ଶିଶୁଙ୍କ ସୁରକ୍ଷା ପାଇଁ କମିଟି

ଭୁବନେଶ୍ୱର୧୬।୫: ରାଜ୍ୟରେ କରୋନା ସଂକ୍ରମରଣର ଦ୍ୱିତୀୟ ଲହର ଦିନକୁ ଦିନ ମାଡି ଚାଲିଛି। ଏହାକୁ ରୋକିବା ପାଇଁ ସରକାର ସବୁ ପ୍ରକାର ଚେଷ୍ଟା ଚଳାଇଛନ୍ତି। ଏଭଳିସ୍ଥିତିରେ ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟ ସରକାର ଶିଶୁଙ୍କ ସୁରକ୍ଷା ଦୃଷ୍ଟିରୁ ଏକ ସ୍ବତନ୍ତ୍ର କମିଟି ଗଠନ କରିଛନ୍ତି । ଏହି କମିଟିରେ ପରିବାର କଲ୍ୟାଣ ନିର୍ଦ୍ଦେଶକ, ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମେତ ୮ ଜଣ ସଦସ୍ୟ ରହିବେ। ଏହି କମିଟି କରୋନା ମୁକାବିଲା ପାଇଁ ସରକାରଙ୍କୁ ପରାମର୍ଶ ଦେବ । ପରାମର୍ଶ କ୍ରମେ ସରକାର ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବେ।