ଜମି ଦଖଲକୁ ନେଇ ୨ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ : ୧୮ ଅଭିଯୁକ୍ତ ଗଲେ ଜେଲ, ୪ ପ୍ଲାଟୁନ ଫୋର୍ସ ମୁତୟନ

ଦିଗପହଣ୍ଡି/ପାଟପୁର,୧୭।୧୦(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ରତ୍ନମଣିପୁର ମୌଜା ରାସ୍ତାକଡରେ ଥିବା ମୂଲ୍ୟବାନ ଜମି ଦଖଲକୁ କେନ୍ଦ୍ରକରି ସିଙ୍ଗପୁର ଏବଂ ରତ୍ନମଣିପୁର ଗ୍ରାମବାସୀଙ୍କ ମଧ୍ୟରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ବିବାଦୀୟ ଜମିରେ ଥିବା ସିମେଣ୍ଟ ପାଚେରୀ,ଅସ୍ଥାୟୀ ଟେଣ୍ଟ,ଯଜ୍ଞ ଶାଳାକୁ ସିଙ୍ଗପୁର ଗ୍ରାମର ଉତ୍ତେଜିତ ଲୋକେ ଭଙ୍ଗାରୁଜା କରିଥିଲେ। ପରେ ଗଣ୍ଡଗୋଳ ଯୋଗୁ ଉଭୟ ଗ୍ରାମର ଏକାଧିକ ବ୍ୟକ୍ତି ଆହାତ ହୋଇଥିଲେ। ଏହି ଘଟଣାରେ ଉଭୟପକ୍ଷ ପାଟପୁର ଥାନାରେ ଏତଲା ଦେଇଥିବା ବେଳେ ତହସିଲଦାର ମଧ୍ୟ ଏନେଇ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ପୃଥକ ମାମଲା ନଂ. ୪୬୭/୨୫,୪୬୮/୨୫,୪୬୯/୨୫ ଅନୁଯାୟୀ ୩ ମକଦ୍ଦମା ରୁଜୁ କରି ସିଙ୍ଗପୁର ଗ୍ରାମର ୧୦ ଅଭିଯୁକ୍ତ ଏବଂ ରତ୍ନମଣିପୁର ଗ୍ରାମର ସମୁଦାୟ ୧୮ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଶୁକ୍ରବାର ଅପରାହ୍ନରେ କୋର୍ଟ ଚାଲାଣ କରିଥିଲେ। ଜାମିନ ଆବେଦନ ନାମଞ୍ଜୁର ହେବାରୁ ସମସ୍ତ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ପଞ୍ଚାୟତର ଜମିକୁ ଦଖଲ ମୁକ୍ତ କରିବା ପାଇଁ ସିଙ୍ଗପୁର ଗ୍ରାମର ବହୁ ସଂଖ୍ୟକ ବ୍ୟକ୍ତି ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ। ସେଠାରେ ପଞ୍ଚାୟତ ପକ୍ଷରୁ ବସଷ୍ଟାଣ୍ଡ, ମାର୍କେଟ କମ୍ପ୍ଲେକ୍ସ, ଯାତ୍ରୀ ବିଶ୍ରାମାଗାର,ସାଇକେଲ ଓ ବାଇକ ଷ୍ଟାଣ୍ଡ କରିବାକୁ ସିଙ୍ଗପୁର ଗ୍ରାମବାସୀ ଦାବି କରିଥିଲେ। ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ଉକ୍ତ ବିବାଦୀୟ ଜମିକୁ ଖୁବ ଶୀଘ୍ର ଦଖଲ ମୁକ୍ତ କରାଯିବା ନେଇ ପ୍ରତିଶ୍ରୁତି ଦେବାପରେ ଗ୍ରାମବାସୀ ଫେରିଯାଇ ଅପରାହ୍ନରେ ବିବାଦୀୟ ଜମିରେ ରତ୍ନମଣିପୁର ଗ୍ରାମବାସୀ କରିଥିବା ସିମେଣ୍ଟ ପାଚେରୀ,ଅସ୍ଥାୟୀ ଟେଣ୍ଟ ,ଯଜ୍ଞ ଶାଳାକୁ ପୋଲିସ ଉପସ୍ଥିତିରେ ଭଙ୍ଗାରୁଜା କରିଥିଲେ। ଖବରପାଇ ରତ୍ନମଣିପୁର ଗ୍ରାମ ର ବହୁସଂଖ୍ୟକ ବ୍ୟକ୍ତି ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ଉଭୟ ପକ୍ଷ ଟେକା ପଥର ମାଡ କରିଥିଲେ। ପରେ ଡେଙ୍ଗାଓସ୍ତା ଗ୍ରାମ ଛକରେ ଉଭୟ ଗ୍ରାମବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପୋଲିସ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ବହୁ ସଂଖ୍ୟକ ବ୍ୟକ୍ତି ସେଠାରେ ଭିଡ଼ ଜମାଇବାରୁ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ପକ୍ଷରୁ ସନ୍ଧ୍ୟାରେ ପୋଲିସ ପ୍ରଶାସନ ପକ୍ଷରୁ ୧୬୩ ଧାରା ଜାରି କରାଯାଇଥିଲା। ରତ୍ନମଣିପୁର ଏବଂ ଡେଙ୍ଗାଓସ୍ତା ଗ୍ରାମର କିଛି ବ୍ୟକ୍ତି ପଞ୍ଚାୟତ ଜମିକୁ ଅକ୍ତିଆର କରି ସେଠାରେ ଶ୍ରୀ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି। ସେଠାରେ ଥିବା ପଞ୍ଚାୟତର ବେବର୍ତ୍ତା ପୋଖରୀକୁ ଜବରଦସ୍ତ ପୋତି ଦେଇ ସେଠାରେ ଏକ ପାର୍କ କରିବାକୁ ଯୋଜନା କରିବାରୁ ସିଙ୍ଗପୁର ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଉଭୟ ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଆଇଆଇସି କହିଛନ୍ତି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri