ସୂର୍ଯ୍ୟକିରଣ ଶୋ’ ପାଇଁ ସ୍ଥିତି ପରଖିଲେ କମିଶନର, ଡିସିପି

ଭୁବନେଶ୍ୱର,୧୩ା୯(ବ୍ୟୁରୋ):ଆସନ୍ତା ୧୬ ତାରିଖରେ କୁଆଖାଇ ନଦୀକୂଳ ଜରିପାଟଣା ନିକଟସ୍ଥ ବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ସୂର୍ଯ୍ୟକିରଣ ଶୋ’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ସୋମବାର ଗ୍ରାଉଣ୍ଡରେ ପୋଲିସ କମିଶନର ଏବଂ ଡିସିପି ସ୍ଥିତି ପରଖିଛନ୍ତି। ପ୍ରଦର୍ଶନୀ ସମୟରେ ସୁରକ୍ଷା ଏବଂ ଟ୍ରାଫିକ୍‌ ବ୍ୟବସ୍ଥା କିପରି ହେବ ସେନେଇ ପ୍ରସ୍ତୁତି ମଧ୍ୟ ଚାଲିଛି।
ଆଜାଦୀ କା ଅମୃତ ମହୋତ୍ସବ ଉପଲକ୍ଷେ ଆୟୋଜିତ ହେବାକୁ ଥିବା ବାୟୁସେନାର ସୂର୍ଯ୍ୟକିରଣ ଏୟାର ଶୋ’ ପାଇଁ ଏନ୍‌-୩୨ ବିମାନରେ ଇଣ୍ଡକ୍ସନ ଟିମ୍‌ ଭୁବନେଶ୍ୱର ଆସିଥିବାବେଳେ ୧୩ ତାରିଖରେ ୧୧ଟି ହକ୍‌ ବିମାନ ଆସିବ। ଏଥିରେ ୯ଟି ହକ୍‌ ବିମାନ ଅଂଶଗ୍ରହଣ କରିବ ଓ ୨ଟି ଷ୍ଟାଣ୍ଡବାଇ ରହିବ।
ଦର୍ଶକ ୪୫ ମିନିଟ୍‌ର ଏହି ଚିତ୍ତାକର୍ଷକ ଶୋ’ ଦେଖିବେ। ପାଣିପାଗକୁ ଦୃଷ୍ଟିରେ ରଖି ଯେକୌଣସି ଗୋଟିଏ ସମୟରେ ଏହି ଶୋ’ କରାଯିବ। ୪୫ ମିନିଟ୍‌ର ଏହି ଶୋ’ ପାଇଁ ପୂର୍ବାହ୍ନ ୧୦ରୁ ୧୧ଟା ଏବଂ ଅପରାହ୍ନ ୪ଟା ୧୫ରୁ ୫ଟା ୧୫ ସମୟ ଧାର୍ଯ୍ୟ କରାଯାଇଛି। ଏୟାର ଶୋ’ରେ ୮୦ରୁ ୯୦ ଜଣ ସଦସ୍ୟ ସାମିଲ ହେବେ। ଏଥିପାଇଁ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର ଅନୁମତି ଦେବ। ଏହି ଶୋ’ ଦେଖିବା ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଯିବାର କାର୍ଯ୍ୟକ୍ରମ ରହିଛି।
ହାଇଟେକ୍‌ ଛକରୁ ଜରିପାଟଣା ରାସ୍ତାରେ କିଭଳି ଜାମ୍‌ ନ ହେବ ସେନେଇ ଟ୍ରାଫିକ୍‌ ପୋଲିସ ନଜର ରଖିବ। କୁଆଖାଇ ନଦୀପଠା ଓ ଅପର ପଟ ସୁରକ୍ଷା ଲାଗି ପୋଲିସ କର୍ମଚାରୀ ମୁତୟନ ହେବେ। ସେହିଭଳି ପୂର୍ତ୍ତ ବିଭାଗ ମାଟି ପକାଇ ସମତୁଲ କରିବା ସହ ପ୍ରସ୍ତୁତି ଜାରି ରଖିଛି। ଏୟାର ଶୋ’ ପାଇଁ ୧୫ ତାରିଖରେ ହେବ ଅଭ୍ୟାସ। ଭୁବନେଶ୍ବରରେ ଏପରି ଶୋ’ ହେଉଥିବାରୁ ଜରିପାଟଣା ଅଞ୍ଚଳ ଲୋକଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ଆସନ୍ତା ୧୮ ତାରିଖରେ ପୁରୀ ବେଳାଭୂମିରେ ଏହି ଶୋ’ ହେବ। ଭୁବନେଶ୍ବର, ପୁରୀ ପରେ ଆସାମର ଗୁଆହାଟୀରେ ମଧ୍ୟ ଏହି ଶୋ’ ଆୟୋଜନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri