ସରକାରୀ ଅଧିକାରୀଙ୍କୁ ଅନୁକମ୍ପା

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ସାଧାରଣ ଲୋକ ଆଇନକୁ ହାତକୁ ନେଲେ ଅଭିଯୋଗର ୨୪ଘଣ୍ଟା ଭିତରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଉଛି। ହେଲେ ସରକାରୀ ପଦପଦବୀରେ ଥିବା ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଏଭଳି ତତ୍ପରତା ଦେଖାଉ ନ ଥିବା ଅଭିଯୋଗ ହେଉଛି। ଗତକିଛି ଦିନ ମଧ୍ୟରେ ୨ଟି ଘଟଣାକୁ ଦେଖିଲେ ଏହା ସହଜରେ ବାରି ହୋଇଯାଉଛି। ଯାଜପୁର ବାଲିଚନ୍ଦ୍ରପୁର ଅଞ୍ଚଳର ଜଣେ ନାବଳିକାଙ୍କୁ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଜଣେ ଓଏଏସ୍‌ ଅଧିକାରୀଙ୍କ ଘରେ ଶିଶୁ ଶ୍ରମିକ ଭାବେ ଘରେ କାମ କରାଯାଉଥିଲା। ପରବର୍ତ୍ତୀ ସମୟରେ ନାବାଳିକା ଜଣଙ୍କ ଉକ୍ତ ଓଏଏସ ଅଧିକାରୀଙ୍କ ଶ୍ୱଶୁରଙ୍କ ଦ୍ୱାରା ବଳାକତ୍ାର ହୋଇ ଗର୍ଭବତୀ ହେବା ଘଟଣା ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ ହେଲା। ମାତ୍ର ପୋଲିସ କେବଳ ନୋଟିସ ଜାରି କରିବା ସହ ଅଭିଯୁକ୍ତଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ। ସେହିପରି ଅନ୍ୟ ଏକ ଘଟଣାରେ ଜଣେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ତାଙ୍କ ସ୍ତ୍ରୀଙ୍କୁ ଯୌତୁକ ନିର୍ଯାତନା ସହ ଜୀବନରେ ମାରିଦେବାକୁ ଚେଷ୍ଟା କରିଥିବା ଭଳି ସଙ୍ଗୀନ ଅଭିଯୋଗ ଭୁବନେଶ୍ୱର ମହିଳା ଥାନାରେ ହୋଇଥିଲେ ମଧ୍ୟ ପୋଲିସ ଆଇପିସି ୪୯୮(କ), ୩୨୩,୩୫୪,୩୦୭,୨୯୪/୩୪ରେ ଏକ ମାମଲା(୭୫/୨୦୨୦) ରୁଜୁ କରି ବସିପଡ଼ିଛି। ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରାଯାଉ ନ ଥିବାରୁ ସେ ଏବେ ଅଦାଲତଙ୍କ ଦ୍ୱାରସ୍ଥ ହୋଇ ଜାମିନ ଆବେଦନ କରିଥିବା ଜଣାପଡ଼ିଛି।
ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କ ସୂଚନା ମୁତାବକ ୨୦୦୮ରେ ସେ ଖୋର୍ଦ୍ଧା ଚନ୍ଦକା ଅଞ୍ଚଳର ଜଣେ ଯନ୍ତ୍ରୀଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ବିବାହ ସମୟରେ ଯୌତୁକ ବାବଦ ୮ଲକ୍ଷ ଟଙ୍କା ଦିଆଯାଇଥିଲା। ମାତ୍ର ପରବର୍ତ୍ତୀ ସମୟରେ ସ୍ବାମୀଙ୍କ ସମେତ ଶାଶୁଘର ଲୋକ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଥିଲେ। ଏପରି କି ଗତ ୩୧ ରାତିରେ ଖଟରେ ପକାଇ ସ୍ବାମୀ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ମହିଳା ଜଣଙ୍କ ଘଟଣା ସମ୍ପର୍କରେ ବାପଘର ଲୋକଙ୍କୁ ଜଣାଇଥିଲେ। ପରେ ଚନ୍ଦକା ଥାନା ପୋଲିସ ମହିଳାଙ୍କୁ ଉଦ୍ଧାର କରି ନୟାଗଡ଼ସ୍ଥିତ ବାପ ଘରେ ଛାଡ଼ିଥିଲା। ମହିଳାଜଣକ ଗତ ୪ତାରିଖରେ ଏ ନେଇ ମହିଳା ଥାନାରେ ଅଭିଯୋଗ କରିଥିଲେ। ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତ ଯନ୍ତ୍ରୀଙ୍କୁ ଗତ ୮ତାରିଖ ରବିବାର ଛୁଟି ଦିନରେ ଥାନାକୁ ଡକାଇ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ପାଇଁ ବାଧ୍ୟ କରିଥିଲେ। ମାତ୍ର ମହିଳା ଜଣକ ଏଥିରେ ରାଜି ହୋଇ ନ ଥିଲେ । ଏହାର ସୁଯୋଗ ନେଇ ମହିଳାଙ୍କ ସ୍ବାମୀ ସେଠାରୁ କାହାକୁ କିଛି ନ କହି ଚାଲିଯାଇଥିଲେ। କିଛି ସମୟ ପରେ ତଦନ୍ତକାରୀ ଅଧିକାରୀଙ୍କୁ ମହିଳା ଜଣକ ସ୍ବାମୀଙ୍କ ସମ୍ପର୍କରେ ପଚାରିଥିଲେ। ଅଭିଯୁକ୍ତ ସ୍ବାମୀଙ୍କ ମା’ ଦେହ ବହୁତ ଦେହ ଖରାପ ହୋଇଥିବାରୁ ସେ ଘରକୁ ଯାଇଥିବା ପୋଲିସ ସୂଚନା ଦେଇଥିଲା। ପରେ ମହିଳା ଜଣଙ୍କ ବିରକ୍ତ ପ୍ରକାଶ କରିବାରୁ ଶେଷରେ ରାତିରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ପୋଲିସ ଜାଣିଶୁଣି ଅଭିଯୁକ୍ତ ସ୍ବାମୀଙ୍କୁ ଥାନାରୁ ଛାଡ଼ି ଦେଇଥିବା ମହିଳା ଜଣକ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଏନେଇ ମହିଳା ଥାନା ଅଧିକାରିଣୀ ବନିତା ମହାରଣା କହିଛନ୍ତି, ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତକାରୀ ଅଧିକାରୀ ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ଥିବାରୁ ତଦନ୍ତରେ ବାଧା ଉପୁଜିଛି। ପୋଲିସ କୌଣସି କ୍ଷେତ୍ରରେ ପାତରଅନ୍ତର ନୀତି ଆପଣାଇ ନାହିଁ। ଏହା ଉକ୍ତ ମହିଳାଙ୍କ ବ୍ୟକ୍ତିଗତ ମତ। ଖୁବ ଶୀଘ୍ର ଘଟଣାର ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri