ଭାରତକୁ ୬୦ ବଳକା ଜଳହସ୍ତୀ ପଠାଉଛି କଲମ୍ବିଆ

କଲମ୍ବିଆ, ୩୧।୩:ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ଚିତାବାଘ ଆସିବା ପରେ ଏବେ କଲମ୍ବିଆରୁ ଜଳହସ୍ତୀ ଭାରତ ଆସିବେ। କଲମ୍ବିଆ ଅଭୟାରଣ୍ୟରେ ଜଳହସ୍ତୀଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବା ଯୋଗୁ ସଂଖ୍ୟା ନିୟନ୍ତ୍ରଣ ପାଇଁ ସ୍ଥାନୀୟ ସରକାର ଏକ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରାୟ ୭୦ ଜଳହସ୍ତୀଙ୍କୁ କଲମ୍ବିଆ ବିଦେଶ ପଠାଇବାକୁ ଯାଉଛି। ଏଥିରୁ ପାଖାପାଖି ୬୦ଟି ଜଳହସ୍ତୀ ଭାରତକୁ ପଠାଇବ।
୧୯୮୦ ଦଶକରେ କୋକେନ୍‌ ବ୍ୟବସାୟୀ ପାବଲୋ ଇସ୍କୋବାର ଆଫ୍ରିକାରୁ ଏକାଧିକ ଜଳହସ୍ତୀ କଲମ୍ବିଆ ଆଣିିଥିଲେ। ୧୯୯୩ରେ ପାବଲୋଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଜଳହସ୍ତୀଗୁଡ଼ିକ ଚାରଣ ଭୂମିରେ ଅବାଧରେ ରହିବା ସହ ବଂଶ ବିସ୍ତାର କରିଥିଲେ। ଜଳହସ୍ତୀଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସ୍ଥାନୀୟ ଏନଭାଇରନ୍‌ମେଣ୍ଟ ଅଥରିଟି ଉପାୟହୀନ ହୋଇଯାଇଥିବା କହିଛନ୍ତି। ବର୍ତ୍ତମାନ ସମୟରେ ପାବଲୋ ଆଣିଥିବା ଆଫ୍ରିକୀୟ ଜଳହସ୍ତୀଙ୍କ ସଂଖ୍ୟା ୧୫୦ରେ ପହଞ୍ଚତ୍ଛି। ଆସନ୍ତା ମାସରେ କଲମ୍ବିଆ ପାଖାପାଖି ୧୦ ଜଳହସ୍ତୀଙ୍କୁ ନର୍ଦ୍ଦର୍ନ ମେକ୍ସିକୋରେ ଥିବା ଓଷ୍ଟୋକ୍‌ ଅଭୟାରଣ୍ୟକୁ ଏବଂ ୬୦ ଜଳହସ୍ତୀଙ୍କୁ ଭାରତ ପଠାଇବ। ଅନ୍ୟପକ୍ଷେ ଭାରତର କେଉଁ ଅଭୟାରଣ୍ୟରେ ଏହି ଜଳହସ୍ତୀଙ୍କୁ ରଖାଯିବ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ। ତେବେ ଏହି ଅଭିଯାନରେ ମୋଟ ୩.୫ ମିଲିୟନ୍‌ ଡଲାର ଖର୍ଚ୍ଚ ହେବ ବୋଲି ଓଷ୍ଟକ ଅଭୟାରଣ୍ୟ ମାଲିକ ଇର୍ନେଷ୍ଟୋ ଜାଜୁଏଟା କହିଛନ୍ତି।
ଜଳହସ୍ତୀଙ୍କ ସଂଖ୍ୟା ନିୟମନ୍ତ୍ରଣକୁ ଆଣିବା ପାଇଁ କଲମ୍ବିଆ ସରକାର ବନ୍ଧ୍ୟାକରଣ ଉପାୟ ଅବଲମ୍ବନ କରି ବିଫଳ ହେବାପରେ ସେମାନଙ୍କୁ ମାରିବା ଲାଗି ମଧ୍ୟ ଯୋଜନା ପ୍ରସ୍ତୁତ କରିଥିଲେ। ଦେଶରେ ଜଳହସ୍ତୀଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢ଼ିଚାଲିଥିବା ଗତବର୍ଷ କଲମ୍ବିଆ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା। ବହୁ ବିଫଳତା ପରେ ଜଳହସ୍ତୀଙ୍କ ସଂଖ୍ୟା କମାଇବା ପାଇଁ ସେମାନଙ୍କୁ ସ୍ଥାନାନ୍ତର କରାଯିବା ସବୁଠାରୁ ନିରାପଦ ଏବଂ ସୁରକ୍ଷିତ ପଦକ୍ଷେପ ବୋଲି ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

ଖବରଦାତା ସମ୍ମିଳନୀରେ ସୂର୍ଯ୍ୟକୁମାରଙ୍କ ବଡ଼ ବୟାନ, କହିଲେ ବାରବାଟୀରେ ମୁଁ ପୂର୍ବରୁ ଖେଳିଛି, ଏଠିକାର ଦର୍ଶକ…

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମହାମୁକାବିଲା ହେବ । ଏହା ପୂର୍ବରୁ ଆଜି ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିଛନ୍ତି। ଏହା ଦେଖିବାକୁ...

ବଲାଙ୍ଗିର ଫଳ ବଜାରରେ ଜଳିଗଲା ୫୦ରୁ ଊର୍ଦ୍ଧ୍ବ ଦୋକାନ

ବଲାଙ୍ଗିର,୮।୧୨: ସୋମବାର ବଲାଙ୍ଗିର ସହରର ଫଳ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଜିଲାପାଳଙ୍କ ଅଫିସ୍‌ ନିକଟରେ ଥିବା ପୌର ସଂସ୍ଥା ଅଧୀନରେ ଥିବା...

‘ନେତାଜୀ-ଟାଗୋରଙ୍କୁ ସମ୍ମାନ ଦେଇ ଜାଣି ନାହାଁନ୍ତି…’, ବନ୍ଦେ ମାତରମ ଆଲୋଚନାକୁ ନେଇ ଭାଜପା ଉପରେ ଖପ୍ପା ହେଲେ ମମତା

କୋଲକାତା,୮।୧୨: ସଂସଦରେ ବନ୍ଦେ ମାତରମ ଉପରେ ଉଷ୍ମ ବିତର୍କ ମଧ୍ୟରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଧାସଳଖ ଭାଜପାକୁ କାଠଗଡ଼ାରେ ଠିଆ କରିଥିଲେ। କୋଲକାତାରେ ଏକ...

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri