ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ ଶସ୍ତା ହେଲା…

ନୂଆଦିଲ୍ଲୀ,୧।୫ : ମେ’ ୧ରେ ଶ୍ରମିକ ଦିବସରେ ସରକାର ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ଫଳରେ ଅନେକ ସହରରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଦଳି ଯାଇଛି। ତେବେ କେବଳ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ବର୍ତ୍ତମାନ ୧୪.୨ କିଲୋଗ୍ରାମ ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୭୧.୫୦ ଟଙ୍କା ହ୍ରାସ କରାଯାଇଛି।

ଦିଲ୍ଲୀରେ ବାଣିଜି୍ୟକ ଏଲପିଜି ସିଲିଣ୍ଡର ଦାମ ୧୮୫୬.୫୦ ଟଙ୍କା ହୋଇଛି। ଏହାର ଦାମ କୋଲକାତାରେ ୧୯୬୦.୫୦ ଟଙ୍କା, ମୁମ୍ବାଇରେ ୧୮୦୮.୫୦ଟଙ୍କା ଏବଂ ଚେନ୍ନାଇରେ ୨୦୨୧.୫୦ ଟଙ୍କା ରହିଛି। ତୈଳ କମ୍ପାନୀଗୁଡିକ ସେମାନଙ୍କର ୱେବସାଇଟରେ ନୂତନ ଦାମକୁ ଅପଡେଟ କରିଛନ୍ତି ।

ପ୍ରତ୍ୟେକ ମାସର ପହିଲାରେ ସରକାରୀ ତୈଳ ମାର୍କେଟିଂ କମ୍ପାନୀ ଗ୍ୟାସର ମୂଲ୍ୟ ସଂଶୋଧନ କରନ୍ତି। ଏପ୍ରିଲ ୧ରେ ମଧ୍ୟ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ହ୍ରାସ କରାଯାଇଥିଲା। ମାର୍ଚ୍ଚରେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଥିଲା

Share