ଇନଷ୍ଟାଗ୍ରାମରୁ ପ୍ରେମ, ଲଜ୍‌ରେ କଲେଜ ଛାତ୍ରୀଙ୍କୁ ବଳାତ୍କାର; ଘରୁ ସୁନା-ଟଙ୍କା ଆଣିବାକୁ କହି…

ବ୍ରହ୍ମପୁର,୧୨।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ କଲେଜ ଛାତ୍ରୀଙ୍କୁ ପ୍ରଲୋଭିତ କରି ଲଜ୍‌ରେ ରଖି ବଳାତ୍କାର କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ବ୍ରହ୍ମପୁର ବଡ଼ବଜାର ପୋଲିସ ବାନ୍ଧିଛି। ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ତିରୁପତି ନଗର ୪ର୍ଥ ଲାଇନ୍‌ରେ ରହୁଥିବା ରିତେଶ ପଟ୍ଟନାୟକ(୨୩)। ତାଙ୍କୁ ବଳାତ୍କାର, ଠକେଇ ଓ ପ୍ରତାରଣା ଅଭିଯୋଗରେ ଗିରଫ କରାଯାଇଛି। ରିତେଶଙ୍କଠାରୁ ଏକ ଦାମୀ ବାଇକ୍‌, ୨ଟି ମୋବାଇଲ ଫୋନ୍‌ ଜବତ ହୋଇଛି। ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ରିତେଶଙ୍କୁ ମାମଲା ନଂ.୫୬୫/୨୫ରେ ବୁଧବାର କୋର୍ଟ ଚାଲାଣ କରାଯାଇଛି। ଲଜ୍‌ କିଏ ବୁକ୍‌ କରିଥିଲେ, ପୀଡ଼ିତା ସେଠାରେ ରହିଥିଲେ ଓ ଏଥିରେ ଲଜ୍‌ର କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ଅଛି କି ନାହିଁ ସେ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି।

ରିତେଶ ଦୁବାଇରେ କାମ କରୁଥିବା କହି ବଡ଼ବଜାର ଥାନା ଅଞ୍ଚଳରେ ରହି ଯୁକ୍ତ୨ ପଢ଼ୁଥିବା ଛାତ୍ରୀଙ୍କ ସହ ଗତ ଜୁନ୍‌ ମାସରେ ଇନ୍‌ଷ୍ଟାଗ୍ରାମରେ ସମ୍ପର୍କ ଆରମ୍ଭ କରିଥିଲେ। କିଛିଦିନ ମେସେଜ୍‌ କରିବା ପରେ ରିତେଶ ତାଙ୍କୁ ବିବାହ କରିବେ ବୋଲି କହି ଫଟୋ ଉଠାଇଥିଲେ। ସମ୍ପର୍କ ବଢ଼ିବା ପରେ ଛାତ୍ରୀଙ୍କୁ ଘରୁ ସୁନା ଓ ଟଙ୍କା ଆଣିବାକୁ କହିଥିଲେ। ତେଣୁ ଛାତ୍ରୀ ଜଣଙ୍କ ନିଜ ଆକାଉଣ୍ଟରୁ ୪୦ ହଜାର ଟଙ୍କା ଉଠାଇବା ସହ ଘରୁ ୧୦ ଭରି ସୁନା ଅଳଙ୍କାର ଆଣି ଯୁବକଙ୍କୁ ଦେଇଥିଲେ। ସେହି ସୁନାକୁ ରିତେଶ ମୁଥୁଟ୍‌ ଫାଇନାନ୍ସରେ ବନ୍ଧକ ରଖି ୫ ଲକ୍ଷ ଆଣିଥିଲେ। ଏହାପରେ ସେ ଛାତ୍ରୀଙ୍କୁ ସହରର ଏକ ଲଜ୍‌କୁ ନେଇ ସେଠାରେ ବିବାହ ପ୍ରତିଶ୍ରୁତି ଦେଇ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ସେ ସମୟରେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ପରେ ନାବାଳିକାଙ୍କୁ ପ୍ରତାରଣା କରିବା ସହ ଟଙ୍କା ଓ ସୁନା ଅଳଙ୍କାର ମାଗିଲେ ଫଟୋ, ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଏଥିରେ ଛାତ୍ରୀ ଜଣଙ୍କ ଭୟଭୀତ ହୋଇ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri