ସିଫା ନିକଟ ୨ ବ୍ଲକରେ ହେବ ‘ରଙ୍ଗିନ ମାଛ ଗାଁ’

ପିପିଲି,୨୬।୯(ସ୍ବ.ପ୍ର.): ସିଫା ନିକଟ ୨ଟି ବ୍ଲକରେ ‘ରଙ୍ଗିନ ମାଛ ଗାଁ’ ପ୍ରତିଷ୍ଠା କରାଯିବ। କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର୍‌-ସିଫାରେ ଥିବା ଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ରରେ ରଙ୍ଗିନ ମାଛଚାଷ ମାଧ୍ୟମରେ ‘ମହିଳାଙ୍କ ଅର୍ଥନୈତିକ ସଶକ୍ତୀକରଣ’ ଶୀର୍ଷକ ୩ଦିନିଆ ପ୍ରଶିକ୍ଷଣ ଶିବିରର ଶନିବାର ଉଦ୍‌ଯାପନୀ ସଭାରେ ସିଫା ନିର୍ଦ୍ଦେଶକ ଡ. ସରୋଜ ସ୍ବାଇଁ ଯୋଗଦେଇ ଏହା କହିଛନ୍ତି। ସେ କହିଲେ, ସମ୍ପ୍ରତି ରଙ୍ଗିନ ମାଛ ଚାଷ କୃଷି ବ୍ୟବସାୟରେ ପରିଣତ ହୋଇଛି। ଚାଷୀଙ୍କ ଏକ ବିକଳ୍ପ ରୋଜଗାରର ମାଧ୍ୟମ ହୋଇଛି। ରଙ୍ଗିନ ମାଛ ପାଳନ, ଆକ୍ୱାରିୟମ୍‌ ନିର୍ମାଣ ଓ ଏହାର ଡିଜାଇନ୍‌, ଆକ୍ୱାଟିକ୍‌ ପ୍ଲାଣ୍ଟଚାଷ, ଜୀବନ୍ତ ଖାଦ୍ୟ ଚାଷ ଇତ୍ୟାଦି କ୍ଷେତ୍ରରେ ଏହାର ପରିସର ବୃଦ୍ଧି ପାଇଁ ସହାୟକ ହେଉଛି ବୋଲି କହିଥିଲେ। ପ୍ରାରମ୍ଭରେ ଏସ୍‌ଏମ୍‌ଏସ୍‌ ଅଜୟ ଦାଶ ସ୍ବାଗତ ଭାଷଣ ଦେଇଥିଲେ। ଶିବିରରେ ରଙ୍ଗିନ ଜଳଜୀବ ପାଳନ ଏବଂ ଏଥିରେ ଉଦ୍ୟୋଗ ପ୍ରତିଷ୍ଠା, ପାଣିର ଗୁଣାମତ୍କ ମାନ ପରିଚାଳନା, ରଙ୍ଗିନ ମାଛଚାଷ ଓ ପ୍ରଜନନ, ଅଣ୍ଡା ପ୍ରଦାନକାରୀ ମାଛଙ୍କ ପ୍ରଜନନ ଏବଂ ଖାଦ୍ୟ ପ୍ରସ୍ତୁତି ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ସିଫା ବୈଜ୍ଞାନିକ ଡ. ସୁନୀଲ ଅଇଲ ଆକ୍ୱାରିୟମ୍‌ ନିର୍ମାଣ ଉପରେ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବାଲିଅନ୍ତା ଓ ଭୁବନେଶ୍ୱର ବ୍ଲକ୍‌ର କୃଷିମିତ୍ର, ପ୍ରାଣୀମିତ୍ର ଆଦି ୧୫ ଜଣ ସମ୍ପ୍ରସାରଣ କର୍ମଚାରୀ ଏହି ପ୍ରଶିକ୍ଷଣ ନେଇଥିଲେ। କୃଷିବିଜ୍ଞାନ କେନ୍ଦ୍ର ମୁଖ୍ୟ ଡ. ଏସ୍‌. ଏସ୍‌. ଗିରିଙ୍କ ତତ୍ତ୍ୱାବଧାନରେ ଏବଂ ସୁକାନ୍ତି ବେହେରା, ଡ. ହରପ୍ରିୟା ନାୟକ ଓ ପ୍ରଜ୍ଞାନ ରଞ୍ଜନ ସାହୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଓଡ଼ିଶାରେ ‘ବାଙ୍ଗଲାଦେଶୀ’ ସନ୍ଦେହରେ ବଙ୍ଗୀୟ ଶ୍ରମିକଙ୍କୁ ପିଟିପିଟି ହତ୍ୟା, ୬ ଅଭିଯୁକ୍ତ ଗିରଫ

ସମ୍ବଲପୁର,୨୬।୧୨(ପ୍ରମୋଦ ବହିଦାର): ସମ୍ବଲପୁରର ଦାନିପାଲିଠାରେ ‘ବଙ୍ଗଳାଦେଶୀ’ ସନ୍ଦେହ କରି ପଶ୍ଚିମବଙ୍ଗର ଶ୍ରମିକ ଶେଖ୍ ଜୁଏଲ୍ (୨୨)ଙ୍କୁ ପିଟିପିଟି ହତ୍ୟା ଘଟଣାରେ ପୋଲିସ ଗୁରୁବାର ୬ ଜଣ...

ଆଜିଠାରୁ ମହଙ୍ଗା ହେବ ଟ୍ରେନ ଯାତ୍ରା, ୨୧୫ କିମି ମଧ୍ୟରେ ଯାତ୍ରା କରୁଥିଲେ ଭଡା….

ନୂଆଦିଲ୍ଲୀ,୨୬।୧୨: ଆଜି, ଶୁକ୍ରବାର ଠାରୁ ଟ୍ରେନ ଯାତ୍ରା ମହଙ୍ଗା ହୋଇଯାଇଛି। ରେଳ ମନ୍ତ୍ରଣାଳୟ ଭଡା ବୃଦ୍ଧି ଘୋଷଣା କରିଛି, ଯାହା ଆଜି ଠାରୁ ଲାଗୁ ହେବ...

ISIS ଆତଙ୍କବାଦୀ ଆଡ୍ଡା ଉପରେ ଟ୍ରମ୍ପଙ୍କ ଆକ୍ରମଣ, ମୃତ ଆତଙ୍କୀଙ୍କୁ ବଡଦିନର ଦେଲେ ଶୁଭେଚ୍ଛା

ନୂଆଦିଲ୍ଲୀ,୨୬।୧୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଉତ୍ତର-ପଶ୍ଚିମ ନାଇଜେରିଆରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଏକ ଘାତକ ଆକ୍ରମଣ ଆରମ୍ଭ କରିଛନ୍ତି। ଟ୍ରୁଥ୍ ସୋସିଆଲ...

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

Post Officeର ଏହି ସ୍କିମ୍‌ରେ କରନ୍ତୁ ନିବେଶ: ମିଳିବ ୧୭ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୬।୧୨: ଆଜିର ଦୁନିଆରେ ସମସ୍ତେ ଏକ ସୁରକ୍ଷିତ ଭବିଷ୍ୟତ ଚାହାଁନ୍ତି। ଯଦି ଆପଣ ଧୀରେ ଧୀରେ ଏକ ବଡ଼ ପାଣ୍ଠି ଗଠନ କରିବାକୁ ଚାହୁଁଛନ୍ତି, ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri