Posted inଜାତୀୟ

ବଦଳୁଛି କଶ୍ମୀରର ରଙ୍ଗ, ଭିଟାମାଟିକୁ ଫେରୁଛନ୍ତି କଶ୍ମୀର ପଣ୍ଡିତ…

ଶ୍ରୀନଗର,୨୮।୮: କଶ୍ମୀରର ରଙ୍ଗ ବଦଳିବାକୁ ଆରମ୍ଭ କରିଛି। କେନ୍ଦ୍ର ସରକାରଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୩,୮୦୦ରୁ ଅଧିକ ପଣ୍ଡିତ ନିଜ ଭିଟାମାଟିକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପୁନର୍ବାସ ପ୍ୟାକେଜ ଅନ୍ତର୍ଗତ ୩,୮୪୧ କଶ୍ମୀରୀ ପଣ୍ଡିତ ଜମ୍ମୁ-କଶ୍ମୀରୀକୁ ବାହୁଡ଼ିଛନ୍ତି।
ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାକୁ ୨୦୨୧ ଅଗଷ୍ଟ ୫ରେ ଦୁଇ ବର୍ଷ ପୂରିଛି। ଏହି ଦୁଇ ବର୍ଷରେ କଶ୍ମୀରର ଅବସ୍ଥା ସୁଧୁରୁଥିବା କେନ୍ଦ୍ର ସରକାର କହିଛନ୍ତି। ସରକାରଙ୍କ କହିବାନୁସାରେ, କଶ୍ମୀର ପଣ୍ଡିତମାନେ ଏବେ ନିଜକୁ ସୁରକ୍ଷିତ ମଣୁଛନ୍ତି। ସେମାନଙ୍କୁ ବିଭିନ୍ନ ଜିଲାରେ ନିଯୁକ୍ତି ଯୋଗାଇ ଦିଆଯାଇଛି। କିଛି ଦିନ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ରାଜ୍ୟସଭାକୁ ଏହି ସୂଚନା ଦେଇଥିଲେ। କଶ୍ମୀର ପଣ୍ଡିତଙ୍କୁ ସେମାନଙ୍କର ସମ୍ପତ୍ତି ଦିଆଯାଇଛି। ହିଂସା ପରେ ସେମାନେ ନିଜ ନିଜ ସମ୍ପତ୍ତି ଛାଡି ପଳାଇଥିଲେ। ବର୍ତ୍ତମାନ ସେମାନଙ୍କର ସମ୍ପତ୍ତି ଫେରସ୍ତ କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ସଂରକ୍ଷଣ, ସୁରକ୍ଷା ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଅଧିନିୟମ, ୧୯୯୭ ଅନୁଯାୟୀ, ସମସ୍ତ ଜିଲ୍ଲାର ପ୍ରବାସୀ କଶ୍ମୀରବାସୀଙ୍କ ସମ୍ପତ୍ତିର ଆଇନଗତ ରକ୍ଷକ ସମ୍ପୃକ୍ତ ଜିଲାର ଜିଲାପାଳ। ଯଦି କେହି ଏହି ସମ୍ପତ୍ତି ବେଆଇନ ଭାବରେ ଦଖଲ କରନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଶ୍ମୀରୀ ପଣ୍ଡିତମାନେ ସେମାନଙ୍କର ଜମି ଫେରସ୍ତ ପାଇଁ ଜିଲାପାଳଙ୍କ ସହିତ ଯୋଗାଯୋଗ କରିପାରିବେ। ୧୯୯୦ ଜମ୍ମୁ-କଶ୍ମୀର ସରକାରଙ୍କ ଦ୍ୱରା ସ୍ଥାପିତ ରିଲିଫ କାର୍ଯ୍ୟାଳୟର ରିପୋର୍ଟ ଅନୁଯାୟୀ, ୪୪,୧୬୭ କାଶ୍ମୀରର ପ୍ରବାସୀ ପରିବାର ଏଥିରେ ପଞ୍ଜିକୃତ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ୧୯୯୦ଠାରୁ ସେମାନେ ପଳାୟନ କରିଥିଲେ। ପଞ୍ଜିକୃତ ହିନ୍ଦୁ ପ୍ରବାସୀ ପରିବାରଙ୍କ ସଂଖ୍ୟା ୩୯,୭୮୨। ଏପ୍ରିଲ ମାସରେ ୧,୯୯୭ କଶ୍ମୀର ପଣ୍ଡିତଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଇଛି। ୨୬,୬୮୪ କଶ୍ମୀରୀର ପ୍ରବାସୀ ଯୁବକ ୧୯୯୭ଟି ପଦବୀ ପାଇଁ ଆବେଦନ କରିଥିଲେ। କଶ୍ମୀରୀ ପଣ୍ଡିତ ଏବଂ ଡୋଗ୍ରା ହିନ୍ଦୁ ପରିବାର ସମେତ ପ୍ରାୟ 900 ପରିବାର ଜମ୍ମୁ-କଶ୍ମୀରରେ ବାସ କରୁଛନ୍ତି। କାଶ୍ମୀରରୁ ଆସିଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ନିଯୁକ୍ତି ପ୍ୟାକେଜ ଘୋଷଣା କରାଯାଇଛି। ଏହା ସହିତ ସେମାନଙ୍କ ସୁରକ୍ଷା ଲାଗି ବିସ୍ତୃତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri