ଟ୍ରେନ୍‌ ଦୁର୍ଘଟଣାରେ ଚାଲିଗଲେ ହାସ୍ୟ ଅଭିନେତା ଗୁଡୁଙ୍କ ମା’

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ଗୁରୁବାର ଏକ ଟ୍ରେନ୍‌ ଦୁର୍ଘଟଣାରେ ହାସ୍ୟ ଅଭିନେତା ଗୁଡୁଙ୍କ ମା’ଙ୍କର ଦେହାନ୍ତ ହୋଇଛି। ଯାଜପୁର ଜିଲା ଯଖପୁରା ରେଳ ଷ୍ଟେଶନରେ ଟ୍ରେନ୍‌ ଚଢୁଥିବା ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା। ଫଳରେ ସେ ଟ୍ରେନ୍‌ ଲାଇନ୍‌ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଦାନଗଦୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି।

ସୂଚନାଯୋଗ୍ୟ, କିଛିଦିନ ତଳେ ଗୁଡୁଙ୍କର ବିବାହ ହୋଇଥିଲା। ଭୋଜି ପାଇଁ ମା-ଝିଅ କେନ୍ଦୁଝର ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା କୁହାଯାଉଛି।