୭୨ ଅଭିଯୋଗ ଶୁଣିଲେ ଜିଲାପାଳ: ୩ଜଣଙ୍କୁ ମିଳିଲା ଚିକିତ୍ସା ସହାୟତା

ଦାରିଙ୍ଗବାଡ଼ି,୨୭।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ ସୋମବାର ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜନଶୁଣାଣି କରିଛନ୍ତି। ଏଥିରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୋଟ ୭୨ ଅଭିଯୋଗ ହୋଇଥିଲା। ସେଥି ମଧ୍ୟରେ ୪୯ ବ୍ୟକ୍ତିଗତ ସମସ୍ୟା ରହିଥିବା ବେଳେ ୨୩ଟି ସାମୂହିକ ସମସ୍ୟାର ସମାଧାନ ପାଇଁ ଜନସାଧାରଣ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ସେହିପରି ୩ ଜଣଙ୍କୁ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୩୫ ହଜାର ଟଙ୍କା ସହାୟତା କରାଯାଇଥିଲା।
ସେହିପରି ବାଡ଼ାବାଙ୍ଗା ପଞ୍ଚାୟତରେ ଚିକିତ୍ସା କେନ୍ଦ୍ର କରାଯିବା ସହ ମୋବାଇଲ ଟାୱାର, ବସୁଧା ଯୋଜନାରେ ପାଇପ୍‌ ଯୋଗେ ପାଣି ଯୋଗାଇ ଦିଆଯାଉଥିବା ବେଳେ ରାସ୍ତା ସମ୍ପ୍ରସାରଣ ଯୋଗୁ ପାଇପ୍‌ଗୁଡିକ ନଷ୍ଟ ହେଉଛି। ଏନେଇ ତୁରନ୍ତ ମରାମତି କରି ଜନସାଧାରଣଙ୍କୁ ପାଣି ଯୋଗାଇଦେବାକୁ ସରପଞ୍ଚ ପ୍ରସନ୍ନ ପ୍ରଧାନ ଜିଲାପାଳଙ୍କୁ କହିଥିଲେ। ସେହିପରି ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ଭୂସ୍ଖଳନ ହୋଇଥିଲା। ସେଠାକାର ବାସିନ୍ଦାଙ୍କୁ ପ୍ରଶାସନ ଅନ୍ୟତ୍ର ଥଇଥାନ କରୁଥିବା ବେଳେ ଉକ୍ତ ଗାଁ ନିକଟବର୍ତ୍ତୀ ତାମାଙ୍ଗି ଗ୍ରାମର ମଧ୍ୟ ୩୫୦ ପରିବାରଙ୍କୁ ପକ୍କାଘର ଯୋଗାଇ ଅନ୍ୟତ୍ର ଥଇଥାନ କରିବାକୁ ଦାବି କରିଛନ୍ତି। ଏପରିକି ଦିବ୍ୟାଙ୍ଗମାନଙ୍କୁ ମୌଳିକ ସୁବିଧା ସହ ଆବାସ ଯୋଜନାରେ ସାମିଲ କରିବା ସହିତ ମୋବାଇଲ ଟାୱାର ସ୍ଥାପନ ଆଦି ଅଭିଯୋଗ ହୋଇଛି। ଅଭିଯୋଗ ଶୁଣାଣି ବେଳେ ବାଲିଗୁଡ଼ା ଏସ୍‌ଡିପି ରୋହିତ ବର୍ମା, ଦାରିଙ୍ଗବାଡ଼ି ତହସିଲଦାର ଡ. ଅଶୋକ କୁମାର ଦାସ, ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ଜିଲା ଉପଖଣ୍ଡସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ସଚେତନତା, ବଟେଶ୍ୱର ପୀଠ ହେବ ପ୍ଲାଷ୍ଟିକ ମୁକ୍ତ

ଗଞ୍ଜାମ,୨୪।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବ ପୀଠ ସ୍ଥିତ କଲ୍ୟାଣ ମଣ୍ଡପରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ସୁରକ୍ଷା ସମ୍ପର୍କକିତ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

ଚାନ୍ଦବାଲି ଲଜ୍ଜା: ଆକ୍ସନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୧୨: ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରି ଲଟା ବୁଦାକୁ ଫିଙ୍ଗି...

ଧାନକିଣାରେ ଅବ୍ୟବସ୍ଥା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ କୃଷକ ମଞ୍ଚର ଧାରଣା

ବଲାଙ୍ଗୀର,୨୪।୧୨(ସୁନିଲ କୁମାର ମହାନ୍ତି): ଧାନକିଣା ଅବ୍ୟବସ୍ଥା ପ୍ରତିବାଦରେ ମିଳିତ କୃଷକ ମଞ୍ଚ ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାର ଚାଷୀ ସଙ୍ଗଠନ ମିଳିତ ଭାବେ ଧାରଣାରେ ବସିଛନ୍ତି...

ଦୁର୍ନୀତି ନିବାରଣ ଅଧିକାରୀ କହି ରାଜ ପରିବାରରୁ ଲୁଟିନେଲେ ଦୁର୍ବୃତ୍ତ: ଡିଜିଟାଲ ଭିଡ଼ିଓ ରେକର୍ଡରକୁ ବି…

ଦାରିଙ୍ଗବାଡି, ୨୪।୧୨ (ଅରୁଣ ସାହୁ): ଆମେ ଦୁର୍ନୀତି ବିଭାଗରୁ ଆସିଛୁ ଆପଣଙ୍କ ପୁଅ ବହୁତ ଦୁର୍ନୀତି କରିଛନ୍ତି। ତୁମ ଘରେ ରହିଥିବା ସୁନା ଅଳଙ୍କାର ଓ...

ଆଜିଠୁ ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସା ୭ଟାରେ ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri