Posted inଫୁରସତ

ଭିଡିଓ ଗେମ୍‌ ଚରିତ୍ରର କଣ୍ଢେଇ ସଂଗ୍ରହ

ମଣିଷର ସଉକ ତାକୁ ଖୁସି ଦେଇଥାଏ। ଅନେକ ସମୟରେ ତ ସେଇ ସଉକକୁ ସେ ଜୀବନର ଆଧାର ଓ ଜୀବନର ଲକ୍ଷ୍ୟ ବି କରିନିଏ। ସେମିତି ଟେକ୍ସାସ୍‌ର ବୈରୀ ଇବାସ୍‌ ନାମକ ଜଣେ ବ୍ୟକ୍ତି ନିଜ ପିଲାଦିନର ସଉକକୁ ଏଭଳିଭାବେ ନିଜ ଭିତରେ ଜୀବନ୍ତ ରଖିଛନ୍ତି ଯେ, ଆଜି ତାଙ୍କ ଘର କଣ୍ଢେଇରେ ଭର୍ତ୍ତି ହୋଇଯାଇଛି। ବୟସ ତାଙ୍କୁ ପ୍ରାୟ ୫୦ ବର୍ଷ। ଭାବୁଥିବେ ଏ ବୟସରେ ବା ତାଙ୍କର କଣ୍ଢେଇ ସଉକ କେମିତି ରହିଛି। ତେବେ କହିବାକୁ ଗଲେ ତାଙ୍କର ସଉକ କଣ୍ଢେଇ ନୁହେଁ ବରଂ ଭିଡିଓ ଗେମ୍‌ ଚରିତ୍ରଗୁଡିକ ତାଙ୍କର ସଉକ। ଦୀର୍ଘ ୩୦ ବର୍ଷ ହେବ ସେ ଭିଡିଓ ଗେମ୍‌ ‘ସୋନିକ ଦ ହେଜହୋଗ’ର ଚରିତ୍ରର କଣ୍ଢେଇଗୁଡ଼ିକୁ ସଂଗ୍ରହ କରୁଛନ୍ତି। ଏବେ ତାଙ୍କ ପାଖରେ ୩୦୫୦ କ୍ୟାରେକ୍ଟର ଟୟ ଅଛି। ଏତେ ସଂଖ୍ୟକ ଭିଡିଓ ଗେମ୍‌ କ୍ୟାରେକ୍ଟର ଟୟ ରଖିଥିବାରୁ ତାଙ୍କ ନାମ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ରେ ବି ସ୍ଥାନ ପାଇଛି। ତାଙ୍କ ପାଖରେ କେବଳ ଖେଳନା ନୁହେଁ, ସେହି କ୍ୟାରେକ୍ଟରର ଚିତ୍ର ଥିବା କପ୍‌, ପୋଷ୍ଟର, ଚାବି ରିଂ, ଭିଡିଓ ଗେମ୍‌ର ମୁଭି ସିଡୀ ସହ ଭିଡିଓ ଗେମ୍‌ କ୍ୟାରେକ୍ଟରର ଖେଳନା ଗଢିବା ଛାଞ୍ଚ ଭଳି ଅନେକ ଜିନିଷ ଅଛି। ତାଙ୍କ ସଂଗ୍ରହରେ କିଛି ଦାମୀ ଜିନିଷ ବି ଅଛି ଯେମିତି କି ଟେଲ୍ସର ବିଶାଳ ମୂର୍ତ୍ତି ଓ ଓ୍ବାକି ଟକି। ବୈରୀ କେବଳ ଏହି ଆଇଟମ୍‌ କିଣନ୍ତି ନାହିଁ। ବରଂ ନିଜେ ଅନେକ ଜିନିଷ ତିଆରି ବି କରନ୍ତି। ଏଥିପାଇଁ ୧୯୯୩ ମସିହାରେ ସେ ଏ ଅର୍କିଡ ମେଶିନ୍‌ ବି ତିଆରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri