ଭିଜିଲାନ୍ସ ହାତରେ ଧରାପଡିଲେ କଲେଜ ଅଧ୍ୟକ୍ଷ

ବ୍ରହ୍ମପୁର ଅଫିସ,୮ା୧୦-ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ଯୁକ୍ତ ୨ ବିଜ୍ଞାନ ଉଚ୍ଚ ବିଦ୍ୟାଳୟର ଜଣେ ପଦାର୍ଥ ବିଜ୍ଞାନ ଡେମନଷ୍ଟ୍ରେଟର ବସନ୍ତ କୁମାର ଜେନାଙ୍କ ଜିପିଏଫ ଓ ଏମ୍‌ଏସିପିି ବିଲ୍‌ ପାସ୍‌ କରିବା ପାଇଁ ଉକ୍ତ କଲେଜ ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଏମ୍‌. ଟୁନା ପାତ୍ର ଲାଞ୍ଚ ନେଉଥିବା ବେଳେ ଗୁରୁବାର ବ୍ରହ୍ମପୁର ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି। ଅଧ୍ୟକ୍ଷ ପାତ୍ରଙ୍କଠାରୁ ଲାଞ୍ଚ ଟଙ୍କା ସହ କଲେଜରୁ ସେ ସମ୍ପର୍କିତ ସମସ୍ତ କାଗଜପତ୍ର ଜବତ ହୋଇଛି। ତାଙ୍କ ପୈତୃକ ବାସଭବନ ପାଟପୁର ଥାନା କୁରୁଡ଼ା ଗ୍ରାମ ସମେତ କୁକୁଡ଼ାଖଣ୍ଡି ସୂର୍ଯ୍ୟନଗରରେ ରହୁଥିବା ଭଡ଼ା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ମାମଲା ନଂ ୧୫/୨୦ରେ ପାତ୍ରଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି ବୋଲି ଭିଜିଲାନ୍ସ ଏସ୍‌ପି ଅନିଲ କୁମାର ପାତ୍ର ସୂଚନା ଦେଇଛନ୍ତି।