୨୦ ବର୍ଷ ପରେ ସମ୍ପୂର୍ଣ୍ଣ ମାତ୍ରାରେ କେନାଲରେ ଜଳ ଯୋଗାଣ

ଭବାନୀପାଟଣା,୪।୮(ଉତ୍ତମ କୁମାର ଦାଶ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ୨୦୦୩ରୁ କେନାଲ ମାଧ୍ୟମରେ ଜଳ ସେଚନ ପ୍ରକିୟା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କେବଳ ଜିଲାର ଧର୍ମଗଡ ଉପଖଣ୍ଡକୁ ଜଳ ସେଚିତ କରାଯାଉଥିଲା। ତେବେ ଗତ ୨ ବର୍ଷ ତଳେ ଭବାନୀପାଟଣା ବ୍ଲକର ଶଗଡା ମୁଖ୍ୟ କେନାଲ ସମ୍ପ୍ରସାରଣ ମାଧ୍ୟମରେ ପରୀକ୍ଷା ମୂଳକ ଭାବେ ପାଣି ଛଡାଯାଇଥିବାବେଳେ ଚଳିତ ଖରିଫ ଚାଷ ପାଇଁ ଶଗଡା ଅଞ୍ଚଳକୁ ସମ୍ପୂର୍ଣ୍ଣ ମାତ୍ରାରେ ଜଳ ସେଚନ ଆରମ୍ଭ ହୋଇଛି। ଯାହାକି ଏହି ଅଞ୍ଚଳକୁ ଦୀର୍ଘ ୨୦ବର୍ଷ ପରେ କେନାଲ ପାଣି ଆସିବାରୁ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି। ଏହାଦ୍ୱାରା ଭବାନୀପାଟଣା ବ୍ଲକର ୩୨ଟି ଗ୍ରାମକୁ ଜଳସେଚିତ କରାଯାଉଥିବାବେଳେ କେସିଙ୍ଗା ବ୍ଲକର ୧୭ଟି ଗ୍ରାମର ଚାଷୀ ଉପକୃତ ହେବେ। ଏହି ୨ବ୍ଲକର ୧୫ହଜାର ୨୬୦ହେକ୍ଟର ଚାଷ ଜମିକୁ ଜଳ ସେଚନ ଲକ୍ଷ ରଖାଯାଇଥିବାବେଳେ ବର୍ତ୍ତମାନ ଚଳିତ ଖରିଫ ପାଇଁ ୮ ହଜାର ୨୯୬ ହେକ୍ଟର ଚାଷ ଜମି ଜଳସେଚିତ ହେଉଥିବା ଜଣାପଡିଛି। ସେହିପରି ଧର୍ମଗଡ ବ୍ଲକ ପର୍ଲା ଅଞ୍ଚଳକୁ ମଧ୍ୟ ଦୀର୍ଘ ୨୦ ବର୍ଷ ପରେ କେନାଲ ପାଣି ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି ଇନ୍ଦ୍ରାବତୀ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଅନୀଲ କୁମାର ପାଣିଗ୍ରାହୀ। ଇନ୍ଦ୍ରାବତୀ ପ୍ରକଳ୍ପରୁ ସମୂଦାୟ ୧ ଲକ୍ଷ ୧୫ହଜାର ୬୧୫ ହେକ୍ଟର ଚାଷ ଜମିକୁ କେନାଲ ଯୋଗେ ଜଳସେଚିତ କରାଯାଉଥିବାବେଳେ ଏହାଦ୍ୱାରା ଜିଲାର ୪୭୦ଟି ଗ୍ରାମର ଚାଷୀମାନେ ଉଭୟ ଖରିଫ ଓ ରବି (ଡାଲୁଅ) ଧାନ ଚାଷ କରିବାରେ ସକ୍ଷମ ହୋଇପାରୁଛନ୍ତି। ଏହି କେନାଲ ପାଣି ଆସିବା ପରେ ଚାଷୀମାନେ ବର୍ଷା ନ ହେଲେ ମଧ୍ୟ ସହଜରେ ନିଜର ଚାଷ କାମ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri