ବାଲିଯାତ୍ରା ପାଇଁ କଟକରେ ଗାଡ଼ି ଚଳାଚଳ ଉପରେ କଟକଣା, ଜାଣନ୍ତୁ କେଉଁଠି ପାର୍କିଂ ଗାଡ଼ି ?

ଭୁବନେଶ୍ୱର,୪।୧୧: ଆସନ୍ତା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ କଟକରେ ହେବାକୁ ଥିବା ଐତିହାସିକ ବାଲିଯାତ୍ରାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସହରରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ସାତ ଦିନିଆ ଏହି ଉତ୍ସବରେ ପ୍ରବଳ ଭିଡ଼ ଆଶଙ୍କା କରି ଶୃଙ୍ଖଳିତ ଯାତାୟାତ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଏହି କଟକଣା ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ଟାରୁ ଭିଡ଼ ନ କମିବା ପର୍ଯ୍ୟନ୍ତ ବଳବତ୍ତର ରହିବ। ପୋଲିସ କମିଶନର ଏସ୍. ଦେବ ଦତ୍ତ ସିଂହ ଓଡ଼ିଶା ସହରାଞ୍ଚଳ ପୋଲିସ୍ ଅଧିନିୟମ, ୨୦୦୩ର ଧାରା ୨୮ ଅନୁଯାୟୀ ଏହି କଟକଣା ଲଗାଇଛନ୍ତି।

ଭିଡ଼ ସମୟରେ କଟକ ସହର ଭିତରେ ଭାରି ଓ ବାଣିଜ୍ୟିକ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ତେବେ ଆମ୍ବୁଲାନ୍ସ, ଅଗ୍ନିଶମ ଓ ପୋଲିସ ଭଳି ଜରୁରୀକାଳୀନ ସେବା ଗାଡ଼ିକୁ ପ୍ରାଧାନ୍ୟ ଦିଆଯିବ।

ଭୁବନେଶ୍ୱର ପଟୁ ଆସୁଥିବା ଗାଡ଼ି:

ହାଲୁକା ଯାନ (Light Vehicles): ନନ୍ଦନକାନନ, ବାରଙ୍ଗ, ତ୍ରିଶୂଳିଆ ଦେଇ ନେତାଜୀ ସେତୁକୁ ଆସୁଥିବା ଗାଡ଼ିଗୁଡ଼ିକ ବେଲଭ୍ୟୁ ଛକ (ଜୁଡିସିଆଲ୍ ଏକାଡେମୀ)ରୁ ବାମକୁ ବୁଲି CDA-11 ଦେଇ ବିଜୁ ପଟ୍ଟନାୟକ ପାର୍କ ନିକଟରେ ପହଞ୍ଚିବେ। ସେମାନେ ଭୁଆସୁଣି ପଡ଼ିଆ କିମ୍ବା କୃଷକ ବଜାର ପଡ଼ିଆରେ ଗାଡ଼ି ପାର୍କିଂ କରି ସେଠାରୁ ଶଟଲ୍ ବସ୍ ଯୋଗେ ବାଲିଯାତ୍ରା ପଡ଼ିଆକୁ ଯାଇପାରିବେ।

ଆଠଗଡ଼ ଓ ବାଙ୍କୀ ପଟୁ ଆସୁଥିବା ଗାଡ଼ି: ନରାଜ ବ୍ରିଜ୍ ଓ ମଧୁସୂଦନ ସେତୁ ଦେଇ ଆସୁଥିବା ହାଲୁକା ଯାନଗୁଡ଼ିକ ଭୁଆସୁଣି ପଡ଼ିଆ, ଗୋରାକବର ପଡ଼ିଆ କିମ୍ବା କ୍ରିଷ୍ଟିଆନ୍ ପଡ଼ିଆରେ ପାର୍କିଂ କରିବେ ଏବଂ ଶଟଲ୍ ବସ୍ ସେବା ନେବେ।

ଦୁଇଚକିଆ ଯାନ: ସତୀଚଉରା ଛକ, ସେଲଟର୍ ଛକ ଓ କନିକା ଛକ ଦେଇ ଆସୁଥିବା ଦୁଇଚକିଆ ଗାଡ଼ିଗୁଡ଼ିକ ଦୟାଶ୍ରମ ପାର୍କିଂ ପଡ଼ିଆ କିମ୍ବା ଉପର ବାଲିଯାତ୍ରା ପଡ଼ିଆ (ଜୋନ୍-I ଓ II)ରେ ପାର୍କ କରିପାରିବେ।

୪ ଚକିଆ ଓ ୩ ଚକିଆ ଯାନ: ଚାନ୍ଦି ଛକରୁ କେମ୍ବ୍ରିଜ୍ ସ୍କୁଲ୍ ଦେଇ ବାଲିଯାତ୍ରା ପଡ଼ିଆକୁ ଯିବାକୁ ଅନୁମତି ଦିଆଯିବ ନାହିଁ। ଏହି ଗାଡ଼ିଗୁଡ଼ିକ କନିକା ଛକ ଓ ବିଜୁ ପଟ୍ଟନାୟକ ଛକ ଦେଇ ଯାଇ କ୍ରିଷ୍ଟିଆନ୍ ପଡ଼ିଆ କିମ୍ବା ଗୋରାକବର ପାର୍କିଂ ଗ୍ରାଉଣ୍ଡରେ ପାର୍କ କରିବେ।

କେବଳ ଦୁଇଚକିଆ ଯାନ ଚାନ୍ଦି ଛକ ଦେଇ କେମ୍ବ୍ରିଜ୍ ସ୍କୁଲ୍ ପଟକୁ ଯାଇ PHD ଅଫିସ୍ ଛକରୁ ବାମକୁ ବୁଲି ଦୟାଶ୍ରମ/ଉପର ବାଲିଯାତ୍ରା ପାର୍କିଂରେ ପାର୍କ କରିବେ।

ଜୋବ୍ରା/ମତାମଠ ପଟୁ ଆସୁଥିବା ଗାଡ଼ି: ଏହି ପଟୁ ଆସୁଥିବା ଗାଡ଼ିଗୁଡ଼ିକୁ ମୁଖ୍ୟ ବିଚାରପତିଙ୍କ ବାସଭବନର ବିପରୀତ ପାର୍ଶ୍ୱରେ ଥିବା ବ୍ଲକିଂ ପଏଣ୍ଟ ପର୍ଯ୍ୟନ୍ତ ଯିବାକୁ ଅନୁମତି ମିଳିବ ଏବଂ ସେମାନେ ବାଲିଯାତ୍ରା ପଡ଼ିଆ ଭିତରେ ଥିବା ପାର୍କିଂ ୧, ୨, ୩, ୪ ରେ ଗାଡ଼ି ରଖିବେ।

ବାହାରିବା ବାଟ: କୌଣସି ଗାଡ଼ି ରିଙ୍ଗ ରୋଡ୍ ଦେଇ ଗଡ଼ଗଡ଼ିଆ ମନ୍ଦିର ପଟକୁ ଯାଇପାରିବେ ନାହିଁ। ସମସ୍ତ ଗାଡ଼ି ସିଲଭର୍ ସିଟି ବୋଟିଂ କ୍ଲବ ମୁଖ୍ୟ ଫାଟକ ଦେଇ ରିଙ୍ଗ ରୋଡ୍ ରାସ୍ତାରେ ମତାମଠ/ଜୋବ୍ରା ଛକ ଦେଇ ବାହାରିବେ।

ପ୍ରଶାସନ ପକ୍ଷରୁ ଭୁଆସୁଣି ପାର୍କିଂରୁ କ୍ୟାଣ୍ଟନମେଣ୍ଟ ଥାନା ପର୍ଯ୍ୟନ୍ତ ଶଟଲ୍ ବସ୍ ସେବା ଯୋଗାଇ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ଆର୍ଯ୍ୟପଲ୍ଲୀରେ ପୁଣି କୂଳ ଲଙ୍ଘିଲା ସମୁଦ୍ର: ଲୀନ ହେଲା ଗ୍ରାମ ରାସ୍ତା-ମନ୍ଦିର, ସ୍ଥାୟୀ ପ୍ରତିକାର ଦାବିରେ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିବାରେ ଲାଗିଥିବାବେଳେ ସ୍ଥାନୀୟ…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ରାସ୍ତାରେ ଖୁଚୁରା ଟଙ୍କା ପକାଇ ମୁହୂର୍ତ୍ତକ ଭିତରେ ନେଇଗଲେ ୫ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ

ଗଜପତି,(ଗିରିଧାରୀ ପରିଛା) ୧।୮: ଦିନଦ୍ୱିପ୍ରହରରେ ବ୍ୟାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଲୁଟ୍। ରାସ୍ତାରେ ଖୁଚୁରା ଟଙ୍କା ପକାଇ ଧ୍ୟାନ ଭୁଲାଇଦେଲେ, ଆଉ ମୁହୂର୍ତ୍ତକ ଭିତରେ ୫ ଲକ୍ଷ…

୪୦ ଫୁଟ ତଳକୁ ଖସିଲା ବାଇକ୍; ଜଣେ ମୃତ, ଜଣେ ଗୁରୁତର

ଗୁଣୁପୁର, ୧/୮ (ସଂକେତ ପାତ୍ର): ରାୟଗଡ଼ା ଜିଲା ପୁଟାସିଂ ଥାନା ଅନ୍ତର୍ଗତ ଆରାଡୁଲ ଘାଟିରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଭାରସାମ୍ୟ…

ମା’ ପାଇଁ ଭକ୍ତଙ୍କ ଉପହାର :ମନ୍ଦିରକୁ ୨ ଲକ୍ଷ ୫୪ ହଜାର ଟଙ୍କା ସହ…

ଛତ୍ରପୁର, ୧।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଛତ୍ରପୁର ସହରର ଆରାଧ୍ୟ ଦେବୀ ମା’ ରାମାୟଣାମ୍ମା ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମନ୍ଦିର ପରିଚାଳନା କମିଟି ଓ ବହୁ…

odisha flood: ମହାନଦୀ ବନ୍ୟାକୁ ନେଇ ଆସିଲା ବଡ଼ ଅପଡେଟ୍‌, ସର୍ବୋଚ୍ଚ ଯନ୍ତ୍ରୀ କହିଲେ…

ଭୁବନେଶ୍ୱର,୧।୮: ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ବନ୍ୟା ଆଶଙ୍କା ନାହିଁ ବୋଲି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ଶନିବାର ଗଣମାଧ୍ୟମକୁ…

ପର ଘରେ ରୋଷେଇ କରିବାକୁ ଯାଇ ପଡ଼ିଲା ଲୋଲୁପ ଦୃଷ୍ଟି: ବ୍ଲାକମେଲରେ ଅତିଷ୍ଠ ହୋଇ ନାବାଳିକା କରିଦେଲେ ଏମିତି କାଣ୍ଡ

ପୁରୁଷୋତ୍ତମପୁର, ୧।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଗଡ଼ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଧମକ ଓ ବ୍ଲାକମେଲରେ ଅତିଷ୍ଠ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri