Posted inଜାତୀୟ

ନିଷ୍ପତ୍ତି କ୍ଷମତା କମିଟିର ନାହିଁ

ନୂଆଦିଲ୍ଲୀ, ୨୧।୧: ନୂଆ କୃଷି ଆଇନକୁ ନେଇ ଲାଗିରହିଥିବା ଅଚଳାବସ୍ଥା ଦୂର ପାଇଁ ସୁପ୍ରିମକୋର୍ଟ ବିଶେଷଜ୍ଞମାନଙ୍କର ଏକ କମିଟି ଗଠନ କରିଥିଲେ। କୃଷକ ସଂଗଠନଗୁଡ଼ିକ ଉକ୍ତ କମିଟିର ନିରପେକ୍ଷତାକୁ ନେଇ ସମାଲୋଚନା କରିଥିବାରୁ ସର୍ବୋଚ୍ଚ ଅଦାଲତ ସେମାନଙ୍କୁ ଭର୍ତ୍ସନା କରିଛନ୍ତିି। ଆଇନ ଉପରେ ନିଷ୍ପତ୍ତି ନେବାର କ୍ଷମତା କମିଟିର ନାହିଁ। ସେମାନେ ସବୁ ପକ୍ଷଙ୍କ ମତାମତ ଶୁଣି ରିପୋର୍ଟ ଦାଖଲ କରିବାକୁ କ୍ଷମତା ଦିଆଯାଇଛି। ଏଥିରେ ପକ୍ଷପାତର ପ୍ରଶ୍ନ ଉଠିଲା କେଉଁଠୁ ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।
କୃଷକ ସଂଗଠନ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଆଇନଜୀବୀ ଦୁଷ୍ୟନ୍ତ ଡାଭେ ଏବଂ ପ୍ରଶାନ୍ତ ଭୂଷଣ ଅଦାଲତଙ୍କୁ ଜଣାଇଥିଲେ, ଆନ୍ଦୋଳନରତ ଚାଷୀ ସଂଗଠନଗୁଡ଼ିକ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଆଗରେ ହାଜର ହେବେନାହିଁ। କମିଟି ସଦସ୍ୟଙ୍କ ମଧ୍ୟରୁ କେତେଜଣ ପୂର୍ବରୁ କୃଷି ଆଇନ ସପକ୍ଷରେ ମତ ଦେଇଥିବାରୁ ସେମାନଙ୍କ ନିରପେକ୍ଷତାକୁ ନେଇ ଚାଷୀମାନେ ସନ୍ଦେହ ପ୍ରକଟ କରୁଛନ୍ତି। ଏହି ବିବାଦ ପରେ କମିଟିରୁ ଭୂପିନ୍ଦର ସିଂ ମାନ୍‌ ଓହରିଯାଇଛନ୍ତି। ମଧ୍ୟସ୍ଥତା ପ୍ରକ୍ରିୟାରେ ଭାଗ ନ ନେବା ଲାଗି କୃଷକମାନଙ୍କ ନିଷ୍ପତ୍ତିକୁ ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ହାଲ୍‌କା ଭାବେ ନେଇଥିଲେ। ସେମାନେ କମିଟି ଆଗରେ ହାଜର ହେବେ କି ନାହିଁ, ତାହା ସେମାନଙ୍କ ନିଷ୍ପତ୍ତି। ତେବେ ବିଶେଷଜ୍ଞମାନଙ୍କ ପୂର୍ବ ମତାମତ ପାଇଁ ସେମାନଙ୍କୁ କୃଷକ ସଂଗଠନଗୁଡ଼ିକ ନିନ୍ଦା କରିପାରିବେ ନାହିଁ କି ଅଦାଲତ ଉପରେ କଳଙ୍କ ଲଗାଇପାରିବେ ନାହିଁ ବୋଲି ପ୍ରଧାନ ବିଚାରପତି ବୋବ୍‌ଡେ କହିଥିଲେ। ସେହିପରି କମିଟି ପୁନର୍ଗଠନ ଆବେଦନ ଉପରେ ଅଦାଲତ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ।

ଟ୍ରାକ୍ଟର ରାଲି: ପିଟିଶନ ପ୍ରତ୍ୟାହାର କଲା କେନ୍ଦ୍ର

ସାଧାରଣତନ୍ତ୍ର ଦିବସରେ ଚାଷୀମାନେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବାକୁ ଯାଉଥିବାବେଳେ ଏହାକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ ହୋଇଥିଲା। ତେବେ ରାଲି କରିବା ଚାଷୀମାନଙ୍କ ଅଧିକାର ବୋଲି ସୁପ୍ରିମକୋର୍ଟ ବୁଧବାର କହିବା ପରେ ସରକାର ତାଙ୍କ ପିଟିଶନ ପ୍ରତ୍ୟାହାର କରିନେଇଛନ୍ତି। ଦିଲ୍ଲୀରେ ପ୍ରସ୍ତାବିିତ ଟ୍ରାକ୍ଟର ରାଲିକୁ ନିୟନ୍ତ୍ରଣ କରିବା ଲାଗି ପୋଲିସ ହାତରେ କ୍ଷମତା ରହିଛି। ଏନେଇ ଅଦାଲତ ରାୟ ପ୍ରକାଶ କରିବା ଆବଶ୍ୟକ ନାହିଁ ବୋଲି ପ୍ରଧାନ ବିଚାରପତି ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ଟି-୨୦ ବିଶ୍ୱକପ: ହସରଙ୍ଗା ଓ ବ୍ରେସୱେଲ୍ ବାଦ୍, ଭାରତୀୟ ଶିବିରରେ ଚିନ୍ତାର କଲା ବାଦଲ

ମୁମ୍ବାଇ,୧୦।୨: ଚଳିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ରେ ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ଦଳକୁ ବଡ଼ ଝଟ୍‌କା ଲାଗିଛି। ଆହତ ସମସ୍ୟା କାରଣରୁ ଶ୍ରୀଲଙ୍କାର ୱାନିନ୍ଦୁ ହସରଙ୍ଗା ଏବଂ…

ଟି-୨୦ ବିଶ୍ୱକପ: ଭାରତ ବିପକ୍ଷ ମ୍ୟାଚ୍ ପାଇଁ ପାକିସ୍ତାନର ‘ୟୁ-ଟର୍ଣ୍ଣ’, ଆଇସିସି ଦେଲା ବଡ଼ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୦।୨: ଚାଲିଥିବା ଟି-୨୦ ବିଶ୍ୱକପରେ ଭାରତ ବିପକ୍ଷ ମ୍ୟାଚ୍‌କୁ ବର୍ଜନ କରିବାକୁ ଘୋଷଣା କରିଥିବା ପାକିସ୍ତାନ ଶେଷରେ ନିଜ ନିଷ୍ପତ୍ତି ବଦଳାଇଛି। ICC ପାକିସ୍ତାନ କ୍ରିକେଟ ବୋର୍ଡ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri