କଲେଜ ଛାତ୍ରୀଙ୍କ ବ୍ୟାଗ ଲୁଟ ଘଟଣା, ୩ ଗିରଫ

ହିଞ୍ଜିଳିକାଟୁ, ୨୩ା୯(ଡି.ଏନ୍‌.ଏ): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶିକିରିଠାରେ ଗତ ଅଗଷ୍ଟ ୨୫ରେ ଜଣେ କଲେଜ ଛାତ୍ରୀ ସାଇକେଲରେ ଯାଉଥିବା ବେଳେ ବାଇକରେ ୩ଜଣ ଯୁବକ ତାଙ୍କ ବ୍ୟାଗକୁ ଲୁଟି ନେଇଥିଲେ। ବ୍ୟାଗରେ ଛାତ୍ରୀଙ୍କ ମୋବାଇଲ ସମେତ ସ୍କୁଲ କଲେଜର ସାର୍ଟିଫିକେଟ ରହିଥିଲା। ଏହି ମାମଲାରେ ଶୁକ୍ରବାର ହିଞ୍ଜିଳି ପୋଲିସ ୩ଜଣଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପାଟପୁର ଥାନା କଙ୍କୋରଡ଼ା ଗ୍ରାମର ଅଶୋକ ବିଶୋୟୀ, ଶ୍ରୀକାନ୍ତ ଜେନା ଓ ସୁବ୍ରତ ଜେନା। ଅଭିଯୁକ୍ତମାନଙ୍କଠାରୁ ବ୍ୟାଗ ସମେତ ମୋବାଇଲ ଫୋନ, ସ୍କୁଲ କଲେଜ ସାର୍ଟିଫିକେଟ, ଆଧାର କାର୍ଡ ଆଦିକୁ ପୋଲିସ ଉଦ୍ଧାର କରି ଛାତ୍ରୀଙ୍କୁ ଫେରସ୍ତ କରିଛି। ଅନ୍ୟପକ୍ଷରେ ଏକ ବାଇକକୁ ପୋଲିସ ଅଭିଯୁକ୍ତଙ୍କଠାରୁ ଜବତ କରିଛି।
ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଲକ ବାଦିଆମ୍ବଗାଁର କଲେଜ ଛାତ୍ରୀ ସନ୍ଧ୍ୟାରାଣୀ ଜେନା ଗାଁରୁ ଅନ୍ୟସାଙ୍ଗମାନଙ୍କ ସହ ସାଇକେଲରେ କମ୍ପ୍ୟୁଟର କ୍ଲାସ ପାଇଁ ହିଞ୍ଜିଳିକାଟୁ ଆସୁଥିଲେ। ଗତ ଅଗଷ୍ଟ ୨୫ରେ ସେମାନେ ହିଞ୍ଜିଳିକାଟୁରୁ ନିଜଗାଁକୁ ମଧ୍ୟାହ୍ନରେ ଫେରୁଥିବା ବେଳେ ଶିକିରି ଗାଁ ନିକଟରେ ଗୋଟିଏ ବାଇକରେ ୩ଜଣ ପଛ ପଟୁ ଆସି ସନ୍ଧ୍ୟାରାଣୀଙ୍କ ସାଇକେଲ ବାସ୍କେଟରେ ଥିବା ବ୍ୟାଗକୁ ହଠାତ ଲୁଟି ନେଇଯାଇଥିଲେ। ଏ ନେଇ ସେ ଥାନାରେ ଅଭିଯୋଗ ପରେ ପୋଲିସ ନଂ. ୪୪୫/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ସନ୍ଧ୍ୟାରାଣୀ କିଛି ଦିନ ପରେ ଯୁକ୍ତ ତିନିରେ ନାମଲେଖା କରିବାକୁ ଥିବାରୁ ଓରିଜିନାଲ ସାର୍ଟିଫିକେଟ ଅତ୍ୟନ୍ତ ଜରୁରୀ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri