ଜଟିଳ ପ୍ରଶ୍ନ

Dillip Cherian

ବରିଷ୍ଠ ଆଇଏଏସ୍‌ ଏବଂ ଆଇଏଫ୍‌ଏସ୍‌ (ଭାରତୀୟ ବନ ସେବା) ଅଧିକାରୀଙ୍କ କାର୍ଯ୍ୟ ସମ୍ପର୍କରେ ଗୁପ୍ତ ସୂଚନା ପାଇବାର ପଦ୍ଧତି କେନ୍ଦ୍ର ଆପଣାଇଛି। ସେଭଳି ପଦ୍ଧତି ଏବେ ଭାରତୀୟ ରେଲ୍‌ଓ୍ବରେ ଉତ୍ସାହ ସୃଷ୍ଟି କରିଛି। ରେଲଓ୍ବେ ବୋର୍ଡ ଆରମ୍ଭ କରିଥିବା ଏହି ନୂଆ ପଦ୍ଧତିରେ କାର୍ଯ୍ୟରତ ଅଧିକାରୀମାନଙ୍କ କାର୍ଯ୍ୟର ମୂଲ୍ୟାଙ୍କନ କରିବାକୁ ସମପଦସ୍ଥ ଏବଂ କନିଷ୍ଠମାନଙ୍କୁୁ ଅନୁମତି ଦେଇଛି। ଏଥିରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମର୍ଥନ ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ସହମତି ରହିଥିବା ସ୍ପଷ୍ଟ ହୋଇଛି। ଗତ ସପ୍ତାହରେ ରେଲଓ୍ବେ ବୋର୍ଡ ଏହାର କର୍ମଚାରୀମାନଙ୍କୁ ଲିଖିତ ଆକାରରେ ଜଣାଇଥିଲା ଯେ, ଅଧିକାରୀମାନଙ୍କର ବାର୍ଷିକ ପ୍ରଦର୍ଶନ ରିପୋର୍ଟ ପ୍ରସ୍ତୁତ କରାଯାଉଥିବାବେଳେ ବିଭିନ୍ନ ଉତ୍ସରୁ ସେମାନଙ୍କର ଫିଡ୍‌ବ୍ୟାକ୍‌ ବା କାର୍ଯ୍ୟ ସମ୍ପର୍କିତ ଗୁପ୍ତ ସୂଚନା ନେବା ପାଇଁ ବୋର୍ଡ ଯୋଜନା କରିଛି। ସଂଗୃହୀତ ଫିଡ୍‌ବ୍ୟାକ୍‌ ସମ୍ପୃକ୍ତ ଅଧିକାରୀଙ୍କ ଡାଟାବେସ୍‌ରେ ରେକର୍ଡ କରାଯିବ। ଏହି ପଦକ୍ଷେପ ପରେ ୨୦,୦୦୦ ଅଧିକାରୀ ନଜରରେ ରହିବେ। କିନ୍ତୁ ଏହାକୁ ନେଇ ରେଲଓ୍ବେ ଅଧିକାରୀମାନଙ୍କ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁରୁଣା ଢାଞ୍ଚାରେ ଏବେ ଏକ ବଡ଼ ପରିବର୍ତ୍ତନ କରାଯିବା ସହ ଆଠଟି କ୍ୟାଡରକୁ ଏକାଠି କରି ଇଣ୍ଡିଆନ୍‌ ରେଲଓ୍ବେ ମ୍ୟାନେଜ୍‌ମେଣ୍ଟ ସର୍ଭିସ୍‌ ଗଠନ କରାଯାଇଥିବାବେଳେ ଏଭଳି ପଦ୍ଧତି ଅଣାଯିବା ରେଲଓ୍ବେ ପ୍ରଶାସନ ଢାଞ୍ଚାର ୧୧୪ ବର୍ଷ ଇତିହାସରେ ଏକ ବ୍ୟତିକ୍ରମ ବୋଲି କେତେକେ ପ୍ରଶ୍ନ ଉଠାଇଛନ୍ତି। ତେବେ କେତେଜଣ ଅଧିକାରୀ ଏହାକୁ ସ୍ବାଗତ କରି କହିଛନ୍ତି ଯେ, ଏବକାର କାର୍ଯ୍ୟ ସଂସ୍କୃତିରେ ଏହା ଏକ ସକାରାମତ୍କ ପରିବର୍ତ୍ତନ ଆଣିବ। ତେବେ ଅଧିକାରୀମାନଙ୍କର ମୂଲ୍ୟାୟନ କରିବା ଲାଗି ଏହି ପଦ୍ଧତି ପ୍ରୟୋଗ କରାଯାଉଥିବାବେଳେ ବୋର୍ଡ ସଦସ୍ୟମାନଙ୍କର କିଏ ମୂଲ୍ୟାୟନ କରିବେ ତାହା ସ୍ପଷ୍ଟ କରାଯାଇନାହିଁ। ଏହି ଜଟିଳ ପ୍ରଶ୍ନର ଉତ୍ତର ହିଁ ବୈଷ୍ଣବଙ୍କୁ ଦେବାକୁ ହେବ।
ଭାଲା ପୁଣି ରହିଲେ
କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳ ଦ୍ୱିତୀୟ ଥର ସମ୍ପ୍ରସାରଣ ହେବାର ଠିକ୍‌ ପରେ ଆପଏଣ୍ଟ୍‌ମେଣ୍ଟ କମିଟି ଅଫ୍‌ ଦି କ୍ୟାବିନେଟ୍‌(ଏସିସି) କେନ୍ଦ୍ର ସ୍ବରାଷ୍ଟ୍ର ସଚିବ ଅଜୟ କୁମାର ଭାଲାଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ଅଗଷ୍ଟ ଯାଏ ଏକ ବର୍ଷ ପାଇଁ ସମ୍ପ୍ରସାରଣ କରିଛି। ୧୯୮୪ ବ୍ୟାଚ୍‌ ଆସାମ- ମେଘାଳୟ କ୍ୟାଡର ଅଧିକାରୀ ଭାଲାଙ୍କ କାର୍ଯ୍ୟକାଳକୁ ତୃତୀୟ ଥର ସମ୍ପ୍ରସାରଣ କରାଯାଇଛି। ୨୦୧୯ରେ ସେ ପ୍ରଥମେ ସ୍ବରାଷ୍ଟ୍ର ସଚିବ ଭାବେ ନିଯୁକ୍ତି ପାଇଥିଲେ ଏବଂ ୨୦୨୦ ନଭେମ୍ବରରେ ସେବାନିବୃତ୍ତ ହେବାର ଅନୁମାନ କରାଯାଉଥିଲା। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଶୀର୍ଷ ପଦବୀରେ ଗୌବାଙ୍କ ପରେ ଭାଲା ନିଯୁକ୍ତ ହୋଇଥିଲେ। ଉଭୟ ଅଧିକାରୀ ସେମାନଙ୍କ କାର୍ଯ୍ୟଦକ୍ଷତା ପ୍ରମାଣିତ କରିଛନ୍ତି ଓ ମୋଦି ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ନାଗରିକ ସଂଶୋଧନ ଆଇନ, ଜମ୍ମୁ କଶ୍ମୀରର ସ୍ବତନ୍ତ୍ର ପାହ୍ୟା ଉଚ୍ଛେଦ ଭଳି ବିବାଦୀୟ ଆଇନଗୁଡ଼ିକ ପାର୍ଲାମେଣ୍ଟରେ ପାସ୍‌ କରିବାରେ ଭାଲା ସଞ୍ଚାଳକ ସାଜିଥିଲେ। ସେ ମଧ୍ୟ ରାମ ମନ୍ଦିର ଟ୍ରଷ୍ଟ ଗଠନର ପର୍ଯ୍ୟବେକ୍ଷଣ କରିଥିଲେ ଓ କୋଭିଡ୍‌ ମହାମାରୀ ପରିଚାଳନାରେ ପ୍ର୍ରମୁଖ ଭୂମିକା ନେଇଥିଲେ। ନିୟମାନୁସାରେ ଅବସର ବୟସ ୬୦ ବର୍ଷ ପରେ କୌଣସି ଅଧିକାରୀଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯିବାର ନିୟମ ନାହିଁ। କିନ୍ତୁ ସାଧାରଣ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବରାଷ୍ଟ୍ର, ବୈଦେଶିକ ଏବଂ ପ୍ରତିରକ୍ଷା ସଚିବମାନଙ୍କର ସହ ଇଣ୍ଟେଲିଜ୍ସେ ବ୍ୟୁରୋର ନିର୍ଦ୍ଦେଶକ ଓ ରିସର୍ଚ୍ଚ ଆଣ୍ଡ୍‌ ଆନାଲିସିସ୍‌ ଓ୍ବିଙ୍ଗର ସଚିବଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସମ୍ପ୍ରସାରଣ କରିପାରିବ। ସ୍ବଷ୍ଟତଃ, ଭାଲା ଏବଂ ଗୌବା ଏହି ନିୟମ ଭିତରେ ରହିଛନ୍ତି।
ସିଭିଲ ସର୍ଭିସ ଓ ବାକ୍‌ ସ୍ବାଧୀନତା
ବରିଷ୍ଠ ଆଇଏଏସ୍‌ ଅଧିକାରୀ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ସଚିବ ସ୍ମିତା ସଭରଓ୍ବାଲ ଗୁଜରାଟର ବିଲ୍‌କିସ ବାନୋ ବଳାକତ୍ାର ଘଟଣାରେ ଅଭିଯୁକ୍ତ ୧୧ ଜଣଙ୍କ ମୁକ୍ତିକୁ ନେଇ ଟୁଇଟ କରିବା ପରେ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ସଭର୍‌ଓ୍ବାଲ କେନ୍ଦ୍ରକୁ ପରାମର୍ଶ ଦେଇଥିଲେ ଯେ, ସିଭିଲ ସର୍ଭିସକୁ ବାକ୍‌ ସ୍ବାଧୀନତା ବାଧାରୁ ମୁକ୍ତ କରାଯିବା ସହ ବ୍ୟକ୍ତିଗତ ମତାମତ ଦେବା ଲାଗି ସେମାନଙ୍କୁ ଅନୁମତି ଦେବା ଦରକାର। ତାଙ୍କ ମନ୍ତବ୍ୟକୁ ନେଇ ଅନେକ ବାହାରକୁ ଆସିବେ ବୋଲି ଆଶା କରାଯାଉଥିଲା। ଭାଜପା ତାଙ୍କୁ ସମାଲୋଚନା କରିଥିଲା। ଅନ୍ୟପକ୍ଷରେ ସଭରଓ୍ବାଲ କୌଣସି ସୀମା ଉଲ୍ଲଂଘନ କରି ନ ଥିଲେ ଏବଂ ଏହି ଘଟଣାରେ କରିଥିବା ଟୁଇଟ୍‌ରେ ତାଙ୍କର କିଛି ଭୁଲ୍‌ ନ ଥିଲା ବୋଲି ଅବିଭକ୍ତ ଆନ୍ଧ୍ରପ୍ରଦେଶର ଆଇଏଏସ୍‌ ଅଧିକାରୀ ସଂଘର ପୂର୍ବତନ ସଭାପତି ବି.ପି.ଆଚାର୍ଯ୍ୟ କହିଥିଲେ। ବାବୁମାନେ ସବୁବେଳେ ସରକାରୀ ଲାଇନରେ କିଭଳି ଚାଲିବାକୁ ହୁଏ ତାହା ଭଲ ଭାବେ ବୁଝିଛନ୍ତି। କିନ୍ତୁ ସ୍ପଷ୍ଟ ରୂପେ ସର୍ଭିସ ରୁଲ୍ସ ଦ୍ୱାରା ସେମାନଙ୍କ ଉପରେ ଲଗାଯାଇଥିବା ବାଧାଗୁଡ଼ିକ ବିରୋଧରେ କେତେଜଣ ଚିଡଚିଡ ହୋଇଥାନ୍ତି। ସଭରଓ୍ବାଲଙ୍କ ପକ୍ଷରେ ଏବେ ତାଙ୍କର ବହୁ ସମପଦସ୍ଥ ଅଧିକାରୀ ଠିଆ ହୋଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ସଚିବ ସଞ୍ଜୀବ ଗୁପ୍ତା ସଭରଓ୍ବାଲଙ୍କ ସାହସିକ ମତକୁ ପ୍ରଶଂସା କରିଛନ୍ତି। ଯଦି ଏହି ଘଟଣାରେ ସରକାର ଓ ସିଭିଲ ସର୍ଭିସ ମଧ୍ୟରେ ଏକ ବିତର୍କ ହୁଏ ତେବେ ଏଥିରୁ କିଛି ସକାରାମତ୍କ ଲାଭ ମିଳିବ ଓ ସରକାରୀ କର୍ମଚାରୀଙ୍କ ବାକ୍‌ ସ୍ବାଧୀନତା ଉପରେ ସର୍ଭିସ ନିୟମାବଳୀରେ କିଛି ପରିବର୍ତ୍ତନ ବି ହେବ ବୋଲି ଆମେ ଆଶା କରିପାରିିବା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri