ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଥାନା ଆଗରେ ଧାରଣା

ତରଭା, ୨୨ା୧(ଡି.ଏନ.ଏ.): ବିଦ୍ୟୁତ୍‌ ବ୍ୟବହାର କରି ନ ଥିବା ଚାଷୀଙ୍କ ନାମରେ ଆସୁଛି ବିଲ୍‌। ସେହିପରି ଦେୟ ବାକି ଥିବା କାରଣରୁ ବିଦ୍ୟୁତ୍‌ ସଂଯୋଗ ଛିନ୍ନ କରି ଦିଆଯାଉଛି। ଏହାର ପ୍ରତିବାଦ କରି ଟାଟା ପାଓ୍ବାର କମ୍ପାନୀ ବିରୋଧରେ ବରିଷ୍ଠ ନେତା ବଳଦେବ ବେଦବାକଙ୍କ ନେତୃତ୍ୱରେ ରବିବାର ସୁବର୍ଣ୍ଣପୁର ଜିଲା ତରଭା ଥାନା ଆଗରେ ଧାରଣା ଦିଆଯାଇଥିଲା। ଏଥିରେ ଖାରୀ ସେକ୍ସନ ଅନ୍ତର୍ଗତ ବଲାଡି, ଡୁଙ୍ଗୁରିପାଲି, କୁଟାସିରା ଆଦି ଗ୍ରାମର ଉପଭୋକ୍ତା ଥାନାରେ ୧୮ଟି ଏତଲା ଦେଇଥିଲେ। ବଲାଡି ଗଣ୍ଡାପଡାର ଉପଭୋକ୍ତାମାନଙ୍କ ବିଜୁଳିକୁ ଆକ୍ରୋଶମୂଳକ ଭାବେ କାଟି ଦେଇଥିବାରୁ ସେମାନେ ମଧ୍ୟ ଏତଲା ଦେଇଛନ୍ତି। କୌଣସି ଜାଗାରେ କମ୍ପାନୀ ତରଫରୁ ମିଟର ଲଗା ଯାଇ ନ ଥିବା ବେଳେ ହଠାତ ୪୫୦୦୦, ୬୦୦୦୦ ଟଙ୍କା ଲେଖାଏର ଏରିଅର ଥିବା କୁହାଯାଉଛି। ପୁଣି ଏହି ଅର୍ଥ ଆଦାୟ ପାଇଁ ଜୋର ଦିଆଯାଉଛି। ଅନ୍ୟଥା ଖୁଣ୍ଟରୁ ସଂଯୋଗ ବିଚ୍ଛିନ୍ନ କରି ଦିଆଯାଉଛି। ବଲାଡି ଗ୍ରାମର କ୍ଷୀରୋଦ୍ର ସେଠ, ଈଶ୍ୱର ସାହୁ, ପଞ୍ଚା ବରିହା ଓ ବେଦ ଖଣ୍ଡଗିରି ଲିଫ୍ଟ ଇରିଗେସନ ବିଭାଗରୁ ଗଭୀର ନଳକୂପ ଖୋଳିଥିଲେ। କିନ୍ତୁ ସେମାନଙ୍କ କୂଅରୁ ପାଣି ବାହାରୁ ନ ଥିଲା। ଟାଟା ପାୱାର୍‌ ତରଫରୁ ମିଥ୍ୟା କନେକ୍ସନ ଦର୍ଶାଇ ୪୮,୦୦୦ ଟଙ୍କାରୁ ୫୦,୦୦୦ ଟଙ୍କାର ବିଲ ଦିଆଯାଇଛି। ବିଜୁଳି ବିଭାଗର ଅଧିକାରୀମାନଙ୍କୁ କହିଲେ ସିଧା ସଳଖ ଏମ୍‌ଡି ଜାଣିବେ ଆମେ କିଛି କରିପାରିବୁ ନାହିଁ ବୋଲି କହୁଥିବା ଲୋକେ ପ୍ରକାଶ କରିଛନ୍ତି। ପରେ ଟାଟା ପାୱାର ଏମ୍‌ଡି ଗଜାନନ ଏସ୍‌.କାଲେଙ୍କ ନାମରେ ଏତଲା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri