୁ ନ ଥିବାରୁ ଯୁବବର୍ଗ ଦାଦନ ଖଟିବାକୁ ଜିଲା ବାହାରକୁ ଯାଉଛନ୍ତି । ବାରମ୍ବାର ମାନବ ଚାଲାଣ ଓ ଶ୍ରମିକ ନିର୍ଯାତନା ଖବର ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନଙ୍କୁ ଚିନ୍ତାରେ ପକାଇଛି ।

ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରତାପ କୁମାର ପାଠୀ, ମାନବାଧିକାର କର୍ମୀ ସାଗର ଜେନା, ସାମାଜିକ କର୍ମୀ ମନୋଜ କୁମାର ନାୟକ, ବାନାମ୍ବର ସାହୁ, ଡା. ମିଲନ କୁମାର ପ୍ରମୁଖ କହିଛନ୍ତି, ସମସ୍ତ ଭିତ୍ତିଭୂମି ସତ୍ତ୍ୱେ ଜିଲାର ବିକାଶ ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ । ଜିଲାର ପ୍ରତି ବର୍ଗ କିଲୋମିଟରରେ ୫୪୫ରୁ ଊର୍ଦ୍ଧ୍ୱ ଲୋକ ରହୁଛନ୍ତି । ଏହି ଲୋକସମ୍ବଳକୁ ବିନିଯୋଗ ପାଇଁ ଦକ୍ଷତାଭିତ୍ତିକ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ ନାହିଁ । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଯୁବବର୍ଗଙ୍କ ଆଗ୍ରହ ବଢ଼ୁଥିଲେ ମଧ୍ୟ ଏଥିରେ ଜିଲା ଶିଳ୍ପ କେନ୍ଦ୍ର ଓ ବ୍ୟାଙ୍କ ସହଯୋଗ ଦେଉନାହାନ୍ତି। କୃଷି କ୍ଷେତ୍ରରେ ଜୀବିକା ନିର୍ବାହ ପାଇଁ ଯୁବବର୍ଗ ଆଗ୍ରହ ପ୍ରକାଶ କରୁନାହାନ୍ତି। ରାଜ୍ୟର ଦ୍ୱିତୀୟ ବୃହତ୍ତମ ଜଳପଥ ଏହି ଜିଲାରେ ଅଛି । ତେବେ ଏହାର ଜଳ ପରିଚାଳନା ଜିଲାବାସୀଙ୍କ ପାଇଁ ଏକ ସମସ୍ୟା ହୋଇଛି । ୧ଲକ୍ଷ ୫୨ ହଜାର ଚାଷପୋଯୋଗୀ ଜମିରେ ଜଳ ସେଚନ ଓ ଜଳ ନିଷ୍କାସନ ସମସ୍ୟାର ସମାଧାନ ହୋଇ ପାରୁନାହିଁ । ବନ୍ୟାରେ ପ୍ରତିବର୍ଷ ୫୫ ପଞ୍ଚାୟତ କ୍ଷତିଗ୍ରସ୍ତ ହେଉଥିବା ବେଳେ ଅଧିକ ହେଲେ ଜିଲାର ଚାଷକୁ ପ୍ରଭାବିତ କରୁଛି। ସାମୁଦ୍ରିକ ତଟକ୍ଷୟ ସମସ୍ୟା ହୋଇଥିବା ବେଳେ ଏବେବି ଜିଲାର ୭୪୪ କିମି ତଟବନ୍ଧରୁ ୨୩୪ କିମି ଅସୁରକ୍ଷିତ ହୋଇ ରହିଛି । ସାମୁଦ୍ରିକ ବାତ୍ୟା ଓ ମରୁଡ଼ି କୃଷି ଫସଲକୁ ପ୍ରଭାବିତ କରୁଛି । ପର୍ଯ୍ୟଟନ ଶିଳ୍ପର ବିକାଶ ହେଲେ କର୍ମନିଯୁକ୍ତି ସମସ୍ୟାର ସମାଧାନ କିଛି ମାତ୍ରାରେ ସମାଧାନ ହୋଇ ପାରିବ। ଦୀର୍ଘଦିନ ଧରି ଶିଳ୍ପ ପ୍ରତିଷ୍ଠା ପାଇଁ ଜିଲାବାସୀଙ୍କୁ ସ୍ବପ୍ନ ଦେଖାଯାଉଛି ା ଏପରି କି ମହାକାଳପଡ଼ା, କେନ୍ଦ୍ରାପଡ଼ା, ମାର୍ଶାଘାଇ ଓ ଡେରାବିଶ ବ୍ଲକ ଅଞ୍ଚଳରେ ଏଥିପାଇଁ ଜମି ଅଧିଗ୍ରହଣ କରାଯାଉଛି। ମାତ୍ର ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ମଧ୍ୟମ ଧରଣର ଶିଳ୍ପଟିଏ ନାହିଁ । ଫଳରେ କର୍ମନିଯୁକ୍ତି ପାଇଁ ଯୁବବର୍ଗ ଜିଲା ବାହାରକୁ ଯାଉଛନ୍ତି ।

ପଟ୍ଟାମୁଣ୍ଡାଇ ଥାନା ନୀଳକଣ୍ଠପୁର ଗ୍ରାମର ରବିନ୍ଦ୍ର ସାହୁଙ୍କ ୩୧ ବର୍ଷିୟ ପୁଅ ସନ୍ତୋଷ ଗତ ୯ ବର୍ଷ ଧରି କର୍ମ ନିଯୁକ୍ତି ପାଇଁ ବାହାରକୁ ଯାଇ ନିଖୋଜ ଅଛନ୍ତି । କେବଳ ସନ୍ତୋଷ ନୁହନ୍ତି, ବହୁ ସଂଖ୍ୟାରେ ମହିଳା, ନାବାଳିକା, ଯୁବକ ନିଖୋଜ ଥିବା ସଂକ୍ରାନ୍ତରେ ବିଭିନ୍ନ ଥାନାରେ ରୁଜୁ ହୋଇଥିବା ମାମଲାରୁ ସ୍ପଷ୍ଟ ହୋଇଛି । ଏଥିରୁ ଜିଲାରେ ମାନବ ଚୋରାଚାଲାଣ କରାଯାଉଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି । ସେହିପରି ଗତ ୪ ବର୍ଷର ହିସାବକୁ ନେଲେ ଜିଲାରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକଙ୍କ ନିର୍ଯାତନା ଖବର ଶୁଣିବାକୁ ମିଳିଛି । କର୍ମନିଯୁକ୍ତି ପାଇଁ ପ୍ରଶାସକ ଓ ରାଜନେତାଙ୍କ ମିଳିତ ପ୍ରୟାସ ଆବଶ୍ୟକ । ତେବେ ଏହି ଜିଲାରେ ସେମାନଙ୍କ ସମନ୍ବୟର ଅଭାବ ଅଛି ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।
ଏ ସମ୍ପର୍କରେ ଏଡିଏମ୍‌ ପିତାମ୍ବର ସାମଲ କହିଛନ୍ତି, ଜିଲାରେ କର୍ମନିଯୁକ୍ତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପ୍ରତିଷ୍ଠା ସହ ଜିଲାର ଉପତ୍ାଦିତ ସାମଗ୍ରୀ ବିକ୍ରି ପାଇଁ ବ୍ୟବସ୍ଥା ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଜାରି ରହିଥିବା ବେଳେ ନିକଟରେ ଶିଳ୍ପ କରିଡର ପାଇଁ ଜମି ଚିହ୍ନଟ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri