‘ଆସିବେ ନା ତାଲିକାରେ ରହିଯିବେ’

ଭୁବନେଶ୍ୱର,୧୩ା୫(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲର ସମୟ ଶେଷ ହୋଇଯାଇଥିବାବେଳେ ପ୍ରଚାର ଲାଗି ସବୁ ଦଳର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ଗୁରୁବାର କଂଗ୍ରେସ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି। ଅପରପକ୍ଷରେ ଭାଜପା ଏବଂ ବିଜେଡି ପକ୍ଷରୁ ଶନିବାର ସୁଦ୍ଧା ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। କଂଗ୍ରେସ ଏହାର
ଷ୍ଟାର କ୍ୟାମ୍ପେନର ତାଲିକାରେ ବହୁ ରାଜ୍ୟ ବାହାର ନେତାଙ୍କ ନାଁ ରଖିଥିବାରୁ ସେମାନେ ସତରେ ଆସିବେ ନା କେବଳ ତାଲିକାରେ ରହିଯିବେ ତା ଉପରେ ଏବେ ସମସ୍ତଙ୍କ ନଜର। କାରଣ ପୂର୍ବରୁ ବାଲେଶ୍ୱର, ତିର୍ତ୍ତୋଲ
ଏବଂ ପିପିଲି ଉପନିର୍ବାଚନ ସମୟରେ ଭାଜପା ପକ୍ଷରୁ ଅନେକ କେନ୍ଦ୍ର ନେତାମାନଙ୍କ ନାମ ଷ୍ଟାର ପ୍ରଚାର ତାଲିକାରେ ରଖାଯାଇଥିଲା। ହେଲେ ସେମାନେ କେହି ଆସି ନ ଥିଲେ। ତେଣୁ ଏବେ ଉଭୟ ଜାତୀୟ ଦଳର ଷ୍ଟାର କ୍ୟାମ୍ପେନର ତାଲିକାରେ ଥିବା କେନ୍ଦ୍ରୀୟ ନେତାଙ୍କ ପ୍ରଚାରକୁ ଦଳୀୟ କର୍ମୀମାନେ ଅପେକ୍ଷା କରିଥିବା ଆଲୋଚନା ହେଉଛି। ଅପରପକ୍ଷରେ ବିଜେଡି ବିଭିନ୍ନ ନେତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରି ଭଲ ସଫଳତା ହାସଲ କରିବା ଦିଗରେ ଉଦ୍ୟମ ଚଳାଇଛି।
ତେବେ କଂଗ୍ରେସ ଷ୍ଟାର କ୍ୟାମ୍ପେନର ତାଲିକାରେ ଛତିଶଗଡ଼ର ବହୁ ନେତାଙ୍କୁ ସାମିଲ କରାଯାଇଛି। ତାଲିକାରେ ଓଡ଼ିଶା ପ୍ରଭାରୀ ଏ. ଚେଲ୍ଲା କୁମାର, ରୁଦ୍ର ରାଜୁ, ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ସି.ଏସ୍‌. ରାଜନ ଏକ୍କା, ସୁରେଶ କୁମାର ରାଉତରାୟ, ଶରତ ପଟ୍ଟନାୟକ, ଯଜ୍ଞେଶ୍ୱର ବାବୁ, ଜୟଦେବ ଜେନା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ଛତିଶଗଡ଼ ସ୍ବାସ୍ଥ୍ୟମନ୍ତ୍ରୀ ଟି.ଏସ୍‌. ସିଂଦେଓ, ଭକ୍ତ ଦାସ, ଉମେଶ ପଟେଲ, ସପ୍ତଗିରି ଉଲାକା,କହ୍ନେୟା କୁମାର, ଜିଗନେଶ ମଓ୍ବାନୀ, ମହମ୍ମଦ ମୋକିମ, ପ୍ରକାଶ ନାଏକ, ଜଗନ୍ନାଥ ପଟ୍ଟନାୟକ, ଅମରଜିତ ଭଗତ, ରାଜକିଶୋର ଷଡ଼ଙ୍ଗୀ, କଓ୍ବାଶି ଲକ୍ଷମା, ମୋହନ ମକ୍ରମ, ଚିରଞ୍ଜୀବ ବିଶ୍ୱାଳ, ଶରତ ରାଉତ, ରାଗିଣୀ ନାଏକ, ଗଣେଶ୍ୱର ବେହେରା, ପଞ୍ଚାନନ କାନୁନ୍‌ଗୋ, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡ଼ା, ହମିଦ ହୁସେନ, ସ୍ମୃତିରଞ୍ଜନ ଲେଙ୍କା, ୟାସିର ନଓ୍ବାଜ, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ରାମଚନ୍ଦ୍ର ଖୁଣ୍ଟିଆ ଏବଂ ଦେବାଶିଷ ପଟ୍ଟନାୟକଙ୍କ ନାଁ ଏହି ତାଲିକାରେ ରହିଛି।
ଅନ୍ୟପଟେ ଭାଜପାର ଏକ କୋର୍‌ କମିଟି ବୈଠକ ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଦଳ ଏଥିରେ ଗତ ପଞ୍ଚାୟତ ଓ ପୌର ନିର୍ବାଚନର ଖରାପ ପ୍ରଦର୍ଶନ ଏବଂ ଆସନ୍ତା ଉପନିର୍ବାଚନ ପ୍ରସ୍ତୁତି ଆଲୋଚନା କରିବ। ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ଆସୁ ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri