ଭେଦଭାବ ଅଭିଯୋଗ

ଅଶୋକ କୁମାର ପାରମର ଏଜିଏମ୍‌ୟୁଟି (ଅରୁଣାଚଳ ପ୍ରଦେଶ-ଗୋଆ-ମିଜୋରାମ ଆଣ୍ଡ୍‌ ୟୁନିୟନ ଟେରିଟୋରି) କ୍ୟାଡର୍‌ର ଜଣେ ବରିଷ୍ଠ ଅଧିକାରୀ। ସେ ଜାତୀୟ ଅନୁସୂଚିତ ଜାତି ଆୟୋଗ (ଏନ୍‌ସିଏସ୍‌ସି)ରେ ଜମ୍ମୁ-କଶ୍ମୀର ଲ୍ୟୁଟ୍‌ନାଣ୍ଟ ଗଭର୍ନର ମନୋଜ ସିହ୍ନା ଏବଂ ମୁଖ୍ୟ ଶାସନ ସଚିବ ଅରୁଣ କୁମାର ମେହେଟାଙ୍କ ବିରୋଧରେ ନିର୍ଯାତନା ଓ ଅପମାନ ଅଭିଯୋଗ ଆଣିିଛନ୍ତି। ଏହା ପୂର୍ବରୁ ପାରମର ଜମ୍ମୁ-କଶ୍ମୀରରେ ଜଳ ଜୀବନ ମିଶନ୍‌ରେ ହୋଇଥିବା ଅନିୟମିତତାକୁ ସାମ୍ନାକୁ ଆଣିଥିଲେ। ପାର୍‌ମର ଏବେ ବ୍ୟୁରୋ ଅଫ୍‌ ପବ୍ଲିକ ଏଣ୍ଟରପ୍ରାଇଜେସ୍‌ର ଅଧ୍ୟକ୍ଷ ଅଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଜୁନ୍‌ରେ ହୋଇଥିବା ଏକ ବୈଠକରେ ଲ୍ୟୁଟ୍‌ନାଣ୍ଟ ଗଭର୍ନର ସିହ୍ନା ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ତାଙ୍କୁ ସେଥିରେ ଭାଗ ନେବା ଲାଗି ମନା କରିଥିଲେ। ଜୁଲାଇରେ ବି ମୁଖ୍ୟ ଶାସନ ସଚିବ ମେହେଟା ତାଙ୍କୁ ସଚିବଙ୍କ କମିଟି ବୈଠକରେ ଅପମାନିତ କରିଥିବା ବିଷୟ ଦାବି କରିଥିଲେ, ଯାହାଫଳରେ ତାଙ୍କୁ ବୈଠକରୁ ହଟାଇ ଦିଆଗଲା। ରାଜ୍ୟର ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଏଭଳି ସିଧାସଳଖ ଅଭିଯୋଗ କରିବା ଏକ ବିରଳ ଘଟଣା। ତେଣୁ ପାରମରଙ୍କ ଅଭିଯୋଗର ଫଳାଫଳକୁ ନେଇ ଅଧିକ ଆଗ୍ରହ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଏହି ସମସ୍ୟାର ସମାଧାନ ଅଧିକାରୀଙ୍କ ଦାବିର ବିଶ୍ୱସନୀୟତା, କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା, ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣର ସ୍ତର ଏବଂ ସମସ୍ୟାର ମୁକାବିଲା ଲାଗି ପ୍ରଚଳିତ ଆଇନ ଓ ପ୍ରଶାସନିକ ପ୍ରକ୍ରିୟା ଉପରେ ନିର୍ଭର କରିବ। ତେବେ ପୂର୍ବ ଘଟଣାଗୁଡ଼ିକରେ ଆମେ ଲକ୍ଷ୍ୟ କରିଛୁ ଯେ,ଭାରତରେ ହ୍ବିସିଲବ୍ଲୋୟରମାନେ ସରକାରରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ କରିବାର ଲକ୍ଷ୍ୟ ସର୍ବଦା ହାସଲ କରିପାରନ୍ତି ନାହିଁ। ବାସ୍ତବରେ ଏହାର ପରିଣାମ ପ୍ରାୟତଃ ନକାରାତ୍ମକ ହୋଇଥାଏ। ଏହି କାରଣରୁ ଜମ୍ମ-କଶ୍ମୀରରେ ଉକ୍ତ ମାମଲାକୁ ଉତ୍କଣ୍ଠାର ସହ ଅନୁସରଣ କରାଯାଉଛି।

ସେନା ଅଧିକାରୀଙ୍କୁ ଦାୟିତ୍ୱ

ମଣିପୁର ଘଟଣାକ୍ରମରେ ଏନ୍‌.ବୀରେନ୍‌ ସିଂ ସରକାର ଏବେ ଏକ ଉଚ୍ଚକୋଟୀର ପଦକ୍ଷେପ ନେଇ ସମସ୍ୟାର ସମାଧାନ କରିବାକୁ ଚାହଁୁଛନ୍ତି। ସରକାର ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ ନେକ୍ଟାର ସଞ୍ଜେନବାମଙ୍କୁ ନୂତନ ବରିଷ୍ଠ ପୋଲିସ ଅଧୀକ୍ଷକ (ଏସ୍‌ଏସ୍‌ପି) ଭାବେ ନିଯୁକ୍ତ କରିଛନ୍ତି। ରାଜ୍ୟର ଅବସ୍ଥା ଅଣାୟତ୍ତ ଥିବାବେଳେ ଏହି ନିଷ୍ପତ୍ତିର ଲକ୍ଷ୍ୟ ଏବଂ ଏହାର ଦୀର୍ଘମିଆଦୀ ସମ୍ଭାବ୍ୟ ପରିଣାମ ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ , ଯେଉଁଭଳି ଭାବେ ଏହି ନିଯୁକ୍ତି କରାଯାଇଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାଜ୍ୟ ସରକାର ଏକ ନୂତନ ପଦବୀ ସୃଷ୍ଟିକରି ଉଚିତ୍‌ ପ୍ରକ୍ରିୟାକୁ ଦୂରେଇ ରଖିଥିବା ଜଣାପଡୁଛି। ସରକାର ଯୁକ୍ତି ଉପସ୍ଥାପନ କରୁଛନ୍ତି ଯେ, ଅନୁପ୍ରବେଶର ମୁକାବିଲା କରିବାରେ ସଞ୍ଜେନବାମଙ୍କ ଅଭିଜ୍ଞତା ରହିଛି ଓ ସେ ରାଜ୍ୟରେ ଅଶାନ୍ତି ଦୂର କରିବାକୁ ଯୋଗ୍ୟ। ଜଣେ ସେନା ଅଧିକାରୀ ଭାବେ ତାଙ୍କର ସଫଳତା ଖୁବ୍‌ ଆକର୍ଷକ। ତେବେ ଏହା ମନେରଖିବା ଗୁରୁତ୍ୱପୂର୍ଣ୍ଣ ଯେ, ପୋଲିସ ଓ ସାମରିକ କାର୍ଯ୍ୟାନୁଷ୍ଠାନର ଭିନ୍ନ ଭିନ୍ନ କ୍ଷେତ୍ର ରହିଛି । ପ୍ରତ୍ୟେକର ନିଜସ୍ବ ନୀତି ଓ ନିୟମ ଅଛି। ଏହି ପଦକ୍ଷେପ ମଣିପୁରରେ ଆଇନ ପ୍ରଣୟନର ସାମରିକକରଣକୁ ନେଇ ମଧ୍ୟ ଚିନ୍ତା ବଢ଼ାଇଦେଇଛି। ଲାଗି ରହିଥିବା ହିଂସାକୁ ଆୟତ୍ତ କରିବା ପାଇଁ ଏହାକୁ ଏକ ସାହସିକ ପଦକ୍ଷେପ ଭାବରେ ଦେଖାଯାଉଛି, କିନ୍ତୁ ଏଥିରେ କିଛି ବିପଦ ଅଛି। ସାମରିକ ଶୈଳୀରେ ସମାଧାନ କରିବା ଲାଗି ନିଷ୍ପତ୍ତି ନେବା ଦ୍ୱାରା ସମାଧାନ ହେବା ପରିବର୍ତ୍ତେ ଉତ୍ତେଜନା ବଢ଼ିିପାରେ। ତେଣୁ ନିଯୁକ୍ତିକୁ ନେଇ କେତେକଙ୍କ ମନରେ ଆଶା ସଞ୍ଚାର ହୋଇଥିଲେ ବି ଏହାକୁ କିପରି କାର୍ଯ୍ୟକାରୀ କରାଯିବ ତାହା ଚିନ୍ତା ବଢ଼ାଇଦେଇଛି।

ପ୍ରଶାସନିକ ପଦକ୍ଷେପ

ବିଳମ୍ବିତ ରାତିରେ ସଂଖ୍ୟାଧିକ ସଚିବଙ୍କ ଅଦଳବଦଳ ଘୋଷଣା ବ୍ୟାପକ ପ୍ରଶାସନିକ ପଦକ୍ଷେପ ଲାଗି ସରକାରଙ୍କ ପ୍ରସ୍ତୁତିକୁ ସୂଚାଉଥାଇପାରେ ବୋଲି ଆମେ ଚିନ୍ତା କରୁଛୁ। ଶାସନର ଶେଷ ପର୍ଯ୍ୟାୟରେ ସରକାର ସଫଳତା ହାସଲ ଲକ୍ଷ୍ୟ ରଖିଥିବା ବି ମନେହେଉଛି। ଏହି ଅଦଳବଦଳରେ ନୂତନ ନିଯୁକ୍ତି, ଲାଟେରାଲ ସିଫ୍ଟ ଏବଂ ଦୁଇ ଡଜନରୁ ଅଧିକ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଯଥା ସ୍ଥାନକୁ ପଦୋନ୍ନତି ଦେବା ବିଷୟ ଅନ୍ତର୍ଭୁକ୍ତ। ଜି -୨୦ ଶିଖର ସମ୍ମିଳନୀ ପ୍ରସ୍ତୁତି, ସଂସଦର ସ୍ବତନ୍ତ୍ର ଅଧିବେଶନ ଏବଂ ‘ଏକ ଦେଶ, ଏକ ନିର୍ବାଚନ’ ପରି ଐତିହାସିକ ବିଲ୍‌କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। କିଛି ଉଲ୍ଲେଖନୀୟ ପରିବର୍ତ୍ତନ କ୍ରମେ ଏସ୍‌. କ୍ରିଷ୍ଣନ୍‌ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ନୂତନ ସଚିବ ଏବଂ ଭି.ଏଲ୍‌. କାନ୍ଥା ରାଓଙ୍କୁ ଖଣି ମନ୍ତ୍ରଣାଳୟର ନୂତନ ସଚିବ ଭାବେ ନିଯୁକ୍ତ କରାଯାଇଛି। ଚଞ୍ଚଲ କୁମାରଙ୍କୁ ଉତ୍ତର ପୂର୍ବାଞ୍ଚଳର ବିକାଶ ମନ୍ତ୍ରଣାଳୟକୁ ସ୍ଥାନାନ୍ତର କରାଯାଇଥିବାବେଳେ ଶ୍ରୀରାମ ତାରାନିକାନ୍ତିଙ୍କୁ ମସୁରି ସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ଏକାଡେମୀ ଅଫ୍‌ ଆଡମିନିଷ୍ଟ୍ରେଶନର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହିସବୁ ପରିବର୍ତ୍ତନ ବ୍ୟତୀତ, ୩ ବରିଷ୍ଠ ଆଇଏଏସ୍‌ ଅଧିକାରୀ ରାଜେନ୍ଦ୍ର କୁମାର, ରାକେଶ ରଞ୍ଜନ ଏବଂ ନୀଲମ ଶ୍ୟାମି ରାଓଙ୍କୁ ଉଚିତ ର଼୍ୟାଙ୍କକୁ ପଦୋନ୍ନତି ଦିଆଯାଇଛି। ଏହି ଅଦଳବଦଳ ନୂଆଦିଲ୍ଲୀରେ ଶାସନର ଗତିଶୀଳତାକୁ ସୂଚିତ କରେ। ସାଧାରଣ ନିର୍ବାଚନ ନିକଟତର ହୋଇଆସୁଥିବାରୁ ଦେଶର ଭବିଷ୍ୟତରେ ଏହାର ପ୍ରଭାବ କ’ଣ ରହିବ ସେ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଛି।

  • ଦିଲୀପ ଚେରିଏନ୍‌
    Email: dilipcherian@gmail.com

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri