ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ

ବରୀ,୨୭ା୬(ଡି.ଏନ.ଏ.): ଭୌଗୋଳିକ ଦୃଷ୍ଟିକୋଣରୁ ବରୀ ବ୍ଲକ୍‌କୁ ଦୁଇ ଭାଗ କରିଛି ବ୍ରାହ୍ମଣୀ ନଦୀ। ଏହି ନଦୀର ବାମପାର୍ଶ୍ୱରେ ୧୬ଟି ପଞ୍ଚାୟତ ସହିତ ବରୀ ରାମଚନ୍ଦ୍ରପୁର ଥାନା, ତହସିଲ, ବ୍ଲକ୍‌, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଦମକଳ କେନ୍ଦ୍ର ଓ କଲେଜ ରହିଛି। ଫଳରେ ବିଭିନ୍ନ ସମୟରେ ରାଜନେତାମାନେ ଏହି ଅଞ୍ଚଳର ଗମନାଗମନ ଉପରେ ଗୁରୁତ୍ୱ ଦେଉଛନ୍ତି। ମାତ୍ର ଉକ୍ତ ବ୍ଲକର ଗୋଳକୁଣ୍ଡ-ଇନ୍ଦୁପୁର ରାସ୍ତା ଉପରେ ୧୩ଟି ପଞ୍ଚାୟତର ଜନସାଧାରଣ ନିର୍ଭର କରୁଥିଲେ ମଧ୍ୟ ଉକ୍ତ ରାସ୍ତାଟି ଯାତାୟାତ ଅନୁପଯୋଗୀ ହୋଇ ପଡ଼ିଥିଲା। ତେବେ ଦୀର୍ଘ ଦିନର ଦାବି ଓ ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଉଦ୍ୟମକ୍ରମେ ଏହି ରାସ୍ତା ନିର୍ମାଣ ଓ ପ୍ରଶସ୍ତୀକରଣ ନିମନ୍ତେ ପ୍ରାୟ ୧୬ କୋଟି ଟଙ୍କା ପୂର୍ତ୍ତ ବିଭାଗ ପକ୍ଷରୁ ମଞ୍ଜୁର ହୋଇ ତା ୦୫ା୦୫ା୨୦୨୧ଠାରୁ କାର୍ଯ୍ୟ ଆରମ୍ଭ ହୋଇଛି। ତା୦୪ା୦୮ା୨୦୨୨ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଦାୟିତ୍ୱରେ ଥିବା ଠିକାଦାର ଚୁକ୍ତିବଦ୍ଧ ହୋଇଛନ୍ତି। ତେବେ କାର୍ଯ୍ୟ ବିବରଣୀ ସମ୍ପର୍କରେ ସୂଚନା ଫଳକରେ ଉଲ୍ଲେଖ ରହିଥିଲେ ମଧ୍ୟ ଠିକାଦାର ବ୍ୟୟ ଅଟକଳକୁ ଗୁରୁତ୍ୱ ନ ଦେଇ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ କରୁଛନ୍ତି। ଏନେଇ ସ୍ଥାନୀୟ ଲୋକଙ୍କ ତରଫରୁ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପୂର୍ତ୍ତ ବିଭାଗ ତରଫରୁ କୌଣସି ଅଧିକାରୀ ଏହା ଉପରେ ଗୁରୁତ୍ୱ ଦେଉନାହାନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।
ଲୋକଙ୍କ ଅଭିଯୋଗ ଅନୁସାରେ, କାର୍ଯ୍ୟ ଚାଲୁଥିବା ବେଳେ ଠିକାଦାର ରାସ୍ତା ଉପରେ ମାଟି ଜମାକରି ରଖୁଛନ୍ତି। ବର୍ଷା ଯୋଗୁ ଏହି ମାଟି ଚାରିଆଡ଼େ ଖେଳିଯିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି। କାମ ନ ସରୁଣୁ ରାସ୍ତାରୁ ଗୋଡ଼ି ଉଠିବା ଆରମ୍ଭ ହେଲାଣି। ରାସ୍ତାର ବିଭିନ୍ନ ସ୍ଥାନରେ ବର୍ଷାପାଣି ଜମି ରହୁଛି। ତେବେ ଏସବୁକୁ ନେଇ କାମର ମାନ ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଠିକା ସଂସ୍ଥା ଏଭଳି ବେପରୁୁଆ କାମ କରୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏହି ରାସ୍ତା ଉପରେ ଗୋଳକୁଣ୍ଡ, ବାଲିଆ, ଇଶାଣପୁର, ଧାରପୁର, ସାହୁପଡ଼ା, ଚନ୍ଦନପୁର, ମନ୍ଦାରୀ, ସେରପୁର ଓ ଗମୁଁ ଆଦି ପଞ୍ଚାୟତର ଲୋକେ ଯାତାୟାତ କରିଥାନ୍ତି। ଏତଦ୍‌ବ୍ୟତୀତ ବିରଜାକ୍ଷେତ୍ରରୁ ତୁଳସୀ କ୍ଷେତ୍ରକୁ ଏହା ମୁଖ୍ୟରାସ୍ତା ହୋଇଛି। ବ୍ୟବଧାନ କମ୍‌ ହୋଇଥିବାରୁ ଏହି ରାସ୍ତା ଦେଇ ଅନେକ ଲୋକ ଯାତାୟାତ କରିଥାନ୍ତି। ତେଣୁ ଏହି କାର୍ଯ୍ୟ ଉପରେ ପୂର୍ତ୍ତ ବିଭାଗ ଅଧିକାରୀ ଦୃଷ୍ଟିଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ କାମେଶ୍ୱର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, କାର୍ଯ୍ୟ ଶେଷ ହେବାର ସମୟସୀମା ଶେଷ ହୋଇନାହିଁ। ତେବେ ଘଟଣାସ୍ଥଳ ପରିଦର୍ଶନ କରିବା ପରେ କିଭଳି ଠିକ୍‌ ଭାବେ କାର୍ଯ୍ୟ କରାଯିବ ସେ ଦିଗରେ ସମ୍ପୃକ୍ତ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦେବେ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri