Posted inଜାତୀୟ

ସାମ୍ପ୍ରଦାୟିକ ଦଙ୍ଗା ଆଗ୍ନେୟଗିରି ଲାଭା ଭଳି ଭବିଷ୍ୟତରେ ପ୍ରତିହିଂସା ସୃଷ୍ଟି କରେ, କହିଲେ ସିବଲ…

ନୂଆଦିଲ୍ଲୀ,୧୦।୧୧: ସାମ୍ପ୍ରଦାୟିକ ଦଙ୍ଗା ଆଗ୍ନେୟଗିରିରୁ ଉଦ୍‌ଗୀରଣ ହେଉଥିବା ଲାଭା ଭଳି ଭବିଷ୍ୟତରେ ପ୍ରତିହିଂସା ସୃଷ୍ଟି କରେ। ଏହା ଆଗ୍ନେୟଗିରି ଭଳି ଶାନ୍ତ ହେବାକୁ ମଧ୍ୟ ଅଧିକ ସମୟ ନେଇଥାଏ ବୋଲି ଗୁଜରାଟ ଦଙ୍ଗା ମାମଲାର ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ କପିଲ୍‌ ସିବଲ ଭାବୁକ ହୋଇ ଏଭଳି ମନ୍ତବ୍ୟ ଦେଇଛନ୍ତି। ଦେଶ ବିଭାଜନ ସମୟରେ ସେ ନିଜ ଆଈ ଏବଂ ଅଜାଙ୍କୁ ହରାଇ ଥିବା କହି ଦୁଃଖ ପ୍ରକାଶ କରିଥିଲେ।

୨୦୦୨ରେ ଗୁଜରାଟ ଦଙ୍ଗାରେ ମୃତ୍ୟୁ ଘଟିଥିବା କଂଗ୍ରେସ ନେତା ଏହସାନ ଜାକରିଙ୍କ ସ୍ତ୍ରୀ ଜାକିଆ ଜାକରିଙ୍କ ପକ୍ଷରୁ ଦାଖଲ ହୋଇଥିବା ମାମଲାର ଶୁଣାଣି ସମୟରେ ସିବଲ କହିଛନ୍ତି ଯେ, ଏହି ଦଙ୍ଗାରେ ବଡ଼ ଧରଣର ଷଡ଼ଯନ୍ତ୍ର ରଚାଯାଇଥିଲା। ଏହି ଅଭିଯୋଗରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ଉଚ୍ଚ ପଦାଧିକାରୀଙ୍କୁ ସ୍ବତନ୍ତ୍ର ଯାଞ୍ଚ୍‌ ଦଳ ପକ୍ଷରୁ କ୍ଲିନ୍‌ ଚିଟ୍‌ ଦିଆଯାଇଥିବା ନେଇ ଚ୍ୟାଲେଞ୍ଜ୍‌ କରାଯାଇଛି।

ବିଚାରପତି ଏମ.ଏମ୍‌.ଖାନିଓ୍ବିଲକର, ଦିନେଶ ମାହେଶ୍ୱରୀ ଏବଂ ସି.ଟି.ରବିକୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କ ସମ୍ମୁଖରେ ସିବଲ ଯୁକ୍ତି ଦର୍ଶାଇଥିଲେ ଯେ, ଏସ୍‌ଆଇଟି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣକୁ ଅଣଦେଖା କରି ବିନା ଉଚିତ ଯାଞ୍ଚରେ କ୍ଲୋଜର ରିପୋର୍ଟ ପ୍ରସ୍ତୁତ କରିଥିଲେ। ତେବେ ଏହାର ପ୍ରଭାବ ଏବେ ଭବିଷ୍ୟତରେ ଅନୁଭୁତ ହେବାର ଆଶଙ୍କା ରହିଥିବା ସିବଲ କହିଛନ୍ତି।

ସିବଲ କହିଛନ୍ତି ଯେ, ଏନେଇ କାହାକୁ ଦୋଷ ଦିଆଯାଇ ପାରିବ ନାହିଁ। ତେବେ ଏହା ସମଗ୍ର ପୃଥିବୀ ପାଇଁ ଏକ ଅସହ୍ୟ ଯନ୍ତ୍ରଣା ଦାୟକ ସ୍ଥିତି ସୃଷ୍ଟି କରିଥାଏ। ଏହି ଅବସରରେ ସେ କହିଛନ୍ତି ଯେ, ତହଲ୍‌କା ପତ୍ରିକା ଦ୍ୱାରା କରାଯାଇଥିବା ଷ୍ଟିଙ୍ଗ୍‌ ଅପରେଶନ୍‌ ଟେପ୍‌କୁ ଏସ୍‌ଆଇଟି ପକ୍ଷରୁ ଅଣଦେଖା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଉପରେ ଦମନ, ବିରୋଧ କରି ସିପିଆଇର ବିକ୍ଷୋଭ

ଜୟପୁର,୯ା୪(ପବନ ପାଣିଗ୍ରାହୀ): ବେଦାନ୍ତ ପାଇଁ ରାୟଗଡ଼ା ଜିଲା କାଶୀପୁର ଅଞ୍ଚଳ ଅଶାନ୍ତ ହୋଇପଡିଛି । ଗତ ସାତ ତାରିଖ ରାତି ଦୁଇଟାରେ ରାୟଗଡ଼ା ଜିଲା କାଶୀପୁର ବ୍ଲକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri