କମାଣ୍ଡାଣ୍ଟ ଫାଗୁରାମଙ୍କ ଦେହାନ୍ତ: ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ୍ୟ

ରାଇରଙ୍ଗପୁର,୧୪।୩(ଡି.ଏନ.ଏ)-ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଥାନା ଅଧୀନ ସାନପାଖଣା ଗ୍ରାମର ସଶସ୍ତ୍ର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ଡା. ଫାଗୁରାମ ମାରାଣ୍ଡି(୫୪)ଙ୍କ ଶୁକ୍ରବାର ହୃଦ୍‌ରୋଗରେ ମୃତ୍ୟୁ ଘଟିଛି। ଆସାମ ରାଜ୍ୟର ରଙ୍ଗିଆ ଅଞ୍ଚଳରେ କାର୍ଯ୍ୟରତ ଥିଲେ। ଶନିବାର ତାଙ୍କ ମରଶରୀର ସେନାବାହିନୀ ପକ୍ଷରୁ ଏକ ସ୍ବତନ୍ତ୍ର ସୁସଜ୍ଜିତ ଗାଡ଼ିରେ ରାଇରଙ୍ଗପୁର ଥାନା ପରିସରକୁ ଅଣାଯାଇଥିଲା। ଏହାପରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରେ ତାଙ୍କ ବାସଗୃହରେ ସ୍ତ୍ରୀ ଓ ଦୁଇପୁଅଙ୍କ ସମେତ ସମ୍ପର୍କୀୟମାନେ ଶେଷ ଦର୍ଶନ କରିଥିଲେ। ଶେଷରେ ନିଜ ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉପଜିଲାପାଳ ଧର୍ମାନନ୍ଦ ବେହେରା, ତହସିଲଦାର ଯୋଗ ରଞ୍ଜନ ନାୟକ, ରାଇରଙ୍ଗପୁର ସର୍କଲ ଏସ୍‌ଡିପିଓ ଗାୟତ୍ରୀ ପ୍ରଧାନ, ଟାଉନ ଥାନାଧିକାରୀ ରେଣୁବାଳା ସାହୁଙ୍କ ସମେତ ବିଭିନ୍ନ ପଦାଧିକାରୀ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଫଟୋ-