୯୨ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି କଲେଜ କର୍ତ୍ତୃପକ୍ଷ

ନୂଆପଡ଼ା ଅଫିସ,୧୭।୯: କରୋନା ସମୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କ ବିଦ୍ୟାଳୟ ଆସେସମେଣ୍ଟ ପରୀକ୍ଷା ଫଳ ଆଧାରରେ ପଦୋନ୍ନତି ଦିଆଯାଇଥିଲା। ଏହି ସବୁ ନିୟମ ଅନ୍ୟ ବିଶ୍ୱ ବିଦ୍ୟାଳୟଗୁଡିକ ମଧ୍ୟରେ ଲାଗୁ ହୋଇଥିଲା। ହେଲେ ନୂଆପଡା ଜିଲାର ମହାମାୟା ପ୍ରମୁଖ ଶିକ୍ଷାନୁଷ୍ଠାନ ଯୁକ୍ତ ୩ ବିଜ୍ଞାନର ଚତୁର୍ଥ ସେମିଷ୍ଟାର ପରୀକ୍ଷା ଫଳ ବାହାରି ନ ଥିଲା। ସମ୍ବଲପୁର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ସ୍ଥଗିତ ରଖିଥିଲେ ବୋଲି ଜଣାପଡିଥିଲା। କରୋନା ସମୟରେ ସମସ୍ତଙ୍କୁ ଉତୀର୍ଣ୍ଣ କରିବା ବ୍ୟବସ୍ଥା ଥାଇ ମଧ୍ୟ କିପରି ମହାମାୟା ଶିକ୍ଷାନୁଷ୍ଠାନର ୯୨ଜଣ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫଳ ସ୍ଥଗିତ ରହିଲା ବୁଝାପଡୁ ନ ଥିଲା। ପରେ ମହାମାୟା ଯକ୍ତ ୩ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିଜସ୍ବ ଅବହେଳାର ନିଦର୍ଶନ ବୋଲି ଜଣାପଡିଥିଲା। କଲେଜ କର୍ତ୍ତୃପକ୍ଷ ୯୨ଜଣ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ଖାମଖିଆଲି ମନୋଭାବ ପୋଷଣ କରି ସମ୍ପୃକ୍ତ ଛାତ୍ରୀଛାତ୍ରମାନଙ୍କ ଫର୍ମ ପୂରଣ କରି ନ ଥିଲେ। ଏହା ଜଣାପଡିବା ପରେ କଲେଜ କର୍ତ୍ତୃପକ୍ଷ ବିଶ୍ୱବିଦ୍ୟାଳୟକୁ ଯାଇ ଏହି ଭୁଲର ସଂଶୋଧନ ପାଇଁ ଲାଗିଲେ। ସମ୍ପୃକ୍ତ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଏ ନେଇ ଜିଲାପାଳଙ୍କୁ ସାକ୍ଷାତ କରି ତାଙ୍କ ହସ୍ତକ୍ଷେପ ମଧ୍ୟ ଲୋଡିଥିଲେ। କଲେଜ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରମାନଙ୍କଠାରୁ ଫର୍ମ ପୂରଣ ବାବଦକୁ ୩ ହଜାର ଟଙ୍କା ନେଇ ମଧ୍ୟ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ଯଦି ଚତୁର୍ଥ ସେମିଷ୍ଟାର ଫଳ କୌଣସି ପ୍ରକାରେ କଲେଜ କର୍ତ୍ତୃପକ୍ଷ ବାହାର କରିବାରେ ସକ୍ଷମ ନୁହନ୍ତି ତେବେ ମେଧାବୀ ଛାତ୍ରୀଛାତ୍ର ଡିଂଟିକ୍ସନ ପାଇବାରୁ ବଞ୍ଚତ୍ତ ହେବେ। ଏହାପାଇଁ କଲେଜ କର୍ତ୍ତୃପକ୍ଷ ଦାୟୀ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏ ନେଇ ମହାମାୟା ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶକ ଟଙ୍କଧର ସାହୁଙ୍କୁ ପଚାରିବାରୁ ଅବଶ୍ୟ କଲେଜର ଏକ ଛୋଟିଆ ଭୁଲ ହୋଇଛି। କିନ୍ତୁ ଏହା ମୋ ଦୃଷ୍ଟିକୁ ଆସିବା ପରେ ତୁରନ୍ତ ଏହାର ସମାଧାନର ପନ୍ଥା ବାହାର କରାଯାଇ ଷଷ୍ଠ ସେମିଷ୍ଟାର ସହ ଚତୁର୍ଥ ସେମିଷ୍ଟାର ପରୀକ୍ଷ ଫଳ ମଧ୍ୟ ବାହାରି ସାରିଛି। କେବଳ ପିଲାଙ୍କ ଡିଂଟିକ୍ସନ ପାଇବା କଥା ଏହାକୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହ ବିଚାର ଚାଲିଛି। ଏପରିକି ଆମ କଲେଜ ଛାତ୍ରୀଛାତ୍ରମାନେ ମଧ୍ୟ ଯାଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ସାକ୍ଷାତ କରିଛନ୍ତି। ଆଗାମୀ ୨୧ରେ ବିଶ୍ୱବିଦ୍ୟାଳୟ ଏକ ବୈଠକ ହେବାର ଅଛି। ସେଥିରେ ଛାତ୍ରୀଛାତ୍ରମାନଙ୍କ ଡିଟିଂକ୍ସନ ପାଇବା ଅସୁବିଧା ମଧ୍ୟ ଦୂର ହୋଇଯିବ ବୋଲି ଆମେ ଆଶାବାଦୀ ରହିଛୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri