୯ ହିତାଧିକାରୀଙ୍କ ୫ ମାସର ଭତ୍ତା ଟଙ୍କା ହଡ଼ପ ଅଭିଯୋଗ

ନନ୍ଦପୁର, ୨୧ା୧୧(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପୋଡେଇ ଗ୍ରାମର ଭତ୍ତା ହିତାଧିକାରୀ ୫ ମାସର ଭତ୍ତା ପାଇ ନ ଥିବା ଅଭିଯୋଗ କରିଛନ୍ତି। କୁଲାରସିଂ ପଞ୍ଚାୟତର ପୋଡେଇ ଗ୍ରାମର ସନାଇ କିର୍ଷାନୀ, ନାରଦ ଖେମୁଣ୍ଡୁ, ସାନମତି କିର୍ଷାନି, ନିନିବୁଡ଼ି ବୁରୁଡ଼ି, କମଳା କିର୍ଷାନୀ, ଦଇମତି କିର୍ଷାନୀ, ମୋହନ ବୁରୁଡି, କମଳା ଖେମୁଣ୍ଡୁ, ମତି ଖେମୁଣ୍ଡୁ ପ୍ରମୁଖ ଏପରି ଅଭିଯୋଗ ଆଣିଛନ୍ତି। ଏହି ହିତାଧିକାରୀମାନେ କହିଛନ୍ତି ଯେ, ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଭତ୍ତା ୫୦୦ ଟଙ୍କା ଆଣୁଥିଲୁ। ଗତ ମାର୍ଚ୍ଚ ମାସଠାରୁ ହାତରେ ଟଙ୍କା ନ ଦେଇ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ଯିବ ବୋଲି କହି ପଞ୍ଚାୟତ କର୍ତ୍ତୃପକ୍ଷ ଟଙ୍କା ଦେବା ବନ୍ଦ କରିଦେଲେ। ମାର୍ଚ୍ଚଠାରୁ ଜୁଲାଇ ୫ ମାସ ଯାଏ ବ୍ୟାଙ୍କରେ ଆମ ଜମା ଖାତା ଯାଞ୍ଚ କରି ଆମେ ଟଙ୍କା ଆସି ନ ଥିବା ଦେଖି ଅଭିଯୋଗ କରିଥିଲୁ। ପରେ ଅଗଷ୍ଟ ମାସରୁ ପୂର୍ବପରି ଆମକୁ ହାତରେ ଟଙ୍କା ଦେଲେ। ଏବେ ଆମେ ଭତ୍ତା ଟଙ୍କା ନିୟମିତ ପାଉଥିବା ବେଳେ ଗତ ମାର୍ଚ୍ଚ ମାସରୁ ଜୁଲାଇ ପର୍ଯ୍ୟନ୍ତ ୫ମାସର ଭତ୍ତା ଟଙ୍କା ଏଯାଏ ପାଇନୁ। ଏହି ଟଙ୍କା ସେମାନଙ୍କ ଜମାଖାତାକୁ ଆସି ନ ଥିବା ବେଳେ ଟଙ୍କା ଗଲା କୁଆଡେ ବୋଲି ହିତାଧିକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ଏଭଳି ଭତ୍ତା ପାଇ ନ ଥିବା ହିତାଧିକାରୀ କୁଲାରସିଂ ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ଅଛନ୍ତି ବୋଲି ସରପଞ୍ଚ ଭଗବତୀ କିର୍ଷାନୀ କହିଛନ୍ତି। ଏ ସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସରିତା ଓରାମଙ୍କୁ ପଚାରିବାରୁ ସେ କହିଲେ, ଏ ସମ୍ପର୍କରେ ସେ ପିଇଓଙ୍କ ସହ ଆଲୋଚନା କରିବେ। ଆବଶ୍ୟକ ସ୍ଥଳେ ନିଜେ ପୋଡ଼େଇ ଗ୍ରାମ ଓ କୁଲାରସିଂ ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରି ହିତାଧିକାରୀଙ୍କ ଉକ୍ତ ୫ମାସର ଭତ୍ତା ଟଙ୍କା ପ୍ରଦାନ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। ବଙ୍ଗଳାଗୁଡ଼ା ନିକଟରେ ଚବେରୀ ନଦୀ…

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri