ଇନଷ୍ଟାଗ୍ରାମରୁ ପ୍ରେମ, ଲଜ୍‌ରେ କଲେଜ ଛାତ୍ରୀଙ୍କୁ ବଳାତ୍କାର; ଘରୁ ସୁନା-ଟଙ୍କା ଆଣିବାକୁ କହି…

ବ୍ରହ୍ମପୁର,୧୨।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ କଲେଜ ଛାତ୍ରୀଙ୍କୁ ପ୍ରଲୋଭିତ କରି ଲଜ୍‌ରେ ରଖି ବଳାତ୍କାର କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ବ୍ରହ୍ମପୁର ବଡ଼ବଜାର ପୋଲିସ ବାନ୍ଧିଛି। ସେ ହେଲେ ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ତିରୁପତି ନଗର ୪ର୍ଥ ଲାଇନ୍‌ରେ ରହୁଥିବା ରିତେଶ ପଟ୍ଟନାୟକ(୨୩)। ତାଙ୍କୁ ବଳାତ୍କାର, ଠକେଇ ଓ ପ୍ରତାରଣା ଅଭିଯୋଗରେ ଗିରଫ କରାଯାଇଛି। ରିତେଶଙ୍କଠାରୁ ଏକ ଦାମୀ ବାଇକ୍‌, ୨ଟି ମୋବାଇଲ ଫୋନ୍‌ ଜବତ ହୋଇଛି। ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରାଯାଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ରିତେଶଙ୍କୁ ମାମଲା ନଂ.୫୬୫/୨୫ରେ ବୁଧବାର କୋର୍ଟ ଚାଲାଣ କରାଯାଇଛି। ଲଜ୍‌ କିଏ ବୁକ୍‌ କରିଥିଲେ, ପୀଡ଼ିତା ସେଠାରେ ରହିଥିଲେ ଓ ଏଥିରେ ଲଜ୍‌ର କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ଅଛି କି ନାହିଁ ସେ ଦିଗରେ ପୋଲିସ ତଦନ୍ତ ଜାରି ରଖିଛି।

ରିତେଶ ଦୁବାଇରେ କାମ କରୁଥିବା କହି ବଡ଼ବଜାର ଥାନା ଅଞ୍ଚଳରେ ରହି ଯୁକ୍ତ୨ ପଢ଼ୁଥିବା ଛାତ୍ରୀଙ୍କ ସହ ଗତ ଜୁନ୍‌ ମାସରେ ଇନ୍‌ଷ୍ଟାଗ୍ରାମରେ ସମ୍ପର୍କ ଆରମ୍ଭ କରିଥିଲେ। କିଛିଦିନ ମେସେଜ୍‌ କରିବା ପରେ ରିତେଶ ତାଙ୍କୁ ବିବାହ କରିବେ ବୋଲି କହି ଫଟୋ ଉଠାଇଥିଲେ। ସମ୍ପର୍କ ବଢ଼ିବା ପରେ ଛାତ୍ରୀଙ୍କୁ ଘରୁ ସୁନା ଓ ଟଙ୍କା ଆଣିବାକୁ କହିଥିଲେ। ତେଣୁ ଛାତ୍ରୀ ଜଣଙ୍କ ନିଜ ଆକାଉଣ୍ଟରୁ ୪୦ ହଜାର ଟଙ୍କା ଉଠାଇବା ସହ ଘରୁ ୧୦ ଭରି ସୁନା ଅଳଙ୍କାର ଆଣି ଯୁବକଙ୍କୁ ଦେଇଥିଲେ। ସେହି ସୁନାକୁ ରିତେଶ ମୁଥୁଟ୍‌ ଫାଇନାନ୍ସରେ ବନ୍ଧକ ରଖି ୫ ଲକ୍ଷ ଆଣିଥିଲେ। ଏହାପରେ ସେ ଛାତ୍ରୀଙ୍କୁ ସହରର ଏକ ଲଜ୍‌କୁ ନେଇ ସେଠାରେ ବିବାହ ପ୍ରତିଶ୍ରୁତି ଦେଇ ଜୋରଜବରଦସ୍ତ ଶାରୀରିକ ସମ୍ପର୍କ ରଖିଥିଲେ। ସେ ସମୟରେ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ। ପରେ ନାବାଳିକାଙ୍କୁ ପ୍ରତାରଣା କରିବା ସହ ଟଙ୍କା ଓ ସୁନା ଅଳଙ୍କାର ମାଗିଲେ ଫଟୋ, ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ। ଏଥିରେ ଛାତ୍ରୀ ଜଣଙ୍କ ଭୟଭୀତ ହୋଇ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri