ଏନ୍‌ଜିଟି ନିଷିଦ୍ଧାଞ୍ଚଳ ସ୍ଥାନରୁ ବାଲିମାଟି ଉଠାଣ

ପଟ୍ଟାମୁଣ୍ଡାଇ,୧୦ା୨(ସ୍ବ.ପ୍ର.):ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ବ୍ରାହ୍ମଣୀ ନଦୀ ଶର୍ଯ୍ୟାରୁ ବାଲି ମାଟି ଉଠାଣକୁ ନିଷିଦ୍ଧାଞ୍ଚଳ ଘୋଷଣା କରିଥିଲେ। ହେଲେ ଉକ୍ତ ସ୍ଥାନରୁ ଏବେ ଦୈନିକ ଶତାଧିକ ହାଇୱା ଓ ଟ୍ରାକ୍ଟରରେ ବାଲିମାଟି ବୁହା ଚାଲିଛି। ଏହି ସ୍ଥାନରୁ ମାଟି ଉଠାଣକୁ ନେଇ ପୂର୍ବରୁ ଏନ୍‌ଜିଟି କେନ୍ଦ୍ରାପଡ଼ା ଜିଲା ପ୍ରଶାସନକୁ କଡ଼ା ଭାଷାରେ ସମାଲୋଚନା କରିଥିଲା। ଏନ୍‌ଜିଟି ମାଟି ମାଫିଆଙ୍କଠାରୁ ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲା। ତେବେ ପ୍ରଶାସନିକ ଅଧିକାରୀ ଏନ୍‌ଜିଟିର ନିର୍ଦ୍ଦେଶକୁ ଦଳି ଚକଟି ସମସ୍ତ କଟକଣାକୁ ଫୁ କରି ବାଲିମାଟି ଖୋଳୁଥିବା ଏକ ଠିକା ସଂସ୍ଥା ବିରୋଧରେ କୌଣସି ପଦକ୍ଷେପ ନ ନେଇ ନୀରବତା ଅବଲମ୍ବନ କରିଥିବା ଲୋକେ ଅଭିଯୋଗ କରିଛନ୍ତି।
କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଧୀନ ବ୍ରାହ୍ମଣୀ ନଦୀ ନିକଟ କଷଣଅଣ୍ଟାଠାରେ ଥିବା ପଠାରୁ ଚୁଳି ଆଣ୍ଡ ସନ୍‌ ଠିକା ସଂସ୍ଥା କ୍ରିଟିକାଲ କେଆର ହସ୍ପିଟାଲ ନିର୍ମାଣ ଆଳରେ ଶତାଧିକ ଟ୍ରିପ ହାଇୱାରେ ମାଟିବାଲି ଉଠାଣ କରୁଥିବା ନେଇ ତହସିଲଦାରଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ମାଟିବାଲି ଉଠାଣ ଦ୍ୱାରା ଊତିକଣ ବନ୍ୟା ନିରୋଧକ ବନ୍ଧ ଓ ପତ୍ରପୁର ପୋଲ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଗ୍ରାମବାସୀ କହିଛନ୍ତି। ତହସିଲଦାର ବେଆଇନ ମାଟି ଉଠାଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି। ମାତ୍ର ତହସିଲଦାର ଏ ବାବଦରେ କୌଣସି କାର୍ଯ୍ୟନୁଷ୍ଠାନ ନ ନେବାରୁ ସେଠାରେ ଏକ କେନାଲ ସୃଷ୍ଟି ହେଲାଣି। ଏ ସମ୍ପର୍କରେ ବୃଦ୍ଧିଜୀବୀ ମିଟୁ ଦାସ କହିଛନ୍ତି ଯେ, ନଦୀ ଶର୍ଯ୍ୟାରୁ ବାଲି ଉଠାଣରେ ବହୁ କଟକଣା ଅଛି। ନଦୀଶଯ୍ୟାର ଏକ ପଞ୍ଚମାଂଶରୁ ଊଦ୍ଧର୍‌ବ ବାଲି ଉଠାଣକୁ ପରିବେଶ ବିଭାଗ ପକ୍ଷରୁ ରୋକା ଯାଇଛି। ସେହିପରି ପାନୀୟ ଜଳ ପ୍ରକଳ୍ପ, ବନ୍ଧ, ନଦୀ, ପୋଲ ନିକଟଠାରୁ ୩୦୦ ମିଟର ମଧ୍ୟରେ ବାଲିଉଠା ହୋଇ ପାରିବ ନାହିଁ। ପରିବେଶ ପ୍ରଦୂଷଣ ମୁକ୍ତ ଗାଡ଼ି ଏହି ପରିବହନରେ ନିୟୋଜିତ ହେବ। ବାଲି ନେବା ସମୟରେ ଗାଡ଼ି ଉପରେ ପାଲ ବାନ୍ଧିବାକୁ ନିୟମ ରହିଛି। ଏଥିସହ ନଦୀପଥକୁ ସୁରକ୍ଷା ଦେବା ପାଇଁ ବହୁ ନିୟମ ରହିଛି। ତେବେ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଏହି ନିୟମକୁ ଉପେକ୍ଷା କରାଯାଉଛି। ତେଣୁ ପତ୍ରପୁର ପୋଲର ସୁରକ୍ଷା ଦିଗରେ ଜିଲା ପ୍ରଶାସନ ଧ୍ୟାନ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏ ନେଇ ଚୁଳି ଆଣ୍ଡ ସନ୍‌ ଠିକା ସଂସ୍ଥା ମାଲିକ ପରିକ୍ଷିତ ଚୁଳିଙ୍କୁ ପଚାରିବାରେ ସରକାରୀ କାମ ହେଉଛି। ଏଠାରେ ବାଲି ମଳୁ ନ ଥିବାରୁ ପଠାରୁ ଉଠାଇବାକୁ ବାଧ୍ୟ ହେଉଛି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଏଡିଏମ୍‌ ଦୁର୍ଗାପ୍ରସାଦ ମହାରଣାଙ୍କୁ ପଚାରିବାରେ, ଅଧିକ ବାଲି ଉଠାଣ ଓ ପରିବେଶ ମଞ୍ଜୁରୀ ସଂକ୍ରାନ୍ତ କାଗଜପତ୍ର ତନଖି କରାଯିବ। ଅଭିଯୋଗର ସତ୍ୟତା ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଅଳଭା, କଷଣଅଣ୍ଟା, ବାଲିପଡା, ବାଲିପାଟଣା, ଖରିପାଳ, ମଣ୍ଡପଡା, ବାଛରା, ଶାଶନ, ଶ୍ରୀରାମପୁର ପ୍ରଭୃତି ବ୍ରାହ୍ମଣୀ ନଦୀ ପଠାରୁ ବାଲିମାଟି ଉଠାଣକୁ ନେଇ ୨୦୧୯ ମସିହାରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରାଯାଇଥିଲା। ଏ ସଂକ୍ରାନ୍ତରେ ଏନ୍‌ଜିଟିରେ ସମ୍ପୂର୍ଣ୍ଣ ମାଟି ଉଠାଣକୁ ବନ୍ଦ କରିଥିଲେ। ମାତ୍ର ପତ୍ରପୁର ପୋଲର ୧ କିମି ଭିତରେ ବାଲିମାଟିକୁ ଜେସିବି ଲଗାଇ ହାଇୱାରେ ପରିବହନ କରାଯାଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri