ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ନିମ୍ନମାନର ଅଭିଯୋଗ

ବିଞ୍ଝାରପୁର, ୩୦।୧ (ଡି.ଏନ.ଏ.):ବିଞ୍ଝାରପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ତାଉନ୍ତରାଠାରୁ ବଣିଆପାଳ ଭାୟା ଗୋବିନ୍ଦପୁର ପର୍ଯ୍ୟନ୍ତ ୬.୧୪୦କିମି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ଚାଲିଥିବା ରାସ୍ତାଟି ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ନିର୍ମାଣାଧୀନ ରାସ୍ତା ୫.୪୩୪କିମି ପିଚୁ ଓ ୦.୭୦୬ କିମି କଂକ୍ରିଟ ହେବା ସହ ୧୮ଟି କଲ୍‌ଭର୍ଟ ହେବ ବୋଲି ଫଳକରେ ଦର୍ଶାଯାଇଛି। ରାସ୍ତାର ଉଭୟପାର୍ଶ ଖୋଳା ଯାଇ ମାସମାସ ପକାଯାଇଛି। ରାସ୍ତାରେ ଧୂଳି ମାଟି ଜମା ହୋଇରହିଛି। ରାସ୍ତାରେ ପାଣି ପକାଇବାର ବ୍ୟବସ୍ଥା ଥିବାବେଳେ ଠିକାଦାର ତାହା କରୁନାହାନ୍ତି। ଫଳରେ ଏହି ରାସ୍ତାଦେଇ ଯାତାୟାତ କରୁଥିବା ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଧୂଳି ଯୋଗୁ ରାସ୍ତା ପାର୍ଶ୍ୱରେ ଥିବା ଘରଗୁଡିକରେ ଲୋକ ରହିବା କଷ୍ଟକର ହୋଇପଡିଛି। ଅନ୍ୟପକ୍ଷେ ଖୋଳା ଯାଇଥିବା ରାସ୍ତା ପାର୍ଶ୍ୱରେ ବାଲି ପକାଯାଇ ପାଣି ପକାଯିବା ସହ ରୋଲିଂ କରିବାର ବ୍ୟବସ୍ଥା ଥିଲାବେଳେ ଠିକାଦାର ତାହା କରୁନ ଥିବା ଅଭିଯୋଗ ହୋଇଛି। ରାସ୍ତା ନିର୍ମାଣ ଚାଲିଥିବାବେଳେ ବିଭାଗୀୟ କୌଣସି ଯନ୍ତ୍ରୀ କାର୍ଯ୍ୟ କ୍ଷେତ୍ରକୁ ଆସୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ରାସ୍ତାରେ ବ୍ୟବହୃତ ଡଷ୍ଟ, ଚିପ୍ସ ଓ ମେଟାଲର ପରିମାଣ ଠିକ୍‌ ନ ଥିବା, ରାସ୍ତାର ଚଉଡା ଓ ଉଚ୍ଚତା କାମ ଥିବା ଗ୍ରାମର ଆକାଶ ନାୟକ, ସନ୍ତୋଷ ସାହୁ, ଦ୍ୱାରିକା ନାୟକ, ଅଭିମନ୍ୟୁ ସାମଲ, ସନ୍ତୋଷ ସାହୁ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅଶୋକ କୁମାର ଜେନାଙ୍କୁ ପଚାରିବାରୁ ରାସ୍ତାରେ ପାଣି ପକାଇବାକୁ ଠିକାଦାରଙ୍କୁ କୁହାଯିବା ସହ କାମକୁ ତଦାରଖ କରିବେ ବୋଲି ସେ କହିଛନ୍ତି।