କେସିଙ୍ଗା,୧୪।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ କସୃପଡ଼ା ଗ୍ରାମର ବଙ୍ଗଳା ପଡ଼ାଠାରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଉଥିବାରୁ ଗ୍ରାମର କିଛି ଯୁବଗୋଷ୍ଠୀ ସମାଜ ସେବୀ ଜିତୁମିଶ୍ରଙ୍କ ନେତୃତ୍ୱରେ ୩୦ରୁ ଉର୍ଦ୍ଧ ଯୁବକ ଶନିବାର ଦିନ କେସିଙ୍ଗା ଥାନା ଯାଇ ନିଶା କାରବାର ବନ୍ଦ କରିବାକୁ ଲିଖିତ ଅଭିଯୋଗ କରିଛନ୍ତି। ଗ୍ରାମରେ କିଛି ବେପାରୀ ଚୋରା ଦେଶୀ ବିଦେଶୀ ମଦ, ଗଞ୍ଜେଇ ଏପରିକି କପସିରପ ବିକ୍ରିକରି ଗ୍ରାମର ଭବିଷ୍ୟତକୁ ନଷ୍ଟ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଚୋରା ନିଶାଦ୍ରବ୍ୟ ବିକ୍ରି ଯୋଗୁଁ ପାଖପଡିସାର ମା ଭଉଣୀମାନେ ରାସ୍ତାରେ ଏକୁଟିଆ ଯିବା ଆସିବା କରିବାରେ ନିଜକୁ ସୁରକ୍ଷିତ ମଣୁ ନ ଥିବା ଅଭଯୋଗରେ ଜଣାଇଛନ୍ତି। ଉକ୍ତ ମଦ ବ୍ୟବସାୟୀକୁ ଚୋରା ମଦ ଓ ନିଶା ଦ୍ରବ୍ୟ ବିକ୍ରି ବନ୍ଦ କରିବାକୁ କହିଲେ ସାହିର ଲୋକଙ୍କୁ ନାଲି ଆଖି ଦେଖାଉଛି ଓ ଧମକ ଚମକ ଦେଉଛନ୍ତି ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି।
ତେବେ ଏନେଇ ପୋଲିସର ପ୍ରତିଶ୍ରୁତି ପରେ ଉକ୍ତ କଶୃପଡାର ଗ୍ରାମବାସୀ ଫେରି ଯାଇଥିଲେ। ପରେ ଗ୍ରାମବାସୀ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ ଯଦି ଅଭିଯୋଗ ପରେ ପୋଲିସ ସମସ୍ୟାର ସମାଧାନ ନ କରେ ତାହାହେଲେ ଆଗାମୀ ଦିନରେ କାଶ୍ରୁପଡ଼ା ଗ୍ରାମରେ ଜୋର୍ସୋରରେ ମଦମୁକ୍ତି ଅଭିଯାନ ଆରମ୍ଭ କରି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଏ ସଂକ୍ରାନ୍ତରେ କେସିଙ୍ଗା ଅବକାରୀ ବିଭାଗର ଏସ.ଆଇ ବିଶ୍ୱଜିତ ଆରୁଖଙ୍କୁ ପଚାରିବାରୁ ମୋ ନିକଟକୁ କିଛି ଅଭିଯୋଗ ଆସି ନାହିଁ ବୋଲି ପ୍ରକାଶ କରିଥିଲେ।


