ଟିକା ନେବାକୁ ଆସି କଲବଲ

ଭୁବନ, ୨୪।୪(ଡି.ଏନ.ଏ.) କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି କଡ଼ା ନିର୍ଦ୍ଦେଶ। ଟିକା ଯେପରି ନଷ୍ଟ ନ ହେବ ଏବଂ ହିତାଧିକାରୀମାନେ ଟିକା ପାଇପାରିବେ ସେଥିଲାଗି ସ୍ବତନ୍ତ୍ର ଗୁରୁତ୍ୱ ଦେବାକୁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କୁହାଯାଇଛି। ଏଥିସହ ଟିକାନେବାକୁ ଆସୁଥିବା ବରିଷ୍ଠ ନାଗରିକଙ୍କ ଲାଗି ବିଶ୍ରାମକକ୍ଷ, ପାନୀୟଜଳ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ହେଲେ ଅନେକ ଟିକାକରଣ କେନ୍ଦ୍ରରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ପାଳନ ହେଉନାହିଁ। ଫଳରେ ଟାଣଖରାରେ ହିତାଧିକାରୀମାନେ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି। ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଟିକାକରଣ ବେଳେ ଏଭଳି ଅବ୍ୟବସ୍ଥା ଦେଖାଦେଇଥିଲା, ଯାହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସ୍ବାସ୍ଥ୍ୟ ବିଭାଗ ଉପରେ ଅସନ୍ତୋଷ ଝାଡ଼ିଥିଲେ ବହୁ ବରିଷ୍ଠ ନାଗରିକ।
ସୂଚନାଯୋଗ୍ୟ, ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪୫ରୁ ବର୍ଷରୁ ଊର୍ଦ୍ଧ୍ୱ ୨୦୦ଜଣଙ୍କୁ ଦୈନିକ ଟିକା ପ୍ରଦାନ କରିବାକୁ ସରକାରୀ ନିର୍ଦ୍ଦେଶ ରହିଛି। ଗୁରୁବାର ୧୬୦ ଜଣଙ୍କ ଟିକାକରଣ କରାଯାଇଥିବାବେଳେ ୪୦ ଟିକା ବଳିପଡ଼ିଥିଲା। ତେବେ ଶୁକ୍ରବାର ନିର୍ଦ୍ଧାରିତ ସଂଖ୍ୟାଠାରୁ ଦୁଇଗୁଣା ଅର୍ଥାତ୍‌ ୪୦୦ରୁ ଊର୍ଦ୍ଧ୍ୱ ଟିକା ନେବା ଲାଗି ଆସିଥିଲେ, ଯାହାକୁ ନେଇ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ଯାଏ ଧାଡ଼ିବାନ୍ଧି ଅପେକ୍ଷା କରିବା ସତ୍ତ୍ୱେ ଅନେକଙ୍କ କ୍ରମିକ ସଂଖ୍ୟା ଆସି ନ ଥିଲା। ଟିକାପ୍ରଦାନରେ ଅହେତୁକ ବିଳମ୍ବ ମଧ୍ୟ ହୋଇଥିଲା। ଏପରି ଅବ୍ୟବସ୍ଥାକୁ ନେଇ ତାତିଥିଲେ ବରିଷ୍ଠ ନାଗରିକ। ସେମାନେ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଏବଂ କର୍ମଚାରୀଙ୍କ ଉପରେ ଅସନ୍ତୋଷ ଝାଡ଼ିଥିଲେ। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ପରେ ବାଧ୍ୟ ହୋଇ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା।
ଏ ସଂକ୍ରାନ୍ତରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ରମେଶ ଚନ୍ଦ୍ର ସାହୁ କୁହନ୍ତି, ଭୁବନ ଡାକ୍ତରଖାନାକୁ ଦୈନିକ ୨୦୦ ଟିକା ଆସୁଛି। ପୂର୍ବରୁ ଏତେସଂଖ୍ୟକ ଲୋକ ଆସୁ ନ ଥିଲେ। ଶୁକ୍ରବାର ହଠାତ୍‌ ୪୦୦ରୁ ଊଦ୍ଧର୍‌ବ ଲୋକ ପହଞ୍ଚତ୍ ପାଟିତୁଣ୍ଡ କରିଥିଲେ। ଅପରପକ୍ଷେ ଶୁକ୍ରବାର ଭାକ୍ସିନ ଆସିପାରି ନ ଥିବାରୁ ଟିକାକରଣ ସମ୍ଭବ ହୋଇପାରି ନ ଥିଲା। ଲୋକମାନଙ୍କୁ ବୁଝାଶୁଝା କରିବା ସତ୍ତ୍ୱେ ସେମାନେ ଶୁଣି ନ ଥିଲେ। ତେଣୁ ବାଧ୍ୟ ହୋଇ ପୋଲିସର ସହାୟତା ନେବାକୁ ପଡ଼ିଲା। ଜିଲା ମୁଖ୍ୟ ଚିକିତ୍ସାଳୟରୁ ଦୈନିକ ଯେତିକି ଭ୍ୟାକ୍ସିନ ଯୋଗାଣ ହେବ ତଦନୁଯାୟୀ ଲୋକଙ୍କୁ ଟିକା ଦିଆବୋଲି ସେ ସୂଚନା ଦେଇଛନ୍ତି।
ଗାଇଡ୍‌ଲାଇନ ପାଳନ ହେଉନି
ବାରମ୍ବାର ଟିକା ନେବାକୁ ଆସି ନିରାଶରେ ଫେରିବାକୁ ପଡୁଛି। ଟିକାକରଣରେ ଗାଇଡ୍‌ଲାଇନ୍‌ ରହିଛି। ଏହାକୁ ପାଳନ କରାଯାଉନାହିଁ। ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେଲେ ଏହାର ସମାଧାନ ହୋଇପାରନ୍ତା।
-ହୃଷୀକେଶ ସାହୁ, ବରିଷ୍ଠ ନାଗରିକ

ଖରାରେ ଅପେକ୍ଷା କରିବା ବାଧୁଛି
କରୋନା ସମୟରେ ଟିକା ନେବାକୁ ଆସି ଘଣ୍ଟା ଘଣ୍ଟା ଟାଣଖରାରେ ଛିଡ଼ାହେବା ବାଧୁଛି। ହିତାଧିକାରୀଙ୍କ ଅପେକ୍ଷା କରିବା ଲାଗି ସ୍ବତନ୍ତ୍ର କକ୍ଷର ବ୍ୟବସ୍ଥା କରାଯାଉନାହିଁ। ନିୟମ କଡ଼ାକଡ଼ି କରାଗଲେ ସବୁ ଆଶାୟୀ ସୁବିଧାରେ ଟିକା ନେଇପାରନ୍ତେ।
-ଜଳଧର ତ୍ରିପାଠୀ, ବରିଷ୍ଠ ନାଗରିକ

ଟିକାକରଣ କେନ୍ଦ୍ରରେ କୌଣସି ସୁବିଧା ନାହିଁ
ଟିକା ନେବା ସମୟରେ ବରିଷ୍ଠ ନାଗରିକମାନେ ଯେପରି ସମସ୍ୟାରେ ନ ପଡ଼ନ୍ତି, ସେଥିଲାଗି ଦୃଷ୍ଟି ଦେବାକୁ ସରକାର କହୁଛନ୍ତି। ହେଲେ ବୟସ୍କମାନେ ଡହଡ଼ହ ଖରାରେ ଧାଡ଼ିବାନ୍ଧି ଛିଡ଼ା ହେବା ଯନ୍ତ୍ରଣା ଦେଉଛି। ପ୍ରଶାସନ ପକ୍ଷରୁ ଛାଇ ସାଙ୍ଗକୁ ପାନୀୟ ଜଳ ବ୍ୟବସ୍ଥା କରାଗଲେ ବହୁ ବରିଷ୍ଠ ନାଗରିକ ଉପକୃତ ହୋଇପାରନ୍ତେ।
-ରୁକ୍ମିଣୀ ବେହେରା, ବରିଷ୍ଠ ନାଗରିକ

ବୃତ୍ତଚିହ୍ନରେ ଚପଲ, ଗଛତଳେ ମଣିଷ
ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ଟିକାକରଣ ଚାଲିଥିବାବେଳେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସାମାଜିକ ଦୂରତ୍ୱ ନିୟମ ଲାଗି କରାଯାଇଥିବା ବୃତ୍ତଚିହ୍ନରେ ରଖାଯାଇଥିଲା ଚପଲ, ଖବରକାଗଜ, ପଥର ସହିତ ହେଲମେଟ୍‌। ଗ୍ରୀଷ୍ମଝାଞ୍ଜି ସହି ନ ପାରି ବୟସ୍କମାନେ ବୃତ୍ତ ଅଙ୍କିତ ଚିହ୍ନରେ ଏସବୁ ସାମଗ୍ରୀ ରଖି ଗଛ ଛାଇରେ କ୍ରମିକ ସଂଖ୍ୟା ଆସିବା ଯାଏ ଅପେକ୍ଷା କରିରହିଥିଲେ। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଟିକାନେବାକୁ ଆସୁଥିବା ଲୋକଙ୍କ ଲାଗି ବିଶ୍ରାମକକ୍ଷ ବ୍ୟବସ୍ଥା କରାଯାଇନାହିଁ। ଫଳରେ ଏଭଳି ସମସ୍ୟା ସୃଷ୍ଟି ହୋଇଥିଲା। ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଗାପୂଜା ପାଇଁ କଡ଼ା ସୁରକ୍ଷା ବ୍ୟାଙ୍କ ଓ ସୁନା ଋଣ ପ୍ରତିଷ୍ଠାନ: ପରିଦର୍ଶନ କଲା ପୋଲିସ

ବଞ୍ଚୋ, ୩।୧୦ (ପ୍ରଦୋଷ ବିଶ୍ୱାଳ): ଆଗାମୀ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଘଷିପୁରା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଘଷିପୁରା…

୪୮ ଘଣ୍ଟା ମଧ୍ୟରେ ଘଣ୍ଟା ପ୍ରତି ୨୪୧ କିଲୋମିଟର ବେଗରେ ଫେରିବ ବାତ୍ୟା ‘ନୋଲୋ’ (Nolo), ଉଡ଼ିବ ଘରଦ୍ୱାର! ଚିନ୍ତାରେ ପାଣିପାଗ ବିଶେଷଜ୍ଞ

ନୂଆଦିଲ୍ଲୀ,୩।୧୦: ପାଣିପାଗ ସମ୍ବନ୍ଧୀୟ ଏକ ଖବର ସାମ୍ନାକୁ ଆସିଛି ଯାହା ସମଗ୍ର ବିଶ୍ୱର ପାଣିପାଗ ବିଶେଷଜ୍ଞମାନଙ୍କୁ ଗଭୀର ଚିନ୍ତାରେ ପକାଇଛି। ଗତ କିଛି ଦିନ ଧରି ସମୁଦ୍ର…

ଏସୀୟ କ୍ରୀଡ଼ା ହକିରେ ଐତିହାସିକ ବିଜୟ, ସ୍ବର୍ଣ୍ଣ ହାତେଇଲା ଭାରତ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ୨୦୨୬ରେ ଭାରତୀୟ ପୁରୁଷ ହକି ଦଳ ମାଲେସିଆକୁ ୫-୧ ଗୋଲ୍‌ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛି। ଏହି ବିଜୟ ସହ ଭାରତ…

ପାରାଲିସିସ୍‌ ପୀଡ଼ିତାଙ୍କ ପରିବାର ପାଖରେ ବିଧାୟକ: ବଢ଼ାଇଲେ ଆର୍ଥିକ ସହାୟତାର ହାତ

ଗଞ୍ଜାମ, ୩।୧୦ (ଅନାଥ ତରାଇ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ବଡ଼ସାହିର ଲକ୍ଷ୍ମୀନାରାୟଣ ବେହେରାଙ୍କ ପତ୍ନୀ ପାର୍ବତୀ ବେହେରା ପାରାଲିସିସ୍‌ ରୋଗରେ ପୀଡ଼ିତ ଥିବା ଖବର ପାଇ…

ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲେ ବୈଭବ ସୂର୍ଯ୍ୟବଂଶୀ, ଜୟ ଶାହାଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ,୩।୧୦: ଏସୀୟ କ୍ରୀଡ଼ା ଇତିହାସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିବାରେ ବୈଭବ ସୂର୍ଯ୍ୟବଂଶୀ ସବୁଠାରୁ କମ ବୟସର ଖେଳାଳି ହୋଇପାରିଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ…

ବୁଧ-ମଙ୍ଗଳ ମିଳନରୁ ‘କେନ୍ଦ୍ର ଦୃଷ୍ଟି ରାଜଯୋଗ’; ମିଥୁନ ସମେତ ୪ ରାଶିଙ୍କ ରାତାରାତି ବଦଳିବ ଭାଗ୍ୟ, ପ୍ରଚୁର ଧନଲାଭ!

ଜ୍ୟୋତିଷ ଗଣନା ଅନୁଯାୟୀ, ଅକ୍ଟୋବର ୨ ତାରିଖରୁ କେନ୍ଦ୍ର ଦୃଷ୍ଟି ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ଏହି ଯୋଗର ଶୁଭ ପ୍ରଭାବରୁ ୪ଟି ରାଶି ପାଇଁ ଧନ…

ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ; ୪ଟି ପର୍ଯ୍ୟାୟରେ ହେବ ମତଦାନ

ଜୟପୁର,୩।୧୦: ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନର ରାଜେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି।…

ଭାଜପାକୁ ଲାଗିବ ଶକ୍ତ ଧକ୍କା, ବିଦ୍ରୋହୀ MLC ପ୍ରାର୍ଥୀ ସଞ୍ଜୟନ ତ୍ରିପାଠୀ SPରେ ଯୋଗ ଦେଲେ

ଲକ୍ଷ୍ନୌ,୩।୧୦: ଉତ୍ତର ପ୍ରଦେଶରେ ଆଗାମୀ MLC ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (SP), ଭାରତୀୟ ଜନତା ପାର୍ଟି (BJP) କୁ ଏକ ବଡ଼ ଝଟକା ଦେଇଛି। ଗୋରଖପୁର-ଫୈଜାବାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?