ନିର୍ମାଣାଧୀନ ବାତ୍ୟା ଆଶ୍ରୟସ୍ଥଳ ନିମ୍ନମାନର ଅଭିଯୋଗ

ଡେରାବିଶ,୩୧ା୧୦(ସ୍ବ.ପ୍ର.): ବାତ୍ୟା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାଧାରଣ ଲୋକ ଓ ଗୃହପାଳିତ ପଶୁଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି। ହେଲେ ନିର୍ମାଣ ଚାଲିଥିବା ବତ୍ୟା ଆଶ୍ରୟସ୍ଥଳ ନିମ୍ନମାନର ହେଉଥିବା ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିଯୋଗ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ ଇନ୍ଦାଳୋ ପଞ୍ଚାୟତ ଛକନା ଗ୍ରାମରେ। ଛକନା ଗ୍ରାମରେ ଶାରଦା ଏକାଡ଼େମୀ ନିକଟରେ ୨ ମହଲା ବିଶିଷ୍ଟ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ କେନ୍ଦ୍ରାପଡ଼ା ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧ କୋଟି ୫୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଜଣେ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହି ନିର୍ମାଣ କାର୍ଯ୍ୟ ୨୦୨୨ ଜୁନ୍‌ ୬ ତାରିଖ ସୁଦ୍ଧା ଶେଷ ହେବା ପାଇଁ ଠିକାଦାର ଚୁକ୍ତି କରିଥିଲେ। ମାତ୍ର ଅବଧି ଶେଷ ହୋଇଥିଲେ ମଧ୍ୟ ଠିକାଦାର ଏହି କାର୍ଯ୍ୟରେ ଶିଥିଳତା କରିଥିବାବେଳେ ଏହି ଗୃହର ଅର୍ଦ୍ଧେକ କାର୍ଯ୍ୟ ମଧ୍ୟ ଅଦ୍ୟାବଧି ସାରି ନାହିଁ। ୩୦୦୦ ବର୍ଗଫୁଟ ବିଶିଷ୍ଟ ଏହି ଗୃହର ପ୍ରଥମ ମହଲା ଛାତ ପଡ଼ିଥିବା ବେଳେ ଦ୍ୱିତୀୟ ମହଲା ଗୃହର ଛାତ ପାଇଁ ବ୍ୟବହୃତ ହେବାକୁଥିବା ଗୋଡ଼ି ଓ ଅନ୍ୟ ନିର୍ମାଣ ସାମଗ୍ରୀ ନିମ୍ନମାନର ବୋଲି ପୂର୍ବତନ ସରପଞ୍ଚ ଅଶ୍ୱିନୀ କୁମାର ମହାନ୍ତି, ଜ୍ଞାନରଞ୍ଜନ ମହାନ୍ତି, ରଞ୍ଜନ କୁମାର ସାହୁ ପ୍ରମୁଖ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଏହି ଦୁଇମହଲା ଗୃହର କାର୍ଯ୍ୟ ଆରମ୍ଭରୁ ଠିକାଦାର ଜଣକ ନିମ୍ନମାନର କାମ କରୁଥିବା ଓ ଏହାକୁ ପ୍ରତିବାଦ କଲେ ମଧ୍ୟ ଦାୟିତ୍ୱରେ ଥିବା ବିଭାଗୀୟ କନିଷ୍ଠ ଯନ୍ତ୍ରୀ ହେୟଜ୍ଞାନ ମନେ କରୁଛନ୍ତି। ଠିକାଦାରଙ୍କ ମନମାନୀ ଫଳରେ ସମ୍ପୂର୍ଣ୍ଣ ଆଶ୍ରୟସ୍ଥଳଟି ଏକ ବିପଦସଙ୍କୁଳ ଅବସ୍ଥାକୁ ଚାଲି ଆସିଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଶନିବାର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଶାରଦା ଭୂଷଣ ରାୟ ଘଟଣାସ୍ଥଳକୁ ଆସି କାର୍ଯ୍ୟର ତଦାରଖ କରୁଥିବା ବେଳେ ଗ୍ରାମବାସୀ ଛାତ ପକାଇବା ପାଇଁ ଆସିଥିବା ଗୋଡ଼ି ବଦଳରେ ବଜୁରୀରେ ନ ପକାଇବା ପାଇଁ କହିଥିଲେ। ତେବେ ଏହାକୁ ବେଖାତିର କରି ଠିକାଦାର ନିର୍ମାଣ କାର୍ଯ୍ୟକୁ ଆଗେଇ ନେଉଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣ ଓ ଗୃହପାଳିତ ପଶୁଙ୍କ ଆଶ୍ରୟ ନେବା ସମ୍ପୂର୍ଣ୍ଣ ବିପଦ ପାଲଟିବ। ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଏ ନେଇ ପଦକ୍ଷେପ ନ ନେଲେ ଏହି କାର୍ଯ୍ୟକୁ ବିରୋଧ କରାଯିବ ବୋଲି ଅଶ୍ୱିନୀ କହିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ରାୟଙ୍କୁ ପଚାରିବାରୁ ବାତ୍ୟା ଆଶ୍ରୟସ୍ଥଳ କାର୍ଯ୍ୟରେ କୌଣସି ଅନିୟମିତତା ହୋଇନାହିଁ କିମ୍ବା ନିମ୍ନମାନର ସାମଗ୍ରୀ ଠିକାଦାର ବ୍ୟବହାର କରିନାହାନ୍ତି ବୋଲି ସେ କହିଛନ୍ତି। ତେବେ ଯନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ମଧ୍ୟଭାଗରେ ଖୋଲିଲା ରିଙ୍କୁ ସିଂହ ଭାଗ୍ୟ, ପ୍ରଥମ IPL ମ୍ୟାଚରେ ଘଟିଲା…

ନୂଆଦିଲ୍ଲୀ,୩୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପରାଜୟ ବରଣ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ – ଯିଏ ତାଙ୍କ…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

ବିଧାୟକ ପଦରୁ ଇସ୍ତଫା ଦେଲେ ନବୀନ, ଏବେ କିଏ ହେବେ ବାଙ୍କିପୁରରୁ ପ୍ରାର୍ଥୀ ଉଠିଲାଣି ପ୍ରଶ୍ନ

ପାଟନା,୩୦।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ବିହାର ଭାଜପା ୟୁନିଟର ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri