କେନ୍ଦ୍ରାପଡ଼ାରେ ସୀମିତ କର୍ମନିଯୁକ୍ତିକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୯ା୨: ରାଜ୍ୟର ଅନ୍ୟ ଜିଲା ତୁଳନାରେ କେନ୍ଦ୍ରାପଡ଼ାରେ ସାକ୍ଷରଙ୍କ ସଂଖ୍ୟା କମ ନୁହେଁ । ଏଠାରେ ୮୫.୯୩ ପ୍ରତିଶତ ସାକ୍ଷର । ୫୭ ହଜାରରୁ ଅଧିକ ସ୍ନାତକ ଓ ତା’ଠାରୁ ଉପର ଡିଗ୍ରୀଧାରୀ ଜିଲା କର୍ମ ନିୟୋଜନ କେନ୍ଦ୍ରରେ ନାମ ପଞ୍ଜୀକୃତ କରିଛନ୍ତି । ସେହିପରି ଜିଲାର ଉର୍ବର ମୂର୍ତ୍ତିକା ଅର୍ଥନୈତିକ ଫସଲ ଉପତ୍ାଦନ ପାଇଁ ସକ୍ଷମ । ଜାତୀୟ ଉଦ୍ୟାନ ଭିତରକନିକା ସମେତ ଆଧ୍ୟାତ୍ମିକ କ୍ଷେତ୍ର ହୋଇଥିବାରୁ ପର୍ଯ୍ୟଟନ ଶିଳ୍ପ ପାଇଁ ଉପଯୋଗୀ । ଏଥିସହିତ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ବିଭିନ୍ନ ସମୟରେ ଜମି ଅଧିଗ୍ରହଣ ହୋଇଛି । ଏସବୁ ପରେ ବି ଜିଲା ଆର୍ଥିକ ବିକାଶ କ୍ଷେତ୍ରରେ କେବିକେଠାରୁ ପଛରେ ଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ ଦର୍ଶାଉଛି । ବନ୍ୟା, ବାତ୍ୟା, ମରୁଡ଼ି, ତଟକ୍ଷୟ ଆଦି ପ୍ରାକୃତିକ ବିପର୍ଯ୍ୟୟ ଜିଲାରେ ଯୁବବର୍ଗଙ୍କୁ କୃଷି ପ୍ରତି ବିମୁଖ କରାଇଛି । ପର୍ଯ୍ୟଟନ ଶିଳ୍ପ ଓ ଶିଳ୍ପର ବିକାଶ ହୋଇ ପାରୁ ନ ଥିବାରୁ ଯୁବବର୍ଗ ଦାଦନ ଖଟିବାକୁ ଜିଲା ବାହାରକୁ ଯାଉଛନ୍ତି । ବାରମ୍ବାର ମାନବ ଚାଲାଣ ଓ ଶ୍ରମିକ ନିର୍ଯାତନା ଖବର ସ୍ଥାନୀୟ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନଙ୍କୁ ଚିନ୍ତାରେ ପକାଇଛି ।

ଏ ସମ୍ପର୍କରେ ବୁଦ୍ଧିଜୀବୀ ପ୍ରତାପ କୁମାର ପାଠୀ, ମାନବାଧିକାର କର୍ମୀ ସାଗର ଜେନା, ସାମାଜିକ କର୍ମୀ ମନୋଜ କୁମାର ନାୟକ, ବାନାମ୍ବର ସାହୁ, ଡା. ମିଲନ କୁମାର ପ୍ରମୁଖ କହିଛନ୍ତି, ସମସ୍ତ ଭିତ୍ତିଭୂମି ସତ୍ତ୍ୱେ ଜିଲାର ବିକାଶ ପାଇଁ କୌଣସି ସ୍ବତନ୍ତ୍ର ଯୋଜନା ନାହିଁ । ଜିଲାର ପ୍ରତି ବର୍ଗ କିଲୋମିଟରରେ ୫୪୫ରୁ ଊର୍ଦ୍ଧ୍ୱ ଲୋକ ରହୁଛନ୍ତି । ଏହି ଲୋକସମ୍ବଳକୁ ବିନିଯୋଗ ପାଇଁ ଦକ୍ଷତାଭିତ୍ତିକ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ ନାହିଁ । କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଯୁବବର୍ଗଙ୍କ ଆଗ୍ରହ ବଢ଼ୁଥିଲେ ମଧ୍ୟ ଏଥିରେ ଜିଲା ଶିଳ୍ପ କେନ୍ଦ୍ର ଓ ବ୍ୟାଙ୍କ ସହଯୋଗ ଦେଉନାହାନ୍ତି। କୃଷି କ୍ଷେତ୍ରରେ ଜୀବିକା ନିର୍ବାହ ପାଇଁ ଯୁବବର୍ଗ ଆଗ୍ରହ ପ୍ରକାଶ କରୁନାହାନ୍ତି। ରାଜ୍ୟର ଦ୍ୱିତୀୟ ବୃହତ୍ତମ ଜଳପଥ ଏହି ଜିଲାରେ ଅଛି । ତେବେ ଏହାର ଜଳ ପରିଚାଳନା ଜିଲାବାସୀଙ୍କ ପାଇଁ ଏକ ସମସ୍ୟା ହୋଇଛି । ୧ଲକ୍ଷ ୫୨ ହଜାର ଚାଷପୋଯୋଗୀ ଜମିରେ ଜଳ ସେଚନ ଓ ଜଳ ନିଷ୍କାସନ ସମସ୍ୟାର ସମାଧାନ ହୋଇ ପାରୁନାହିଁ । ବନ୍ୟାରେ ପ୍ରତିବର୍ଷ ୫୫ ପଞ୍ଚାୟତ କ୍ଷତିଗ୍ରସ୍ତ ହେଉଥିବା ବେଳେ ଅଧିକ ହେଲେ ଜିଲାର ଚାଷକୁ ପ୍ରଭାବିତ କରୁଛି। ସାମୁଦ୍ରିକ ତଟକ୍ଷୟ ସମସ୍ୟା ହୋଇଥିବା ବେଳେ ଏବେବି ଜିଲାର ୭୪୪ କିମି ତଟବନ୍ଧରୁ ୨୩୪ କିମି ଅସୁରକ୍ଷିତ ହୋଇ ରହିଛି । ସାମୁଦ୍ରିକ ବାତ୍ୟା ଓ ମରୁଡ଼ି କୃଷି ଫସଲକୁ ପ୍ରଭାବିତ କରୁଛି । ପର୍ଯ୍ୟଟନ ଶିଳ୍ପର ବିକାଶ ହେଲେ କର୍ମନିଯୁକ୍ତି ସମସ୍ୟାର ସମାଧାନ କିଛି ମାତ୍ରାରେ ସମାଧାନ ହୋଇ ପାରିବ। ଦୀର୍ଘଦିନ ଧରି ଶିଳ୍ପ ପ୍ରତିଷ୍ଠା ପାଇଁ ଜିଲାବାସୀଙ୍କୁ ସ୍ବପ୍ନ ଦେଖାଯାଉଛି ା ଏପରି କି ମହାକାଳପଡ଼ା, କେନ୍ଦ୍ରାପଡ଼ା, ମାର୍ଶାଘାଇ ଓ ଡେରାବିଶ ବ୍ଲକ ଅଞ୍ଚଳରେ ଏଥିପାଇଁ ଜମି ଅଧିଗ୍ରହଣ କରାଯାଉଛି। ମାତ୍ର ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ମଧ୍ୟମ ଧରଣର ଶିଳ୍ପଟିଏ ନାହିଁ । ଫଳରେ କର୍ମନିଯୁକ୍ତି ପାଇଁ ଯୁବବର୍ଗ ଜିଲା ବାହାରକୁ ଯାଉଛନ୍ତି ।

ପଟ୍ଟାମୁଣ୍ଡାଇ ଥାନା ନୀଳକଣ୍ଠପୁର ଗ୍ରାମର ରବିନ୍ଦ୍ର ସାହୁଙ୍କ ୩୧ ବର୍ଷିୟ ପୁଅ ସନ୍ତୋଷ ଗତ ୯ ବର୍ଷ ଧରି କର୍ମ ନିଯୁକ୍ତି ପାଇଁ ବାହାରକୁ ଯାଇ ନିଖୋଜ ଅଛନ୍ତି । କେବଳ ସନ୍ତୋଷ ନୁହନ୍ତି, ବହୁ ସଂଖ୍ୟାରେ ମହିଳା, ନାବାଳିକା, ଯୁବକ ନିଖୋଜ ଥିବା ସଂକ୍ରାନ୍ତରେ ବିଭିନ୍ନ ଥାନାରେ ରୁଜୁ ହୋଇଥିବା ମାମଲାରୁ ସ୍ପଷ୍ଟ ହୋଇଛି । ଏଥିରୁ ଜିଲାରେ ମାନବ ଚୋରାଚାଲାଣ କରାଯାଉଥିବା ନେଇ ସନ୍ଦେହ ସୃଷ୍ଟି ହେଉଛି । ସେହିପରି ଗତ ୪ ବର୍ଷର ହିସାବକୁ ନେଲେ ଜିଲାରେ ପ୍ରାୟ ୫ଶହରୁ ଊର୍ଦ୍ଧ୍ୱ ଦାଦନ ଶ୍ରମିକଙ୍କ ନିର୍ଯାତନା ଖବର ଶୁଣିବାକୁ ମିଳିଛି । କର୍ମନିଯୁକ୍ତି ପାଇଁ ପ୍ରଶାସକ ଓ ରାଜନେତାଙ୍କ ମିଳିତ ପ୍ରୟାସ ଆବଶ୍ୟକ । ତେବେ ଏହି ଜିଲାରେ ସେମାନଙ୍କ ସମନ୍ବୟର ଅଭାବ ଅଛି ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।
ଏ ସମ୍ପର୍କରେ ଏଡିଏମ୍‌ ପିତାମ୍ବର ସାମଲ କହିଛନ୍ତି, ଜିଲାରେ କର୍ମନିଯୁକ୍ତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ଦକ୍ଷତା ବିକାଶ ତାଲିମ କେନ୍ଦ୍ର ପ୍ରତିଷ୍ଠା ସହ ଜିଲାର ଉପତ୍ାଦିତ ସାମଗ୍ରୀ ବିକ୍ରି ପାଇଁ ବ୍ୟବସ୍ଥା ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଜିଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଜାରି ରହିଥିବା ବେଳେ ନିକଟରେ ଶିଳ୍ପ କରିଡର ପାଇଁ ଜମି ଚିହ୍ନଟ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

ଅତିରିକ୍ତ ତହସିଲଦାରଙ୍କ ଅମାପ ସମ୍ପତ୍ତି: ଘରୁ ମିଳିଲା ଲକ୍ଷ ଲକ୍ଷ ଟଙ୍କା ସାଙ୍ଗକୁ ସୁନା, ଦେଖିକି ଭିଜିଲାନ୍ସ ତାଜୁବ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର ପଣ୍ଡାଙ୍କ ଘରେ କଟକ ଭିଜିଲାନ୍ସ ସେଲ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଅର୍ପିତା କଲେ…

ଭୁବନେଶ୍ୱର,୩୦।୧୨: ହ୍ୟୁମାନ ସାଗର ମୃତ୍ୟୁ ମାମଲା ଥମିବାର ନାଁ ଧରୁନାହିଁ। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ହାଇକୋର୍ଟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri