Posted inଫୁରସତ

ସଉକ ଦେଇଛି ପରିଚୟ

ସଂଗ୍ରହାଳୟ କେବଳ ଜ୍ଞାନର ଗନ୍ତାଘର କି ବିଭିନ୍ନ ବିରଳ ସାମଗ୍ରୀର ସାଇତା ସମ୍ପଦ ନୁହେଁ ବରଂ ଏହାଦ୍ୱାରା ବହୁ ଜଣାଅଜଣା କଥା ଜାଣିହୁଏ। ଗବେଷଣା ପାର୍ଁଇ ସୂତ୍ର ମିଳେ। ଏମିତିରେ ହଜିଯାଉଥିବା ବହୁ ପୁରାତନ ବ୍ୟବହାରିକ ସାମଗ୍ରୀକୁ ଗୋଟିଏ ସ୍ଥାନରେ ଦେଖିବା ଓ ମନେପକାଇବାର ସୁଯୋଗ ସୃଷ୍ଟି କରିଥାଏ। ତେବେ ଦେଶ ଓ ରାଜ୍ୟର ଅନେକ ସ୍ଥାନରେ ରହିଛି ବିଭିନ୍ନ ପ୍ରକାରର ସଂଗ୍ରହାଳୟ। କିନ୍ତୁ ଇଏ ଏମିତି ଏକ ସଂଗ୍ରହାଳୟ ଯେଉଁଠି ଦେଖିବାକୁ ପାଇବେ ବହୁପୁରୁଣା ଦିନର ମୋଟର ସାଇକେଲ ଏବଂ ମୋଟରଗାଡ଼ି। ଏମିତି ୨ଚକିଆ ତିନି ଚକିକା ଓ ଚାରିଚକିଆ ଆଦି ବିଭିନ୍ନମଡ଼େଲର ଯାନକୁ ନିଜସ୍ବ ଉଦ୍ୟମରେ ସଂଗ୍ରହକରି ସାଇତି ରଖିଛନ୍ତି କେତେଜଣ ବ୍ୟକ୍ତି।
ବୁଲେଟ୍‌ ରାଜା ସେହ୍ନାଶିଷ-ଆଜକୁ ପ୍ରାୟ ୩ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି ସେ ବିଭିନ୍ନ ସ୍ଥାନରୁ ନାନାପ୍ରକାରର ନୂଆ ପୁରୁଣା ବୁଲେଟ ସଂଗ୍ରହ କରୁଛନ୍ତି, ଯାହାକି ତାଙ୍କୁ ଦେଇଛି ଏକ ନିଆରା ପରିଚୟ। ପ୍ରଥମେ ସେ ୧୯୬୧ ମସିହାର ଗୋଟିଏ ରୟାଲ ଏନ୍‌ଫିଲ୍‌ଡ ବୁଲେଟ୍‌ ତାଙ୍କ ବାପାଙ୍କଠାରୁ ଉପହାରସ୍ବରୂପ ପାଇଥିଲେ। ଆଉ ସେବେଠାରୁ ଗୋଟିଏ ପରେ ଗୋଟିଏ ବିଭିନ୍ନ ମଡେଲର ଏକାଧିକ ବୁଲେଟ୍‌ ସଂଗ୍ରହ କରିବା ନିଶାରେ ପଡ଼ିଛନ୍ତି। ଏବେ ତାଙ୍କ ପାଖରେ ରହିଛି ବିଭିନ୍ନ ନୂଆପୁରୁଣା ମଡେଲର ବହୁ ନାମୀଦାମୀ ବୁଲେଟ୍‌। ଏଥିପାଇଁ ତାଙ୍କୁ ଅନେକେ ‘ବୁଲେଟ୍‌ ରାଜା’ ଭାବେ ଜାଣନ୍ତି। ସେ ହେଲେ କଟକ ସୂତାହାଟର ସେହ୍ନାଶିଷ କର। ବୟସ ପ୍ରାୟ ୫୪ ହେବ। ସେ କୁହନ୍ତି, ‘କଟକରେ ଆମର ଏକ ଜଣାଶୁଣା ପୁସ୍ତକ ପ୍ରକାଶନ ସଂସ୍ଥା ରହିଛି। ତା’ର ଦାୟିତ୍ୱ ବୁଝୁଛି। କିନ୍ତୁ ୧୯୬୧ମସିହାରେ ବାପା ଦେବବ୍ରତ କରଙ୍କଠାରୁ ଏକ ରୟାଲ ଏନ୍‌ଫିଲ୍‌ଡ ବୁଲେଟ୍‌ ଉପହାର ପାଇଥିଲି। ସେବେଠାରୁ ଆହୁରି ବିଭିନ୍ନ ପ୍ରକାର ବୁଲେଟ୍‌ ଚଲେଇବା ନିଶା ମନକୁ ଘାରିଥିଲା। ଏଥିପାଇଁ ବିଭିନ୍ନ ମଡେଲ୍‌ର ବୁଲେଟ୍‌ ଘରେ ସାଇତି ରଖିଛି। ଆଜକୁ ଦୀର୍ଘ ୩୦ବର୍ଷ ଧରି ପ୍ରାୟ ୨୭ଟି ବୁଲେଟ୍‌ ସଂଗ୍ରହ କରିସାରିଛିି। ଏମିତିରେ ମୋ ପାଖରେ ରହିଛି ୧୯୬୨ ମଡେଲର ୭ଟି ବୁଲେଟ୍‌। ତା’ପରେ ୧୯୬୪, ୧୯୬୮, ୧୯୭୪, ୧୯୮୧, ୧୯୮୪, ୧୯୮୫, ୧୯୯୦, ୧୯୯୫, ୨୦୦୪ ମସିହାର ବୁଲେଟ୍‌ ମଡେଲ ସହ ଆଜି ଯାଏ ମାର୍କେଟ୍‌କୁ ଆସିଥିବା ବିଭିନ୍ନ ମଡେଲର ବୁଲେଟ୍‌ ରହିଛି। ଘରେ ଏସବୁକୁ ସାଇତି ରଖିଛି। ଏମିତି ନୂଆପୁରୁଣା ବୁଲେଟ୍‌ କେତେକ କବାଡିଆଙ୍କଠାରୁ ମଧ୍ୟ ସଂଗ୍ରହ କରିବାକୁ ପଡ଼ିଛି। ଏମିତି ସବୁ ସଂଗ୍ରହକରି ରଖିଥିବା ବିଭିନ୍ନ ପ୍ରକାରର ବୁଲେଟ୍‌ ମରାମତି ପାଇଁ ଘରେ ଏକ ଗ୍ୟାରେଜ ରହିଛି। ଏହା ମୋତେ ଭିନ୍ନ ପରିଚୟ ଦେଇଛି।
ପେସା ଅଧ୍ୟାପନା, ନିଶା ବାଇକ ସଂଗ୍ରହ -ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ବିଭିନ୍ନ ମଡେଲର ନୂଆପୁରୁଣା ବାଇକ ସଂଗ୍ରହକରି ସାଇତି ରଖିବା। ସେ ହେଲେ ଗହର୍‌ ଆବେଦିନ୍‌ । ଏକ ବେସରକାରୀ କଲେଜର ରିଡର ଅଛନ୍ତି। ଘର ଖୋର୍ଦ୍ଧା ଜିଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ମଝିହରା ଗାଁରେ। ସେ କୁହନ୍ତି, ‘ଆଜକୁ ପ୍ରାୟ ୨୦ବର୍ଷ ଧରି କେତେକ ପୁରୁଣା ମଡେଲ ବାଇକକୁ କେତେଜଣ ବାଇକ ମାଲିକଙ୍କଠାରୁ ସଂଗ୍ରହକରିଥିଲି। ଏଥିପାଇଁ ମୋତେ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏମିତିରେ ବୁଲେଟ୍‌, ରାଜଦୂତ, ଭେସ୍ପା ଓ ଲାମ୍ବ୍ରେଟା ସ୍କୁଟର ରହିଥିବାବେଳେ ଜାଓ୍ବା, ଜେଡି ଆଦି ମଡେଲର ବୁଲେଟ୍‌ ରହିଛି। ଏମିତିରେ ସେ ପ୍ରାୟ ୧୨ଗୋଟି ବିଭିନ୍ନ ମଡେଲର ପୁରୁଣା ବାଇକ ରଖିଛି। ବିଭିନ୍ନ ସ୍ଥାନରୁ ସଂଗ୍ରହ କରିଆଣିଥିବା ବିଭିନ୍ନ ମଡେଲର ବାଇକଗୁଡ଼ିକୁ ଆମ ଫାର୍ମ ହାଉସଠାରେ ସାଇତି ରଖିଛି। ଆଗକୁ ଅଧିକ ସଂଖ୍ୟକ ମଡେଲର ବାଇକ ରଖିବାର ଆଶା ରଖିଛି।
ବିଭିନ୍ନ ପୁରୁଣା ମଡେଲର ମୋଟରଗାଡ଼ି ଓ ବାଇକକୁ ସାଇତି ରଖିବାରେ ମୋତେ ଖୁସି ଲାଗେ।
ବୁଲେଟ୍‌ ବାଦ୍‌ଶାହା ଆଲୋକ-ପିଲାଟି ବେଳୁ ବୁଲେଟ୍‌ ଚଢ଼ିବା ପ୍ରତି ରୁଚି ରଖିଥିବା ଆଲୋକ ମହାନ୍ତି ଏବେ ନାନା ରକମର ବୁଲେଟ୍‌ ସମେତ ଅନ୍ୟାନ୍ୟ ଗାଡ଼ିର ଜଣେ ଅନନ୍ୟ ସଂଗ୍ରାହକ ଭାବେ ବେଶ୍‌ ପରିଚିତ । କୋଭିଡ୍‌ ସମୟରେ ସୁନାରେ ତିଆରି ମାସ୍କ ପିନ୍ଧି ଚର୍ଚ୍ଚାର ପରିସରକୁ ଆସିଥିଲେ ଆଲୋକ । ସୁନା ପ୍ରତି ମଧ୍ୟ ତାଙ୍କର ଆକର୍ଷଣ ରହିଛି । କଟକ ସହରର କେଶରପୁର ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ଫର୍ନିଚର ବ୍ୟବସାୟୀ ହୋଇଥିଲେ ବି ତାଙ୍କର ନିଆରା ପ୍ରୟାସ ପାଇଁ ନିଜକୁ ସେ ବୁଲେଟ୍‌ ବାଦ୍‌ଶାହା ଭାବେ ଲୋକଙ୍କ ନିକଟରେ ଗ୍ରହଣୀୟ କରାଇ ପାରିଛନ୍ତି । ୧୯୪୯ମସିହାରୁ ୧୯୬୪ମସିହା ମଧ୍ୟରେ ବଜାର ପ୍ରବେଶ କରିଥିବା ରୟାଲ ଏନ୍‌ଫିଲ୍ଡ ବୁଲେଟ୍‌ର ଅଦ୍ୟାବଧି ୨୯ଟି ବିଭିନ୍ନ ମଡେଲକୁ ସଂଗ୍ରହ କରିପାରିଛନ୍ତି । ସେଗୁଡ଼ିକୁ ସଚଳ ଅବସ୍ଥାରେ ନିଜ ବାସଗୃହରେ ଯତ୍ନ ସହକାରେ ରଖିବା ସହ ପ୍ରତିଦିନ ସେଗୁଡ଼ିକର ରକ୍ଷଣାବେକ୍ଷଣ କରୁଛନ୍ତି । କେଶରପୁରର ସ୍ଥାୟୀ ବାସିନ୍ଦା ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତି ଓ ସୁଷମା ମହାନ୍ତିଙ୍କ ସାନପୁଅ ଭାବେ ଆଲୋକ ୨୪ ଜୁଲାଇ ୧୯୫୭ରେ ଜନ୍ମ ହୋଇଥିଲେ । ଆଲୋକଙ୍କ କହିବାନୁସାରେ, ପିଲାବେଳେ ପ୍ରାୟ୧୫ ବର୍ଷ ବୟସରୁ ବୁଲେଟ୍‌ ପ୍ରତି ଏକ ଆକର୍ଷଣ ଆସିଯାଇଥିଲା । ସେତେବେଳେ ନିଜର କୌଣସି ଗାଡ଼ି ନ ଥିବା ବେଳେ ସାଙ୍ଗସାଥୀଙ୍କଠାରୁ ଆଣି ବୁଲେଟ୍‌ ଚଢ଼ିବାର ଇଚ୍ଛାଟିକୁ ସାକାର କରୁଥିଲେ । ପରିବାରର ଆର୍ଥିକ ସ୍ଥିତି ଖରାପ ଥିବାରୁ ପ୍ରଥମେ ଏକ କପଡ଼ା ବ୍ୟବସାୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଏକ ଇମ୍ପୋଟେଡ୍‌ ସାମଗ୍ରୀର ବ୍ୟବସାୟ ଉପରେ ଧ୍ୟାନ ଦେଇ ବେଶ୍‌ ସଫଳ ହୋଇଥିଲେ । ପୁଣି ୨୦୦୧ମସିହାରୁ ଆରମ୍ଭ କରିଥିଲେ ଆଲୋକ ଫର୍ନିଚର, ଯାହା ଏଯାଏ ଚାଲିଛି । ହେଲେ ଏତେସବୁ ବ୍ୟବସାୟିକ ବ୍ୟସ୍ତତା ମଧ୍ୟରେ ନିଜ୧୨-ର ବୁଲେଟ୍‌ ଚଢ଼ା ସଉକ କେବେ ବି ହାତଛଡ଼ା ହୋଇନି। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ମଡେଲର ବୁଲେଟ୍‌ ସାଙ୍ଗକୁ ଅନ୍ୟାନ୍ୟ ପୁରୁଣା ଗାଡ଼ିକୁ କିଣି ସେ ଅରିଜନାଲ ପାଟର୍‌ସ ଲଗାଇ ସଜେଇ ରଖନ୍ତି ନିଜ ବାସଭବନ ପରିସରରେ । ଆକର୍ଷଣୀୟ ମଡେଲଗୁଡ଼ିକ ମଧ୍ୟରେ ବିଏସ୍‌ଏ, ସାଇଡ୍‌ କାର୍‌, ଏମ୍‌ଟିଆର ୭୦୦ ସିସି, ଫ୍ଲାଇଂ ଫ୍ଲିଉ ୧୨୫ ସିସି ଓ ହାର୍ଲି ଡାଭିଡ୍‌ସନ୍‌ ଆଦି ଅନ୍ୟତମ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟ ୧୯୪୨ରେ ନିର୍ମିତ ଫ୍ଲାଇଂ ଫ୍ଲିଉ ୧୨୫ସିସି ମଡେଲ ବୁଲେଟ୍‌ ଅତ୍ୟନ୍ତ ଆକର୍ଷଣୀୟ । ଅନ୍ୟତମ ଆକର୍ଷଣ ଭାବେ ୧୯୬୨ରେ ବଜାରକୁ ଆସିଥିବା ପିତ୍ତଳ ପାଟର୍‌ସ ବିଶିଷ୍ଟ ବୁଲେଟ୍‌ ରହିଛି, ଯାହାର ସେତେବେଳର ବଜାର ଦର ୨.୮ଲକ୍ଷ ଟଙ୍କା । ତାଙ୍କ ପାଖରେ ରହିଛି ବେବି ଅଷ୍ଟିନ୍‌ କାବ୍ରିଓଲେଟ କାର୍‌, ଯାହାକି ବ୍ରିଟେନ ରାଣୀ ବ୍ୟବହାର କରୁଥିବା କାର୍‌ଗୁଡ଼ିକ ମଧ୍ୟରେ ଅନ୍ୟତମ ବୋଲି ଆଲୋକ କୁହନ୍ତି । ଏତେସବୁ ଗାଡ଼ିକୁ ବୈଧ ପଞ୍ଜୀକରଣ, ବୀମା, ଫିଟ୍‌ନେସ ସହ ଚାଲୁ ଅବସ୍ଥାରେ ରଖିବା ପାଇଁ ସେ କେତେଜଣ ଲୋକଙ୍କୁ ନିଯୁକ୍ତ କରିଛନ୍ତି । ନାମଜାଦା ମେକାନିକ ଜାଫର ସିଦ୍ଦିକ ଓରଫ ମୁନ୍‌ସୀ ଗାଡ଼ିଗୁଡ଼ିକର ନିୟମିତ ମରାମତି କରୁଥିବା ବେଳେ ଓଡ଼ିଶାରେ ଭଲ ମେକାନିକ ଅଭାବ ଥିବା କହନ୍ତି ଆଲୋକ । ମାସକୁ ପ୍ରାୟ ୨୫ହଜାର ଟଙ୍କା ରକ୍ଷଣାବେକ୍ଷଣ ବାବଦରେ ବ୍ୟୟ ହେଉଥିବା ସେ କହନ୍ତି । ଗାଡ଼ିଗୁଡ଼ିକ ଏକତ୍ର ଭାବେ ପ୍ରଦର୍ଶନ କରିବା ପାଇଁ ଆଗାମୀ ଦିନରେ ଏକ ମ୍ୟୁଜିୟମ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି । ଏହାଦ୍ୱାରା ବିଦ୍ୟାର୍ଥୀ ଓ ଲୋକମାନେ ପୁରୁଣା ଗାଡ଼ିଗୁଡ଼ିକ ସମ୍ପର୍କରେ ଜ୍ଞାନ ଆହରଣ କରିପାରିବେ । ତେଣୁ ସରକାର ଏଥିପାଇଁ ସହଯୋଗର ହାତ ବଢ଼ାଇ ଜାଗା ଯୋଗାଇଦେଲେ ଜନସାଧାରଣଙ୍କ ପାଇଁ ମ୍ୟୁଜିୟମ କରିପାରନ୍ତେ ବୋଲି ଆଲୋକ କହିଛନ୍ତି । ପ୍ରତିବର୍ଷ ସ୍ବାଧୀନତା ଦିବସରେ ବୁଲେଟ୍‌ର ଜନ୍ମଦିନ ପାଳନ କରନ୍ତି ଆଲୋକ । ସେଦିନ ସବୁ ଗାଡ଼ିକୁ ଧୋଇ ଏକତ୍ର ରଖନ୍ତି । ପୁରୋହିତଙ୍କୁ ଡାକି ପୂଜାର୍ଚ୍ଚନା କରନ୍ତି । ସାଙ୍ଗସାଥୀ, ବନ୍ଧୁ, ପରିଜନଙ୍କ ମେଳରେ ଜନ୍ମଦିନ କେକ୍‌ ମଧ୍ୟ କାଟନ୍ତି । ଏହି କାର୍ଯ୍ୟକ୍ରମରେ ଅନୂ୍ୟନ ୨ ଶହ ଲୋକଙ୍କୁ ଭୋଜିରେ ଆପ୍ୟାୟିତ କରନ୍ତି ।
ପିତାଙ୍କ ରାସ୍ତାରେ ପୁତ୍ର ଅବିନାଶ
ଆଲୋକଙ୍କ ପୁତ୍ର ଅବିନାଶ ମଧ୍ୟ ପିତାଙ୍କ ବୁଲେଟ୍‌ ପ୍ରୀତିକୁ ଆପଣେଇ ନେଇଛନ୍ତି । ମୁମ୍ବାଇର ହ୍ବିସିଲ ଉଡ୍‌ସ ଇଣ୍ଟରନ୍ୟାଶନାଲରେ ସେ ୨୦୧୩ରେ ସିନେମାଟୋଗ୍ରାଫି ପାଠ୍ୟକ୍ରମରେ ଅଧ୍ୟୟନ କରି ଏବେ ସିନେମା ସହିତ ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମରେ ବେଶ୍‌ ସକ୍ରିୟ ଅଛନ୍ତି । ସେ ମଧ୍ୟ ବାପାଙ୍କ ଭଳି ନଁା କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଓଡ଼ିଶା ଟୁରିଜମ୍‌କୁ ପ୍ରୋମୋଟ କରିବାରେ ମଧ୍ୟ ସେ କାର୍ଯ୍ୟ କରୁଛନ୍ତି । ୨୦୧୬ରେ ପ୍ରୋ-ଅଟୋମେଶନ ପ୍ରତିଯୋଗିତାରେ ବିରଳ ମଡେଲର ପୁରୁଣା ଗାଡ଼ିଗୁଡ଼ିକୁ ପ୍ରଦର୍ଶିତ କରାଇ ପୁରସ୍କୃତ ହୋଇଛନ୍ତି । ଆଗାମୀ ଦିନରେ ତାଙ୍କର ପୁରୁଣା ଗାଡ଼ି ସଂଗ୍ରହର କାର୍ଯ୍ୟକୁ ଆହୁରି ଆଗକୁ ନେବେ ବୋଲି ଅବିନାଶ କହିଛନ୍ତି।

-ବନବିହାରୀ ବେହେରା, କାର୍ତ୍ତିକ ସାହୁ,


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri