ପ୍ରାଣୀ ଯନ୍ତ୍ରଣାର ତୁଳନା

ପିଟର ସିଙ୍ଗର

 

କିଛି ସପ୍ତାହ ହେଲା ମୁଁ ଆମେରିକା ଓ ବ୍ରିଟେନ ଗସ୍ତରେ ଯାଇ ପ୍ରକାଶ ପାଇବାକୁ ଥିବା ନୂଆ ପୁସ୍ତକ ଆନିମଲ ଲିବରେଶନ (ପ୍ରାଣୀ ମୁକ୍ତି)ର ପ୍ରଚାର କରିଆସୁଛି। ଏଇ ବହିରେ ବିଶେଷକରି କୁକୁଡ଼ା, ଘୁଷୁରି, ମତ୍ସ୍ୟ ପାଳନ କରାଯାଉଥିବା ଫାର୍ମଗୁଡ଼ିକରେ ଅନେକ ପ୍ରାଣୀଙ୍କୁ ଆମେ କିଭଳି ଯନ୍ତ୍ରଣା ଦେଉଛୁ, ସେ ବିଷୟ ସ୍ଥାନିତ ହୋଇଛି। ନିରନ୍ତର ଭାବେ ଏଭଳି ଅତ୍ୟଧିକ ତଥା ଅନାବଶ୍ୟକ ଯନ୍ତ୍ରଣା ଆମ ସମୟର ଏକ ବଡ଼ ନୈତିକ ପ୍ରସଙ୍ଗ। ଏହି ଯୁକ୍ତି ଉପରେ କିଛି ଲୋକ ସନ୍ଦେହ ପ୍ରକାଶ କରିପାରନ୍ତି କାରଣ ସେମାନେ ଭାବନ୍ତି ଯେ ମଣିଷ ପ୍ରାଣୀମାନଙ୍କ ସହ ଅତୁଳନୀୟ ଓ ସେମାନଙ୍କ ତୁଳନାରେ ଏହାର ଗୁରୁତ୍ୱ ଅଧିକ। କିନ୍ତୁ ଏହା ସାଧାରଣରେ ତଥା ନୈତିକତାବାଦୀମାନଙ୍କ ମଧ୍ୟରେ ଅଧିକ ଗ୍ରହଣୀୟ ଯେ, ନୈତିକତା ଦୃଷ୍ଟିରୁ ଯନ୍ତ୍ରଣା ଦୂର କରିବା ଗୁରୁତ୍ୱପୂର୍ଣ୍ଣ, ତାହା ଯେ କୌଣସି ପ୍ରଜାତି ଜୀବର ହେଉ ପଛେ। କିନ୍ତୁ କିଛି ପ୍ରଜାତି ପାଇଁ ଏହି ବିଚାର ଅଧିକ ଜଟିଳ ପ୍ରଶ୍ନ ଉତ୍‌ଥାପନ କରେ। ଆମେ କିଭଳି ବିଭିନ୍ନ ପ୍ରଜାତିର ପ୍ରାଣୀଙ୍କ ଯନ୍ତ୍ରଣାକୁ ତୁଳନା କରିବା? ସୀମିତ ସମୟ ଓ ସଂସାଧନକୁ ଦେଖିଲେ ଜଣେ ମଣିଷକୁ ସାହାଯ୍ୟ କରିବା ବଦଳରେ ଆମେ କେତେ କୁକୁଡ଼ାଙ୍କୁ ସାହାଯ୍ୟ କରିବା ଉଚିତ? ଆମେ ଅନେକ ପ୍ରାଣୀଙ୍କର କ୍ଷତି କରିଚାଲିଥିବାବେଳେ ଘୁଷୁରି ଭଳି ପ୍ରାଣୀର ଯନ୍ତ୍ରଣା ଦୂର କରିବା ନିଷ୍ପତ୍ତି ଉପରେ ସମାନ ପ୍ରକାର ଦ୍ୱନ୍ଦ୍ୱାମତ୍କ ପ୍ରଶ୍ନ ପଚରାଯାଇପାରେ। ଆମେ ଏହି ପ୍ରାଣୀର ଅତ୍ୟଧିକ କ୍ଷତି କରୁଛୁ। ଉଦାହରଣସ୍ବରୂପ, ପ୍ରତିବର୍ଷ ଆମେ ଆବଦ୍ଧ ସ୍ଥାନରେ ବଢାଇ ଯନ୍ତ୍ରଣାକୁ ନଦେଖି ସେମାନଙ୍କୁ ହତ୍ୟା କରିଚାଲିଛୁ। ପୃଥିବୀ ଜନସଂଖ୍ୟା ତୁଳନାରେ ୧୫ ଗୁଣ ଅଧିକ ମାଛଙ୍କୁ ହତ୍ୟାକରୁଛୁ। ସେମାନଙ୍କୁ ଯନ୍ତ୍ରଣା ଦେବାର କ’ଣ ନୈତିକ ଆଧାର ରହିଛି? ଏଠାରେ ଆମେ ଗୁରୁତ୍ୱପୂର୍ଣ୍ଣ ଫିଲୋସୋଫିକ(ତାତ୍ତ୍ୱିକ) ଏବଂ ନ୍ୟୁରୋସାଇଣ୍ଟିଫିକ୍‌ ବିଷୟଗୁଡ଼ିକ ଉପରେ ବିଚାର କରିବା ଦରକାର। ଯନ୍ତ୍ରଣା ସହିବାରେ ଆମ ନିଜସ୍ବ କ୍ଷମତା କିଭଳି ଏହିସବୁ ପ୍ରାଣୀମାନଙ୍କଠାରୁ ଅଲଗା ଏବଂ ଆମେ କିିପରି ବିଭିନ୍ନ ପ୍ରଜାତିର ପ୍ରାଣୀଙ୍କ ଯନ୍ତ୍ରଣା ସହିବାର କ୍ଷମତାକୁ ତୁଳନା କରିପାରିବା? ତେବେ ଯନ୍ତ୍ରଣା ଦୂରକରିବା ଗୁରୁତ୍ୱପୂର୍ଣ୍ଣ ନା ଆଉ କିଛି ବିଷୟ ଯଥା ପ୍ରାଣୀ ପାଳନ ଓ ସେମାନଙ୍କୁ ଯନ୍ତ୍ରଣା ଦେବାରେ ଲୋକମାନଙ୍କ ଭବିଷ୍ୟତର ପସନ୍ଦକୁ ରୋକିବା ଦରକାର, ସେ ବିଷୟରେ ପ୍ରଶ୍ନ କରିବା ଆବଶ୍ୟକ। ଯଦି ଏହି ପସନ୍ଦକୁ ରୋକିବାରେ ଭୁଲ୍‌ ହୁଏ ତେବେ ମଣିଷ ଓ ଅନ୍ୟ ପ୍ରାଣୀମାନଙ୍କ ମଧ୍ୟରେ ଥିବା ପ୍ରଭେଦ ଅତ୍ୟଧିକ ହୋଇଯିବ।
ଆମେରିକାର ଏକ ଥିଙ୍କ୍‌ ଟ୍ୟାଙ୍କ୍‌ ରିଥିଙ୍କ ପ୍ରାୟୋରିଟିଜ୍‌ ଏହି ସବୁ ପ୍ରଶ୍ନ ଉପରେ ଅନୁଧ୍ୟାନ କରିଆସୁଛି। ପ୍ରାଣୀମାନଙ୍କ ଯନ୍ତ୍ରଣା ସ୍ତରକୁ ମଣିଷଙ୍କ ଯନ୍ତ୍ରଣା ସହ କିଭଳି ତୁଳନା କରିବା ଦରକାର ତାହାର ଆକଳନ ପାଇଁ ଏକ ଆଧାର ଯୋଗାଇଦେବାକୁ ଗବେଷକମାନେ ପ୍ରାଣୀମାନଙ୍କ ଅନୁଭବ ଉପରେ କରାଯାଇଥିବା ଅନୁଧ୍ୟାନଗୁଡ଼ିକର ସମୀକ୍ଷା କରିଥିଲେ। ଏହାକୁ ସରଳ କରିବାକୁ ସେମାନେ ସୁଖକୁ ଉତ୍ସାହିତ କରୁଥିବା ଏବଂ ଯନ୍ତ୍ରଣା ଦୂର କରୁଥିବା ଉପଯୋଗୀ ଦୃଷ୍ଟିକୋଣ ଗ୍ରହଣ କରିଥିଲେ। ସେମାନେ କଳନା କରିଥିଲେ ଯେ, ପ୍ରାଣୀଟି ଭୋଗୁଥିବା ଯନ୍ତ୍ରଣା ଉପରେ ଆମେ କମ୍‌ ଯନତ୍ଶୀଳ ହୋଇଥାଉ କାରଣ ତାହା ମଣିଷ ନୁହେଁ ବୋଲି ଆମ ଚିନ୍ତାଧାରାରେ ରହିଥାଏ। ଗବେଷକମାନେ ଦର୍ଶାଇଥିଲେ ଯେ, ଯନ୍ତ୍ରଣାର ତୀବ୍ରତା ଓ ଅବଧି ସମାନ। ଏଣୁ ପ୍ରାଣୀ ହେଉ କି ମଣିଷ, ସେମାନେ ଭୋଗୁଥିବା ଯନ୍ତ୍ରଣା ପ୍ରତି ଦୃଷ୍ଟିଦେବା ଉଚିତ।
ମଣିଷ ତୁଳନାରେ ପ୍ରାଣୀମାନେ କେତେ ଯନ୍ତ୍ରଣା ଭୋଗନ୍ତି ତାହା ଉପରେ ଅନୁଧ୍ୟାନ କରିବାକୁ ଗବେଷକମାନେ ଏବକାର ବୈଜ୍ଞାନିକ ସିଦ୍ଧାନ୍ତକୁ ଗ୍ରହଣ କରିଥିଲେ। ସେହି ସିଦ୍ଧାନ୍ତ ହେଉଛି ବେସିକ୍‌ ନ୍ୟୁରୋକେମିଷ୍ଟ୍ରି ଯାହା ଆବେଗିକ ଭାବନାକୁ ପ୍ରକାଶ କରେ। ଏହି ଭାବନା ପ୍ରାୟ ସବୁ ସ୍ତନ୍ୟପାୟୀ ପ୍ରାଣୀଙ୍କ ମଧ୍ୟରେ ସମାନ। ଗବେଷକମାନେ ମଧ୍ୟ ବିଭିନ୍ନ ପ୍ରଜାତିର ପ୍ରାଣୀଙ୍କ ଯନ୍ତ୍ରଣାର ଉଭୟ ବ୍ୟବହାରଗତ ଓ ମନସ୍ତାତ୍ତ୍ୱିକ ପ୍ରାମାଣିକ ତଥ୍ୟ ଉପରେ ଅନୁଧ୍ୟାନ କରିଥିଲେ। ‘ଅନିମଲ ଲିବରେଶନ’ରେ ବ୍ୟବହାରଗତ ପ୍ରାମାଣିକ ତଥ୍ୟର ଏକ ସ୍ପଷ୍ଟ ଉଦାହରଣ ଉପରେ ଆଲୋଚନା କରାଯାଇଛି। ବ୍ୟବସାୟିକ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା କୁକୁଡ଼ାଗୁଡ଼ିକୁ ଶୀଘ୍ର ବଢାଯାଉଛି। ଫଳରେ କୁକୁଡ଼ାଗୁଡ଼ିକର ପୂର୍ଣ୍ଣ ବିକାଶିତ ହୋଇ ନ ଥିବା ଗୋଡ଼ ସେମାନଙ୍କ ଓଜନ ସମ୍ଭାଳି ପାରୁନାହିଁ। ଏହାଦ୍ୱାରା ସେମାନେ ଛୋଟା ହୋଇଯାଆନ୍ତି। ଗବେଷକମାନେ କରିଥିବା ଏକ ଅନୁଧ୍ୟାନରେ ବ୍ୟବସାୟିକ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା କୁକୁଡ଼ାଙ୍କୁ ଦୁଇପ୍ରକାର ରଙ୍ଗିନ ଖାଦ୍ୟ ଦିଆଯାଏ। ସେଥି ମଧ୍ୟରୁ ଗୋଟିକରେ ଆଣ୍ଟି ଇନଫ୍ଲାମାଟୋରି ଡଗ୍ସ ଥାଏ। ଛୋଟେଇ ଚାଲୁଥିବା କୁକୁଡ଼ାଗୁଡ଼ିକ ଏହି ଡଗ୍ସ ମିଶା ଖାଦ୍ୟକୁ ବେଶି ଖାଇବାକୁ ପସନ୍ଦ କରନ୍ତି ଏବଂ ସେମାନେ ଖାଦ୍ୟରେ ଗ୍ରହଣ କରୁଥିବା ଡଗ୍ସ ଡୋଜ୍‌ ଅନୁପାତରେ ସେମାନଙ୍କ ଛୋଟାପଣ କମିଯାଏ। ଏହା ସୂଚିତ କରେ ଯେ,ଛୋଟା କୁକୁଡ଼ାଗୁଡ଼ିକ ଚାଲିବାବେଳେ୍‌ ଅଧିକ ଯନ୍ତ୍ରଣା ଭୋଗିଥାନ୍ତି ଏବଂ ଏହା ଦର୍ଶାଏ ଯେ, ଡଗ୍ସର ପ୍ରଭାବରେ ମଣିଷର ଯେଭଳି ଯନ୍ତ୍ରଣା ଉପଶମ ହୁଏ ସମାନୁପାତିକ ଭାବେ ସେମାନଙ୍କର ଯନ୍ତ୍ରଣା କମିଥାଏ।
ଅନ୍ୟ ବ୍ୟବହାରଗତ ପ୍ରମାଣ ଦର୍ଶାଏ ଯେ ଯନ୍ତ୍ରଣା ହୃଦ୍‌ସ୍ପନ୍ଦନ, ରକ୍ତଚାପ, ହର୍ମୋନ ସ୍ତର, ସ୍ବେଦ ନିର୍ଗମନ, ଚକ୍ଷୁପଟଳ ବୃଦ୍ଧି ଓ ଶରୀରରେ ରାସାୟନିକ କାର୍ଯ୍ୟକଳାପରେ ପରିବର୍ତ୍ତନ କରେ। ବ୍ୟବସାୟିକ ଉଦ୍ଦେଶ୍ୟରେ ଶୀଘ୍ର ବଢ଼ାଯାଉଥିବା କୁକୁଡ଼ାକୁ ଏକ ଉଦାହରଣ ଭାବେ ନିଆଯାଇପାରେ। କୁକୁଡ଼ାମାନଙ୍କ ଠାରେ ଫୁସ୍‌ଫୁସ୍‌, ହାର୍ଟ ଏବଂ ଅସ୍ଥି ସମସ୍ୟା ଦେଖାଯାଏ, ଯାହା ସେମାନଙ୍କ ଯନ୍ତ୍ରଣାର ଏକ ପ୍ରମାଣ। ଏହି ପ୍ରମାଣକୁ ଆଧାରକରି ରିଥିଙ୍କ ପ୍ରାୟୋରିଟିଜର ଗବେଷକମାନେ ଅନେକ ଆକଳନଭିତ୍ତିକ ଆଲେଖ୍ୟ ପ୍ରସ୍ତୁତ କରିଛନ୍ତି। କିଛି ପ୍ରାଣୀଙ୍କ ଯନ୍ତ୍ରଣାର ଭାଲ୍ୟୁ ବା ମୂଲ୍ୟାଙ୍କନ ସମ୍ପର୍କରେ ଏଥିରେ ଦର୍ଶାଯାଇଛି। ଯଦି ଯନ୍ତ୍ରଣାର ମୂଲ୍ୟାଙ୍କନ ମଣିଷ ପାଇଁ ୧.୦୦ ହୁଏ ତେବେ ଗବେଷକମାନଙ୍କ ଆକଳନ ଦର୍ଶାଏ ଯେ,ଏହା ଘୁଷୁରିର ୦.୫୨, କୁକୁଡ଼ା ପାଇଁ ୦.୩୩ ଏବଂ ଅକ୍ଟୋପସ ପାଇଁ ୦.୨୧ ବୋଲି ଗ୍ରହଣ କରିବାକୁ ପଡ଼ିବ। ସେମାନେ ଯନ୍ତ୍ରଣାର ମୂଲ୍ୟାଙ୍କନ କରି ମାଛର ୦.୧ରୁ କମ୍‌, କାର୍ପ (ରୋହି ଭାକୁର ଆଦି ମାଛ)ର ୦.୦୯ ଏବଂ ସାଲ୍‌ମନକୁ ୦.୦୬ ର଼୍ୟାଙ୍କରେ ରଖିଛନ୍ତି। କୌତୂହଳର ବିଷୟ, ମହୁମାଛିର ଏହା ୦.୦୭ ଥିବାବେଳେ କାଟ୍‌ଫିସର ୦.୦୪ରୁ କମ୍‌ ର଼୍ୟାଙ୍କରେ ରଖାଯାଇଛି। ଏହା ସ୍ପଷ୍ଟ ଯେ, ବିଭିନ୍ନ ପ୍ରଜାତିର ଏବଂ ଏପରିକି ବିଭିନ୍ନ ବର୍ଗର ପ୍ରାଣୀମାନଙ୍କ ଯନ୍ତ୍ରଣା ସହିବା କ୍ଷମତା ତୁଳନା କରିବାରେ କରାଯାଇଥିବା ଗବେଷଣାମତ୍କ ପ୍ରୟାସକୁ ନେଇ ଆହ୍ବାନ ଆସିବାରେ। କିନ୍ତୁ ଏହି ପ୍ରୟାସର ଗୁରୁତ୍ୱ ରହିଛି ଓ ଏହା ସମ୍ପୂର୍ଣ୍ଣ ନିର୍ବିବାଦୀୟ। ଏହାକୁ ଗ୍ରହଣ କରିବା ଆମ ନିଜ ନୈତିକ ଅଗ୍ରଗତି ଉପରେ ନିର୍ଭର କରେ।
ପ୍ରାଧ୍ୟାପକ, ବାୟୋଏଥିକ୍ସ, ପ୍ରିନ୍ସଟନ୍‌ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri