କଲେଜ୍ ଛାତ୍ରୀଙ୍କୁ ଷ୍ଟେସନାରୀ ଦୋକାନୀଙ୍କ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତଙ୍କୁ ଉତ୍ତମ ମଧ୍ୟମ ଦେଲେ ଛାତ୍ରୀଛାତ୍ର

ଜି.ଉଦୟଗିରି,୯।୧୨(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି. ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କୁ ଦୋକାନ ଭିତରକୁ ଭିଡ଼ି ନେଇ ଅସଦାଚରଣ ସହ ଦୁଷ୍କର୍ମ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଘଟଣାବେଳେ ଅନ୍ୟ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ଦ୍ଵାରା ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଅଭିଯୁକ୍ତକୁ ପ୍ରବଳ ମାଡ଼ ହେବାରୁ ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା।

ସୂଚନା ଆନୁସାରେ ପୀଡ଼ିତା ଛାତ୍ରୀ ଜି.ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ବିଭାଗରେ ପଢ଼ୁଥିବା ପାବୁରିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ଛାତ୍ରୀଙ୍କ କହିବା ଅନୁସାରେ ପ୍ରତିଦିନ ଭଳି କଲେଜ କ୍ଲାସ ସାରି ଘରକୁ ଫେରିବା ନିମନ୍ତେ ଜି.ଉଦୟଗିରି ବନ୍ଧଛକ ପାବୁରିଆ ଯିବା ବସ୍ ଷ୍ଟାଣ୍ଡ ଠାରେ ଥିବା କମ୍ପ୍ଲେକ୍ସ ନିକଟରେ ସମୟ ପ୍ରାୟ ୨.୩୦ ମିନିଟ ସମୟରେ ବସ ଅପେକ୍ଷା କରୁଥିଲେ । ସେହି ସମୟରେ ସେଠାରେ ଥିବା କମ୍ପ୍ଲେକ୍ସର ଷ୍ଟେସନାରୀ ଦୋକାନକୁ କିଛି ଜିନିଷ କିଣିବା ପାଇଁ ଯାଇଥିଲେ ।

ସେଠାରେ ଥିବା ଦୋକାନ ମାଲିକ ସନ୍ତୋଷ କୁମାର ସାହୁ ଦୋକାନ ଖାଲି ଥିବା ଦେଖି ଉକ୍ତ ଝିଅକୁ ହାତ ଧରି ଜୋର ଜବରଦସ୍ତ ଉପର ମହଲା କୋଠରୀରେ ଥିବା ନିଜ ବେଡ୍ ରୁମ୍ କୁ ନେଇ ବଳ ପୂର୍ବକ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। କବାଟ ବନ୍ଦ କରିଥିଲା ଓ ଝିଅର ମୁହଁ ଚାପି ଶରୀରର ବିଭିନ୍ନ ଅଙ୍ଗ ସ୍ପର୍ଶ କରି ବଳାତ୍କାର ଉଦ୍ୟମ କରୁଥିବା ବେଳେ ଛାତ୍ରୀ ଜଣକ ଚିତ୍କାର କରିବାରୁ ତଳେ ରାସ୍ତାରେ କିଛି ଛାତ୍ରଛାତ୍ରୀ ମାନେ ଚିତ୍କାର ଶୁଣି ଦୋକାନ ଭିତରକୁ ପଶି ଛାତ୍ରୀଙ୍କୁ ଉଦ୍ଧାର କରିଥିବା ପୋଲିସକୁ କହିଛନ୍ତି।

ଘଟଣା ସ୍ଥଳରେ ପୋଲିସ ପହଁଞ୍ଚିବା ପୂର୍ବରୁ ଦୋକାନ ମାଲିକଙ୍କୁ କଲେଜ ଛାତ୍ରଛାତ୍ରୀ ମାନେ ଉତ୍ତମ ମଧ୍ୟମ ଦେଇଥିଲେ। ପୋଲିସ ଅଭିଯୁକ୍ତକୁ ଉଦ୍ଧାର କରି ଥାନାକୁ ନେଇ ଅଟକ ରଖିଥିବା ସୂଚନା ମିଳିଛି। ଛାତ୍ରୀଙ୍କ ମାତା ଓ ସମ୍ପର୍କୀୟ ଘଟଣା ସ୍ଥଳରେ ପହଁଞ୍ଚି ଝିଅ ପ୍ରତି ଦୁଷ୍କର୍ମ ଉଦ୍ୟମ ନେଇ ଥାନାରେ ଅଭିଯୋଗ କରିଥିବା ନେଇ ସୂଚନା ମିଳିଛି। ଖବର ଲେଖିବା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇନଥିବା ବେଳେ ଏହିପରି ଘଟଣା ଜି.ଉଦୟଗିରିରେ ପ୍ରଥମ ଥର ଘଟିଥିବା ବେଳେ ରାଷ୍ଟ୍ରୀୟ ଆଦିବାସୀ ଏକତା ମିଶନ,କୁଇ ସମାଜ ପରିଷଦ,ବୁଦ୍ଧିଜିବୀ ସମେତ ଅନ୍ୟମାନେ ତୀବ୍ର ନିନ୍ଦା କରିଛନ୍ତି ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri