‘ଆସିବେ ନା ତାଲିକାରେ ରହିଯିବେ’

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ସମୟ ଶେଷ ହୋଇଯାଇଥିବାବେଳେ ପ୍ରଚାର ଲାଗି ସବୁ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ଗୁରୁବାର କଂଗ୍ରେସ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି। ଅପରପକ୍ଷରେ ଭାଜପା ଏବଂ ବିଜେଡି ପକ୍ଷରୁ ଶନିବାର ସୁଦ୍ଧା ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। କଂଗ୍ରେସ ଏହାର
ଷ୍ଟାର କ୍ୟାମ୍ପେନର ତାଲିକାରେ ବହୁ ରାଜ୍ୟ ବାହାର ନେତାଙ୍କ ନାଁ ରଖିଥିବାରୁ ସେମାନେ ସତରେ ଆସିବେ ନା କେବଳ ତାଲିକାରେ ରହିଯିବେ ତା ଉପରେ ଏବେ ସମସ୍ତଙ୍କ ନଜର। କାରଣ ପୂର୍ବରୁ ବାଲେଶ୍ୱର, ତିର୍ତ୍ତୋଲ
ଏବଂ ପିପିଲି ଉପନିର୍ବାଚନ ସମୟରେ ଭାଜପା ପକ୍ଷରୁ ଅନେକ କେନ୍ଦ୍ର ନେତାମାନଙ୍କ ନାମ ଷ୍ଟାର ପ୍ରଚାର ତାଲିକାରେ ରଖାଯାଇଥିଲା। ହେଲେ ସେମାନେ କେହି ଆସି ନ ଥିଲେ। ତେଣୁ ଏବେ ଉଭୟ ଜାତୀୟ ଦଳର ଷ୍ଟାର କ୍ୟାମ୍ପେନର ତାଲିକାରେ ଥିବା କେନ୍ଦ୍ରୀୟ ନେତାଙ୍କ ପ୍ରଚାରକୁ ଦଳୀୟ କର୍ମୀମାନେ ଅପେକ୍ଷା କରିଥିବା ଆଲୋଚନା ହେଉଛି। ଅପରପକ୍ଷରେ ବିଜେଡି ବିଭିନ୍ନ ନେତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରି ଭଲ ସଫଳତା ହାସଲ କରିବା ଦିଗରେ ଉଦ୍ୟମ ଚଳାଇଛି।
ତେବେ କଂଗ୍ରେସ ଷ୍ଟାର କ୍ୟାମ୍ପେନର ତାଲିକାରେ ଛତିଶଗଡ଼ର ବହୁ ନେତାଙ୍କୁ ସାମିଲ କରାଯାଇଛି। ତାଲିକାରେ ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲା କୁମାର, ରୁଦ୍ର ରାଜୁ, ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ସି.ଏସ୍‌. ରାଜନ ଏକ୍କା, ସୁରେଶ କୁମାର ରାଉତରାୟ, ଶରତ ପଟ୍ଟନାୟକ, ଯଜ୍ଞେଶ୍ୱର ବାବୁ, ଜୟଦେବ ଜେନା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଛତିଶଗଡ଼ ସ୍ବାସ୍ଥ୍ୟମନ୍ତ୍ରୀ ଟି.ଏସ୍‌. ସିଂଦେଓ, ଭକ୍ତ ଦାସ, ଉମେଶ ପଟେଲ, ସପ୍ତଗିରି ଉଲାକା,କହ୍ନେୟା କୁମାର, ଜିଗନେଶ ମଓ୍ବାନୀ, ମହମ୍ମଦ ମୋକିମ, ପ୍ରକାଶ ନାଏକ, ଜଗନ୍ନାଥ ପଟ୍ଟନାୟକ, ଅମରଜିତ ଭଗତ, ରାଜକିଶୋର ଷଡ଼ଙ୍ଗୀ, କଓ୍ବାଶି ଲକ୍ଷମା, ମୋହନ ମକ୍ରମ, ଚିରଞ୍ଜୀବ ବିଶ୍ୱାଳ, ଶରତ ରାଉତ, ରାଗିଣୀ ନାଏକ, ଗଣେଶ୍ୱର ବେହେରା, ପଞ୍ଚାନନ କାନୁନ୍‌ଗୋ, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡ଼ା, ହମିଦ ହୁସେନ, ସ୍ମୃତିରଞ୍ଜନ ଲେଙ୍କା, ୟାସିର ନଓ୍ବାଜ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ରାମଚନ୍ଦ୍ର ଖୁଣ୍ଟିଆ ଏବଂ ଦେବାଶିଷ ପଟ୍ଟନାୟକଙ୍କ ନାଁ ଏହି ତାଲିକାରେ ରହିଛି।
ଅନ୍ୟପଟେ ଭାଜପାର ଏକ କୋର୍‌ କମିଟି ବୈଠକ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଦଳ ଏଥିରେ ଗତ ପଞ୍ଚାୟତ ଓ ପୌର ନିର୍ବାଚନର ଖରାପ ପ୍ରଦର୍ଶନ ଏବଂ ଆସନ୍ତା ଉପନିର୍ବାଚନ ପ୍ରସ୍ତୁତି ଆଲୋଚନା କରିବ। ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ଆସୁ ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri