ଟିକା ନେବାକୁ ଆସି କଲବଲ

ଭୁବନ, ୨୪।୪(ଡି.ଏନ.ଏ.) କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି କଡ଼ା ନିର୍ଦ୍ଦେଶ। ଟିକା ଯେପରି ନଷ୍ଟ ନ ହେବ ଏବଂ ହିତାଧିକାରୀମାନେ ଟିକା ପାଇପାରିବେ ସେଥିଲାଗି ସ୍ବତନ୍ତ୍ର ଗୁରୁତ୍ୱ ଦେବାକୁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କୁହାଯାଇଛି। ଏଥିସହ ଟିକାନେବାକୁ ଆସୁଥିବା ବରିଷ୍ଠ ନାଗରିକଙ୍କ ଲାଗି ବିଶ୍ରାମକକ୍ଷ, ପାନୀୟଜଳ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ହେଲେ ଅନେକ ଟିକାକରଣ କେନ୍ଦ୍ରରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ପାଳନ ହେଉନାହିଁ। ଫଳରେ ଟାଣଖରାରେ ହିତାଧିକାରୀମାନେ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି। ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଟିକାକରଣ ବେଳେ ଏଭଳି ଅବ୍ୟବସ୍ଥା ଦେଖାଦେଇଥିଲା, ଯାହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଉପରେ ଅସନ୍ତୋଷ ଝାଡ଼ିଥିଲେ ବହୁ ବରିଷ୍ଠ ନାଗରିକ।
ସୂଚନାଯୋଗ୍ୟ, ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪୫ରୁ ବର୍ଷରୁ ଊର୍ଦ୍ଧ୍ୱ ୨୦୦ଜଣଙ୍କୁ ଦୈନିକ ଟିକା ପ୍ରଦାନ କରିବାକୁ ସରକାରୀ ନିର୍ଦ୍ଦେଶ ରହିଛି। ଗୁରୁବାର ୧୬୦ ଜଣଙ୍କ ଟିକାକରଣ କରାଯାଇଥିବାବେଳେ ୪୦ ଟିକା ବଳିପଡ଼ିଥିଲା। ତେବେ ଶୁକ୍ରବାର ନିର୍ଦ୍ଧାରିତ ସଂଖ୍ୟାଠାରୁ ଦୁଇଗୁଣା ଅର୍ଥାତ୍‌ ୪୦୦ରୁ ଊର୍ଦ୍ଧ୍ୱ ଟିକା ନେବା ଲାଗି ଆସିଥିଲେ, ଯାହାକୁ ନେଇ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ଯାଏ ଧାଡ଼ିବାନ୍ଧି ଅପେକ୍ଷା କରିବା ସତ୍ତ୍ୱେ ଅନେକଙ୍କ କ୍ରମିକ ସଂଖ୍ୟା ଆସି ନ ଥିଲା। ଟିକାପ୍ରଦାନରେ ଅହେତୁକ ବିଳମ୍ବ ମଧ୍ୟ ହୋଇଥିଲା। ଏପରି ଅବ୍ୟବସ୍ଥାକୁ ନେଇ ତାତିଥିଲେ ବରିଷ୍ଠ ନାଗରିକ। ସେମାନେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଏବଂ କର୍ମଚାରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ପରେ ବାଧ୍ୟ ହୋଇ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା।
ଏ ସଂକ୍ରାନ୍ତରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ରମେଶ ଚନ୍ଦ୍ର ସାହୁ କୁହନ୍ତି, ଭୁବନ ଡାକ୍ତରଖାନାକୁ ଦୈନିକ ୨୦୦ ଟିକା ଆସୁଛି। ପୂର୍ବରୁ ଏତେସଂଖ୍ୟକ ଲୋକ ଆସୁ ନ ଥିଲେ। ଶୁକ୍ରବାର ହଠାତ୍‌ ୪୦୦ରୁ ଊଦ୍ଧର୍‌ବ ଲୋକ ପହଞ୍ଚତ୍ ପାଟିତୁଣ୍ଡ କରିଥିଲେ। ଅପରପକ୍ଷେ ଶୁକ୍ରବାର ଭାକ୍ସିନ ଆସିପାରି ନ ଥିବାରୁ ଟିକାକରଣ ସମ୍ଭବ ହୋଇପାରି ନ ଥିଲା। ଲୋକମାନଙ୍କୁ ବୁଝାଶୁଝା କରିବା ସତ୍ତ୍ୱେ ସେମାନେ ଶୁଣି ନ ଥିଲେ। ତେଣୁ ବାଧ୍ୟ ହୋଇ ପୋଲିସର ସହାୟତା ନେବାକୁ ପଡ଼ିଲା। ଜିଲା ମୁଖ୍ୟ ଚିକିତ୍ସାଳୟରୁ ଦୈନିକ ଯେତିକି ଭ୍ୟାକ୍ସିନ ଯୋଗାଣ ହେବ ତଦନୁଯାୟୀ ଲୋକଙ୍କୁ ଟିକା ଦିଆବୋଲି ସେ ସୂଚନା ଦେଇଛନ୍ତି।
ଗାଇଡ୍‌ଲାଇନ ପାଳନ ହେଉନି
ବାରମ୍ବାର ଟିକା ନେବାକୁ ଆସି ନିରାଶରେ ଫେରିବାକୁ ପଡୁଛି। ଟିକାକରଣରେ ଗାଇଡ୍‌ଲାଇନ୍‌ ରହିଛି। ଏହାକୁ ପାଳନ କରାଯାଉନାହିଁ। ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଲେ ଏହାର ସମାଧାନ ହୋଇପାରନ୍ତା।
-ହୃଷୀକେଶ ସାହୁ, ବରିଷ୍ଠ ନାଗରିକ

ଖରାରେ ଅପେକ୍ଷା କରିବା ବାଧୁଛି
କରୋନା ସମୟରେ ଟିକା ନେବାକୁ ଆସି ଘଣ୍ଟା ଘଣ୍ଟା ଟାଣଖରାରେ ଛିଡ଼ାହେବା ବାଧୁଛି। ହିତାଧିକାରୀଙ୍କ ଅପେକ୍ଷା କରିବା ଲାଗି ସ୍ବତନ୍ତ୍ର କକ୍ଷର ବ୍ୟବସ୍ଥା କରାଯାଉନାହିଁ। ନିୟମ କଡ଼ାକଡ଼ି କରାଗଲେ ସବୁ ଆଶାୟୀ ସୁବିଧାରେ ଟିକା ନେଇପାରନ୍ତେ।
-ଜଳଧର ତ୍ରିପାଠୀ, ବରିଷ୍ଠ ନାଗରିକ

ଟିକାକରଣ କେନ୍ଦ୍ରରେ କୌଣସି ସୁବିଧା ନାହିଁ
ଟିକା ନେବା ସମୟରେ ବରିଷ୍ଠ ନାଗରିକମାନେ ଯେପରି ସମସ୍ୟାରେ ନ ପଡ଼ନ୍ତି, ସେଥିଲାଗି ଦୃଷ୍ଟି ଦେବାକୁ ସରକାର କହୁଛନ୍ତି। ହେଲେ ବୟସ୍କମାନେ ଡହଡ଼ହ ଖରାରେ ଧାଡ଼ିବାନ୍ଧି ଛିଡ଼ା ହେବା ଯନ୍ତ୍ରଣା ଦେଉଛି। ପ୍ରଶାସନ ପକ୍ଷରୁ ଛାଇ ସାଙ୍ଗକୁ ପାନୀୟ ଜଳ ବ୍ୟବସ୍ଥା କରାଗଲେ ବହୁ ବରିଷ୍ଠ ନାଗରିକ ଉପକୃତ ହୋଇପାରନ୍ତେ।
-ରୁକ୍ମିଣୀ ବେହେରା, ବରିଷ୍ଠ ନାଗରିକ

ବୃତ୍ତଚିହ୍ନରେ ଚପଲ, ଗଛତଳେ ମଣିଷ
ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଟିକାକରଣ ଚାଲିଥିବାବେଳେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସାମାଜିକ ଦୂରତ୍ୱ ନିୟମ ଲାଗି କରାଯାଇଥିବା ବୃତ୍ତଚିହ୍ନରେ ରଖାଯାଇଥିଲା ଚପଲ, ଖବରକାଗଜ, ପଥର ସହିତ ହେଲମେଟ୍‌। ଗ୍ରୀଷ୍ମଝାଞ୍ଜି ସହି ନ ପାରି ବୟସ୍କମାନେ ବୃତ୍ତ ଅଙ୍କିତ ଚିହ୍ନରେ ଏସବୁ ସାମଗ୍ରୀ ରଖି ଗଛ ଛାଇରେ କ୍ରମିକ ସଂଖ୍ୟା ଆସିବା ଯାଏ ଅପେକ୍ଷା କରିରହିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଟିକାନେବାକୁ ଆସୁଥିବା ଲୋକଙ୍କ ଲାଗି ବିଶ୍ରାମକକ୍ଷ ବ୍ୟବସ୍ଥା କରାଯାଇନାହିଁ। ଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri