ଚାଷୀଙ୍କୁ ଚିନ୍ତା: ୧୦,୯୬୨ ହେକ୍ଟର ଫସଲ ନଷ୍ଟ

ଖୋର୍ଦ୍ଧା ଅଫିସ,୨୫ା୮: ଖୋର୍ଦ୍ଧା ବ୍ଲକର ନରଣଗଡ଼, ଓରବରସିଂ, ବ୍ରଜମୋହନପୁର ପଞ୍ଚାୟତର ୧୭ ଗାଁ ଏବେ ବି ବନ୍ୟାପାଣି ଘେରରେ ରହିଛି। ଜଳସ୍ତର କମୁଛି ହେଲେ ଲୋକଙ୍କ ଦୁର୍ଦ୍ଦଶା ଥମୁନି। ଏକର ଏକର ଚାଷଜମି ବୁଡ଼ି ରହିଛି। ମୌସୁମୀ ପ୍ରବେଶରେ ବିଳମ୍ବ, ସ୍ବଳ୍ପବୃଷ୍ଟି, ଲଘୁଚାପ ବର୍ଷା ପରେ ବନ୍ୟାପାଣି ଚାଷୀଙ୍କୁ ଚିନ୍ତା ଘାରିଛି। ହଜାର ହଜାର ହେକ୍ଟର ଜମିରେ ବନ୍ୟାଜଳ ମାଡ଼ି ଧାନ ଫସଲ ଉଜୁଡିଯାଇଛି। ଗତବର୍ଷ ମଧ୍ୟ ଏହି ସମୟରେ ଚାଷୀ ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚଳିତବର୍ଷ ସମାନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବୁଧବାର ସୁଦ୍ଧା ହୋଇଥିବା ବର୍ଷାରେ ଜିଲା କୃଷି ବିଭାଗ ଆକଳନ ଅନୁସାରେ ଜିଲାର ୧୦ଟି ବ୍ଲକର ୮୨ ପଞ୍ଚାୟତର ୨୪୩ ଗାଁର ପ୍ରାୟ ୧୦ହଜାର ୯୬୨ ହେକ୍ଟର ଫସଲ ନଷ୍ଟ ହୋଇଛି। ସେଥିରେ ୧୦,୬୫୦ ହେକ୍ଟର ଧାନ ଏବଂ ୩୧୨ ହେକ୍ଟର ଅଣଧାନ (ପନିପରିବା) ରହିଛି। ଖୋର୍ଦ୍ଧା ବ୍ଲକ ୧୨ ପଞ୍ଚାୟତର ୪୨ ଗ୍ରାମର ୨୨୬୮ ହେକ୍ଟର ଧାନ ଏବଂ ୪୦ ହେକ୍ଟର ପନିପରିବା ନଷ୍ଟ ହୋଇଛି। ସେହିପରି ବେଗୁନିଆ ବ୍ଲକ ୨୧ ପଞ୍ଚାୟତର ୪୫ ଗାଁର ୧୭୩୧ ହେକ୍ଟର ଧାନ, ବୋଲଗଡ଼ ବ୍ଲକ ଗୋଟିଏ ପଞ୍ଚାୟତର ୩ ଗାଁର ୭ ହେକ୍ଟର, ଟାଙ୍ଗୀ ବ୍ଲକ ୬ ପଞ୍ଚାୟତର ୨୪ଟି ଗ୍ରାମର ୬୬୫ ହେକ୍ଟର ଧାନ ଓ ୫୦ ହେକ୍ଟର ପରିବା, ବାଣପୁର ବ୍ଲକ ଗୋଟିଏ ପଞ୍ଚାୟତର ୪ ଗ୍ରାମର ୧୬ ହେକ୍ଟର ଧାନ, ଭୁବନେଶ୍ୱର ବ୍ଲକର ୬ଟି ପଞ୍ଚାୟତର ୨୧ ଗାଁର ୮୪୪ ହେକ୍ଟର ଧାନ ଓ ୪୯ ହେକ୍ଟର ପରିବା, ଜଟଣୀ ବ୍ଲକ ୬ ପଞ୍ଚାୟତର ୩୪ଟି ଗାଁର ୧୫ଶହ ହେକ୍ଟର ଧାନ, ବାଲିଅନ୍ତା ବ୍ଲକ ୧୬ ପଞ୍ଚାୟତର ୨୮ ଗାଁର ୧୪୦୨ ହେକ୍ଟର ଧାନ ଓ ୨୭ ହେକ୍ଟର ପରିବା କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାଲିପାଟଣା ବ୍ଲକ ୧୩ ପଞ୍ଚାୟତର ୪୨ ଗାଁର ୨୨୧୭ ହେକ୍ଟର ଧାନ ଓ ୧୪୬ ହେକ୍ଟର ପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜିଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଆଗାମୀ ୨୭ରୁ ୩୦ ତାରିଖ ମଧ୍ୟରେ ରାଜସ୍ବ, କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ଯୁଗ୍ମ ଭାବେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ଜିଲା ମୁଖ୍ୟ କୃଷି କାର୍ଯ୍ୟାଳୟର ସହକାରୀ କୃଷି ନିର୍ଦ୍ଦେଶକ ସନ୍ତୋଷ ବିଶ୍ୱାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri